ରାମାୟଣ ଅନୁସାରେ କେଉଁ ଲୋକଙ୍କ ପାଖରେ ରୁହନ୍ତି ନାହିଁ ଲକ୍ଷ୍ମୀ

ରାମାୟାଣ ଅନୁସାରେ ଏହି ଚାରି ଜଣ ଲୋକମାନଙ୍କ ପାଖରେ କେବେ ବି ରହି ପାରନ୍ତି ନାହିଁ ଲକ୍ଷ୍ମୀ…. କଣ ଆପଣ ବି କରୁଛନ୍ତି କି ଏହି ଭୁଲ.

-ଜୀବନରେ ସମସ୍ତେ ସଫଳ ହେବାକୁ ଚାହାନ୍ତି । କିନ୍ତୁ ଯଦି ଆପଣ ଭୌତିକ ସୁଖର କଥା କହୁଛନ୍ତି ତେବେ ଏହା ଟଙ୍କା ବିନା ସମ୍ଭବ ନୁହେଁ, ଆଜିର ଦୁନିଆରେ ଖୁସିରେ ସେହି ବ୍ୟକ୍ତି ଥାଏ ଯାହା ପାଖରେ ଟଙ୍କା ଅଛି ।
ହିନ୍ଦୁ ଧର୍ମରେ ରାମାୟଣ କିମ୍ବା ରାମ ଚରିତ ମାନସକୁ ଜୀବନ ଯାପନ କରିବାର ଆଧାର ହୋଇଥାଏ । ରାମାୟାଣ ଆମକୁ ଜୀବନ ଯାପନ କରିବାର ସଠିକ ଦିଗ ଦେଖାଇ ଥାଏ । ରାମାୟଣ ସବୁବେଳେ ଆମର ଜୀବନକୁ ଆଦର୍ଶ ଓ ଧର୍ମ ଅନୁସାରେ ବଞ୍ଚିବାକୁ ପ୍ରେରିତ କରିଥାଏ । ରାମ ଚରିତ ମାନସରେ ଏହି କଥାର ଉଲ୍ଲେଖ କରାଯାଇଛି । କିଛି ଲୋକଙ୍କ ପାଖରେ ଧନ କାହିଁକି ରହି ପାରେ ନାହିଁ ଆଜି ଆମେ ଆପଣଙ୍କୁ ସେହି କଥା ଉଲ୍ଲେଖ କରିବାକୁ ଯାଉଛୁ ।
ରାମାୟଣ ଅନୁସାରେ ଯଦି ଆପଣଙ୍କ ଜୀବନସାଥି ନାହିଁ ତେବେ ଆପଣଙ୍କ ପାଖରେ ଲକ୍ଷ୍ମୀ କେବେ ବି ରହି ପାରିବେ ନାହିଁ । କୁହାଯାଏ କି ଗୋଟିଏ ସଭ୍ୟ ନାରୀ ପୁରା ଘରକୁ ସଠିକ କରିଦେଇଥାଏ ଓ ଘରକୁ ସ୍ଵର୍ଗ କରିଦିଏ । ଏହା ଛଡା ଯେଉଁ ଲୋକମାନେ ନିଜ ଜୀବନସାଥୀକୁ ଧୋକା ଦେଇଥାନ୍ତି ତାଙ୍କ ପାଖରେ କେବେ ବି ଲକ୍ଷ୍ମୀ ନିବାସ କରନ୍ତି ନାହିଁ । ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣଙ୍କର ଘରର ସର୍ବନାଶ ହୋଇଯିବ ।
ରାମାୟଣ ଅନୁସାରେ ଯଦି ଆପଣ ଲୋଭୀ ଅଟନ୍ତି ତେବେ କେବେ ବି ଆପଣଙ୍କ ପାଖରେ ଧନ ରହିବ ନାହିଁ । ଲୋଭ ଖରାପ ଜିନିଷ ଅଟେ । ସେଥିପାଇଁ ଲୋଭକୁ ଛାଡି ଆପଣଙ୍କୁ ଧର୍ମର ଅନୁସରଣରେ ଯିବା ଉଚିତ ।
ରାମାୟଣ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଗର୍ବ ଅଛି ତାହା ପାଖରେ କେବେ ବି ଧନ ରହି ପାରେ ନାହିଁ । ଯଦି ଏହିଭଳି ବ୍ୟକ୍ତିଙ୍କ ପାଖରେ ଧନ ଅଛି ବି ତେବେ ତାହା ବହୁତ ଜଲ୍ଦି ଶେଷ ହୋଇଯିବ । ଧନକୁ ନିଜ ପାଖରେ ରଖିବା ପାଇଁ ମନୁଷ୍ୟକୁ ଗର୍ବକୁ ତ୍ୟାଗ କରିବାକୁ ପଡିବ ।

Follow by Email
WhatsApp