ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ସିଓଲ: ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ(ଚେୟାରମ୍ୟାନ୍‌) ଲି କୁନ୍‌-ହିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି। ତେବେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ୨୦୧୪ ମସିହାରେ ଦୃଦ୍‌ଘାତ ହେବାପରେ ତାଙ୍କର ସର୍ଜରୀ ହୋଇଥିଲା।ଲି କୁନ୍ ଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏକି ସାମ୍‌ସଙ୍ଗ୍‌କୁ ଏକ ସ୍ଥାନୀୟ ବ୍ୟବସାୟରୁ ବିଶ୍ୱର ଅଗ୍ରଣୀ ଉଦ୍ଭାବକ ତଥା ଇଣ୍ଡଷ୍ଟ୍ରିଆଲ୍‌ ପାୱାର୍‌ହାଉସ୍‌ରେ ପରିଣତ କରିଥିଲେ ବୋଲି କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି।

Follow by Email
WhatsApp