ପ୍ରେତାତ୍ମା ମାଗୁଛି ନ୍ୟାୟ, ମଣିଷ ଶରୀର ଖୋଜୁଛି ପ୍ରେତ Posted on 02/11/201902/11/2019 by NTP Bureau Report ଅନୁଗୋଳ(ଏନଟିପି): ଶରୀର ଖୋଜୁଛି ପ୍ରେତାତ୍ମା।କଥା ଟା ଆପଣଙ୍କୁ ଅଡ଼ୁଆ ଲାଗିପାରେ କିନ୍ତୁ କଥାଟା ନିରାଟ ସତ୍ୟ।କାନ୍ଦୁଛି ଅତୃପ୍ତ ଆତ୍ମା ! ମାସେ ତଳେ ଏକ ପରିତ୍ୟକ୍ତ କୂଅ ଭିତରେ ବୁଡି ମରିଥିବା ଅବିବାହିତ ଯୁବକର ପ୍ରେତାତ୍ମା ବଖାଣୁଛି ନିଜ ମୃତ୍ୟୁର କାହାଣୀ।ମୃତ ଯୁବକର ଆତ୍ମା ଗାଁର ବିଭିନ୍ନ ମହିଳାଙ୍କ ଶରୀରରେ ପ୍ରବେଶ କରି ମାଗୁଛି ନ୍ୟାୟ। ଅନୁଗୋଳ ଥାନା ନତଡା ଗ୍ରାମରେ ଏବେ କିଛି ଦିନ ହେବ ମହିଳା ମାନେ ଅସ୍ୱାଭାବିକ ଆଚରଣ ତଥା ସେମାନଙ୍କ ଅଜବ ଭାବଭଂଗି କୁ ନେଇ ବେଶ ଚର୍ଚ୍ଚା ଚାଲିଛି।ତେବେ ବର୍ତ୍ତମାନ ବିଜ୍ଞାନ ଯୁଗରେ ଭୂତ ଓ ପ୍ରେତାତ୍ମା କୁ ନେଇ ମହିଳା ମାନଙ୍କର ଏଭଳି କାରନାମା ସ୍ଥାନୀୟ ଗ୍ରାମରେ କକୁଆଭୟ ଖେଳାଇ ଦେଇଛି।ମହିଳା ମାନଙ୍କ ଦେହରେ ଲାଗୁଛି ଅତୃପ୍ତ ଆତ୍ମା ,ହଠାତ ମହିଳା ମାନେ ଅସ୍ୱାଭାବିକ ଆଚରଣ କରୁଛନ୍ତି।”ମୋତେ ମାରିଦିଆଯାଇଛି ,ମୋତେ ମାରିବା ପରେ ଏକ ପରିତ୍ୟକ୍ତ ପାଇଖାନା ରେ ରଖିବା ପରେ କୂଅ କୁ ଫିଙ୍ଗି ଦିଆଯାଇଛି।ମୁଁ କାହାକୁ ଛାଡିବିନି ଆଉ ମୋତେ ନ୍ୟାୟ ଦରକାର” ଏପରି ଭୟାନକ କଥା କହୁଛନ୍ତି ଏହି ମହିଳା ମାନେ।କିଛି ଦିନ ଭିତରେ ଗ୍ରାମର ୪ ମହିଳା ଏପରି ସମାନ ଆଚରଣ କରିଛନ୍ତି।ମର୍ତ୍ୟୁ ବରଣ କରିଥିବା ଯୁବକ ଯେପରି ମଦ ଓ ବିଡି ଟାଣେ ଠିକ ସମାନ ଢଙ୍ଗରେ ଭସ୍ମୀଭୂତ ହୋଇଥିବା ସମୟରେ ମହିଳା ମାନେ ଆଚରଣ କରୁଛନ୍ତି।ଆମ ପାଖରେ ଅଛି ଦୁଇଟି ଭିନ୍ନ ମହିଳା ଙ୍କ ସେହି ସମୟର ଦୃଶ୍ୟ।ପ୍ରତି ମଙ୍ଗଳବାର ଓ ଶନିବାର ଏପରି ଘଟଣା ଦେଖିବାକୁ ମିଳୁଥିବାରୁ ଦିନ କି ରାତି ଭୟରେ ଏହି ଦିନ ଗୁଡିକରେ ଗାଁ ଜନଶୂନ୍ୟ ହୋଇପଡୁଛି। ଗତ ସେପ୍ଟେମ୍ବର ୧୮ ତାରିଖରେ ନତଡା ଗ୍ରାମର ମହାଦେବ ଖଟୁଆ ଙ୍କ ଅବିବାହିତ ପୁଅ “ପଞ୍ଚାନନ ଖଟୁଆ” ଙ୍କ ମୃତ ଶରୀର ପଡ଼ୋଶୀଙ୍କ କୂଅରୁ ଉଧାର କରାଯାଇଥିଲା।ଦୁଇ ଦିନ ପୂର୍ବରୁ ସେ ନିଖୋଜ ଥିଲେ। ଶବ ବ୍ୟବଛେଦ ରିପୋର୍ଟରୁ ପଞ୍ଚାନନ ଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିବା କୁହାଯାଇଛି।ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ସେହି ମାସ ୨୩ ତାରିଖରେ ହଠାତ ଜଣେ ପଡୋଶୀ ମହିଳା ଅସ୍ୱାଭାବିକ ଆଚରଣ ଦେଖାଇଥିଲେ।ମୃତ ପଞ୍ଚାନନ ଯେପରି କଥା ବାର୍ତା କରୁଥିଲେ, ମଦ ଓ ବିଡି ଯେପରି ଖାଉଥିଲେ ଠିକ ସମାନ ଢଙ୍ଗରେ ମହିଳା ଜଣକ ଆଚରଣ କରିଥିଲେ।ଯେଉଁ ସ୍ଥାନରେ ପଞ୍ଚାନନ ଙ୍କ ମୃତ ଶରୀର ପଡିଥିଲା ସେହି ପାଖକୁ ମଧ୍ୟ ଯାଇଥିଲେ।ଆଉ କିଛି ବ୍ୟକ୍ତି ଙ୍କର ନାଁ ନେଇ ଏମାନେ ମୋତେ ମାରିଛନ୍ତି ଆଉ ସେମାନ ଙ୍କୁ ଛାଡିବିନି ବୋଲି ମଧ୍ୟ କହିଥିଲେ।ଏବଂ କିଛି ସମୟରେ ପରେ ମହିଳା ମାନେ ଅଚେତ ହୋଇଯାଉଛନ୍ତି ଏବଂ ଚେତା ଆସିଲା ପରେ ସ୍ବଭାବିକ ଭାବରେ ରହୁଛନ୍ତି।ଏପରି ଘଟଣା ଜଣେ ନୁହଁ ୪ ଜଣ ମହିଳା ଙ୍କ ଠାରେ ହେବା ପରେ ଏବେ ଗାଁ ଲୋକେ ଭୟଭୀତ। ଅନ୍ୟପଟେ ଏପରି ଘଟଣା ଦେଖି ମୃତ ପଞ୍ଚାନନ ଙ୍କ ପରିବାର ଲୋକ ମଧ୍ୟ ପଞ୍ଚାନନ ଙ୍କୁ ମାରି ଦିଆଯାଇ କୂଅ ରେ ପକାଇଦିଆଯାଇଥିବା ସନ୍ଦେହ କରୁଛନ୍ତି। ପୋଲିସ ଏ ଘଟଣାର ତଦନ୍ତ କଲେ ଘଟଣାର ସତ୍ୟତା ଜଣାପଡିବ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।ଆଜିର ଆଧୁନିକ ଓ ବିଜ୍ଞାନ ଯୁଗରେ ପ୍ରେତାତ୍ମା ଓ ଭୂତ ଅନ୍ଧବିଶ୍ୱାସର ଆଖ୍ୟା ଦିଆଯାଉଥିଲେ ହିଁ ନତଡା ଗ୍ରାମର ଏହି ଘଟଣା ଦେଖିଲେ ଏହି ଆଖ୍ୟାକୁ ଏଡାଇ ଦିଆଯାଇପାରେ। ପ୍ରେତ କେମିତି ଖୋଜୁଛି ମଣିଷ ଶରୀର ,ଦେଖନ୍ତୁ ଏହି ଭିଡ଼ିଓକୁ 👇👇: ପ୍ରେତ କେମିତି ଖୋଜୁଛି ମଣିଷ ଶରୀର Share on FacebookTweetFollow usSave Post Views: 526
Odisha ଝରାବେରେଣି ଠାରେ ଆଦର୍ଶ ବିଦ୍ୟାଳୟର ଭୂମିପୂଜନ କଲେ ବିଧାୟକ NTP Bureau Report 10/02/2019 0 କଣିହାଁ (ଏନଟିପି) : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ହନୁମାନପୁର ପଞ୍ଚାୟତ ଅଧିନସ୍ଥ ଝରାବେରୀଣି ଗ୍ରାମ ରେ ଓଡିଶା ଆଦର୍ଶ ବିଦ୍ୟାଳୟର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି […]
Odisha ୩ ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ଉପବାଚସ୍ପତି NTP Bureau Report 23/03/2021 0 ଅନୁଗୋଳ(ଏନ ଟି ପି): ଘରୋଇ ବିଦ୍ୟାଳୟ ଭଳି ବିକଶିତ ହେବ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି । ଖାସ୍ ଏଥିପାଇଁ ସରକାର ‘ମୋ ସ୍କୁଲ ଅଭିଯାନ’ କୁ ଗୁରୁତ୍ବ ଦେଉଛନ୍ତି । ‘ମୋ ସ୍କୁଲ ଅଭିଯାନ’ […]
Odisha ବିଜେପି ପ୍ରତିଶୃତି ସମାବେଶରେ ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର NTP Bureau Report 09/02/2019 0 ଭୁବନେଶ୍ୱର(ଏନଟିପି) ଭୁବନେଶ୍ୱରରେ ଆୟୋଜିତ ହୋଇଛି ବିଜେପି ‘ପ୍ରତିଶୃତି ସମାବେଶ।ଏହି ସମାବେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ’ଯୋଗଦେଇଥିଲେ।ବିଜେପି ପାର୍ଟି ତରଫରୁ ସ୍ଥାୟୀ ପଟ୍ଟା ସହ ପକ୍କାଘର ଓ ରୋଜଗାର-ସ୍ୱରୋଜଗାର ପ୍ରତିଶୃତି ପତ୍ର ଓଡିଶାର ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ […]