କଂଗ୍ରେସର ୫୪ ଜଣିଆ ପ୍ରାର୍ଥୀ ତାଲିକା, କିଏ କିଏ କରିବେ ପ୍ରତିଦ୍ବନ୍ଦିତା ଆସନ୍ତୁ ଜାଣିବା Posted on 23/03/201923/03/2019 by NTP Bureau Report ଭୁବନେଶ୍ୱର : ବିଳମ୍ବିତ ରାତିରେ ପ୍ରକାଶ ପାଇଲା କଂଗ୍ରେସ ର ପ୍ରାର୍ଥୀ ତାଲିକା।୨ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବଲାଙ୍ଗୀର ଲୋକସଭା ଆସନ ପାଇଁ ସମରେନ୍ଦ୍ର ମିଶ୍ର ଓ କୋରାପୁଟ ଆସନ ପାଇଁ ସପ୍ତଗିରି ଉଲ୍ଲାକାଙ୍କ ନାଁ ଘୋଷଣା କରାଯାଇଛି। ଗତକାଲି କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟିରେ ଆଲୋଚନା ପରେ ବିଳମ୍ବିତ ରାତିରେ ତାଲିକା ପ୍ରକାଶ ପାଇଛି। କଂଗ୍ରେସ ମଧ୍ୟ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ବିଜେପୁରରୁ ରିପୂନାଥ ସେଠ୍, ଭଟଲୀରୁ ସରୋଜ ମହାପାତ୍ର, ଝାରସୁଗୁଡ଼ାରୁ ମହେନ୍ଦ୍ର ନାୟକ, ତଳସରାରୁ ପ୍ରଫୁଲ ମାଝୀ, ସୁନ୍ଦରଗଡ଼ରୁ ଅମିତ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ରଘୁନାଥପାଲୀରୁ ପ୍ରଶାନ୍ତ ସେଠୀ, ରାଉରକେଲାରୁ ମୁକ୍ତିକାନ୍ତ ବିଶ୍ୱାଳ, କୁଚିଣ୍ଡାରୁ ଶୋଭରାମ ପ୍ରଧାନ, ରେଙ୍ଗାଲିରୁ ବାଳକୃଷ୍ଣ ରୋହିଦାସ, ସମ୍ବଲପୁରରୁ ଅଶ୍ୱିନୀ କୁମାର ଗୁରୁ, ରେଢାଖୋଲରୁ ଅସଫ୍ ଅଲୀ ଖାନ୍, ଦେବଗଡ଼ରୁ ଉମାଶଙ୍କର ସାହୁ ପ୍ରାର୍ଥୀ ହୋଇଛନ୍ତି । ଆନନ୍ଦପୁରରୁ ଜୟଦେବ ଜେନା, କେନ୍ଦୁଝରରୁ ବିଦ୍ୟାଧର ଦେହୁରୀ, ଚମ୍ପୁଆରୁ ଯଦୁମଣି ବାରିକ, କରଞ୍ଜିଆରୁ ସୁଦାମ ଚରଣ ନାୟକ, ଜଳେଶ୍ୱରରୁ ସୁଦର୍ଶନ ଦାସ, ନୀଳଗିରିରୁ ମନୋଜ ମଞ୍ଜରୀ ଦେବୀ, କୋରେଇରୁ ବନ୍ଦିତା ପରିଡ଼ା, ଢେଙ୍କାନାଳରୁ ନବୀନ ନନ୍ଦ ପ୍ରାର୍ଥୀ ହୋଇଛନ୍ତି । ପାଲଲହଡ଼ାରୁ ସୁବ୍ରତ ଗଡନାୟକ, ତାଳଚେରରୁ ସୁରେଶ ଚନ୍ଦ୍ର ବେହେରା, ଅନୁଗୁଳରୁ ବିପ୍ଳବ ଜେନା, ଛେଣ୍ଡିପଦାରୁ ସସ୍ମିତା ବେହେରା ଆଠମଲ୍ଲିକରୁ ବିଜୟାନନ୍ଦ ଚୋହିଆ, ସୋନପୁରରୁ ଚିତ୍ତରଞ୍ଜନ ମିଶ୍ର, ଲୋଇସିଂହାରୁ ନବକିଶୋର ନାୟକ, ଟିଟିଲାଗଡ଼ରୁ ସୁରେନ୍ଦ୍ର ସିଂ ଭୋଇ, କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଉମରକୋଟରୁ ଯଶୋଦାରାଣୀ ଗଣ୍ଡ, ଜୁନାଗଡ଼ରୁ ଅନୀଲ ସିଂଦେଓ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଭବାନୀପାଟଣାରୁ ସାଗର ଚରଣ ଦାସ, ନର୍ଲାରୁ ଚିତ୍ତରଞ୍ଜନ ମଣ୍ଡଳ, ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ଆଠଗଡ଼ରୁ ଉମାବଲ୍ଲଭ ରଥ, ବାରବାଟୀ-କଟରୁ ମହମ୍ମଦ ମୋକିମ୍, କଟକ ସଦରରୁ ରତ୍ନାକର ବେହେରା, କେନ୍ଦ୍ରାପଡ଼ାରୁ ଯଜ୍ଞେଶ୍ୱର ବେହେରା, ଆଳିରୁ ଦେବେନ୍ଦ୍ର ଶର୍ମା, ରାଜନଗରରୁ ଅଂଶୁମାନ ମହାନ୍ତି, ଜଗତସିଂହପୁରରୁ ଚିରଞ୍ଜୀବ ବିଶ୍ୱାଳ ପ୍ରାର୍ଥୀ ହୋଇଛନ୍ତି । କାକଟପୁରରୁ ବିଶ୍ୱଭୂଷଣ ଦାସ, ବ୍ରହ୍ମଗିରି ଉମାକାନ୍ତ ବରାଳ, ସତ୍ୟବାଦୀ ପ୍ରସାଦ ହରିଚନ୍ଦନ, ଭୁବନେଶ୍ୱର ଏକାମ୍ରରୁ ରଶ୍ମୀରେଖା ମହାପାତ୍ର, ଜଟଣୀରୁ ସୁରେଶ ରାଉତରାୟ, ରଣପୁରରୁ ଶୁଭଶ୍ରୀ ପଣ୍ଡା, ଖଲ୍ଲିକୋଟରୁ ଭୋକାଲି ସେଠୀ, ସୋରଡାରୁ ସଂଗ୍ରାମ ମହାନ୍ତି, ଦିଗପହଣ୍ଡିରୁ ପ୍ରଫୁଲ୍ଲ ପଣ୍ଡା, ପାରଳାଖେମୁଣ୍ଡି କେ.ସୂର୍ୟ୍ୟା ରାଓ, ରାୟଗଡ଼ାରୁ ଆପ୍ପାଲିସ୍ୱାମୀ କାଡ୍ରାକା, ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା ଓ କୋଟପାଡରୁ ଚନ୍ଦ୍ରଶେଖର ମାଝୀ ପ୍ରାର୍ଥୀ ହୋଇଛନ୍ତି । Share on FacebookTweetFollow usSave Post Views: 1,172
Odisha ମଦ କାଉଣ୍ଟରରୁ ଡେଇଁଲା କରୋନା ; ଚିନ୍ତାରେ ପ୍ରସାଶନ NTP Bureau Report 23/07/2020 0 ଅନୁଗୋଳ(ଏନ ଟି ପି): ଅନୁଗୋଳ ମଦ କାଉଣ୍ଟର ବଢାଇଲା ଚିନ୍ତା।କାଉଣ୍ଟର ରୁ ବ୍ୟାପିଲା କରୋନା ।ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ଅନୁଗୁଳ ସହରର ଏକ ମଦ ଦୋକାନକୁ ନେଇ ଗୋଷ୍ଠୀ […]
Odisha 72 ଦିନ ପରେ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରୁ ଅଭିଯୁକ୍ତ ଗିରଫ NTP Bureau Report 06/05/2020 0 କନ୍ଧମାଳ, ୫/୫.(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗୋବରକୁଟି ଗାଁ ର ବିଧବା ମହିଳା ନିର୍ମଳାଙ୍କ ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କରିଛି ପୋଲିସ୍ । […]
Odisha Business Tata Steel Meramandali conducts Safety Awareness Campaigns among the community NTP Bureau Report 01/04/2022 0 Dhenkanal,(NewsTimePro): Almost a month-long campaign on safety to observe the 51st National Safety Week, was organised by Tata Steel Meramandali in and around its plant at Narendrapur […]