ମଦ କାଉଣ୍ଟରରୁ ଡେଇଁଲା କରୋନା ; ଚିନ୍ତାରେ ପ୍ରସାଶନ

ଅନୁଗୋଳ(ଏନ ଟି ପି):

ଅନୁଗୋଳ ମଦ କାଉଣ୍ଟର ବଢାଇଲା ଚିନ୍ତା।କାଉଣ୍ଟର ରୁ ବ୍ୟାପିଲା କରୋନା ।ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ଅନୁଗୁଳ ସହରର ଏକ ମଦ ଦୋକାନକୁ ନେଇ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା କରାଯାଉଥିଲା । ଶେଷରେ ତାହା ହିଁ ହୋଇଛି । ଗତ ୧୯ ତାରିଖରେ ମଦ କାଉଣ୍ଟରର ୩ ଜଣ ସେଲ୍ସମ୍ୟାନ୍‌ଙ୍କର କରୋନା ପଜିଟିଭ୍‌ ବାହାରିଥିଲା। ଏହି ମଦ ଦୋକାନ ଲିଙ୍କ୍‌ରୁ ୪ଟି ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି । ଏଥିରେ ଦୁଇ ଜଣ ଅବକାରୀ ବିଭାଗର ଅଧିକାରୀ ରହିଥିବା ବେଳେ ମଦ ଦୋକାନ ମାଲିକଙ୍କ ଗାଡ଼ି ଚାଳକ ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଜଣ ପଜିଟିଭ୍‌ ନେଇ ସୂଚନା ଦିଆଯାଇଛି । ଜିଲ୍ଲା ଅବକାରୀ ବିଭାଗର ଦୁଇ ଅଧିକାରୀ ଶହ ଶହ ଲୋକଙ୍କ ସହ ମିଶିଛନ୍ତି । ସେହିପରି ଆକ୍ରାନ୍ତ ଡ୍ରାଇଭର ଓ ତାଙ୍କ ପତ୍ନୀଙ୍କୁ ନେଇ ମଧ୍ୟ ସ୍ଥାନୀୟ ସଂକ୍ରମଣ ଆଶଙ୍କା ରହିଛି । ମଦ ଦୋକାନ ଦ୍ରୁତ ଗତିରେ କରୋନା ଭୂତାଣୁ ବାଣ୍ଟିବା ପରେ କେବଳ ଜିଲ୍ଲା ପ୍ରଶାସନର ନିଦ ହଜିନି, ବରଂ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେପଟେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମଦ ଦୋକାନକୁ ସିଲ୍‌ କରାଯାଇ ଚୁପ ହୋଇ ବସି ପଡିଛି ପ୍ରସାଶନ।
ସିଲ ହୋଇଥିବା ମଦ କାଉଣ୍ଟର

କେମିତି ହେବ କଣ୍ଟାକ୍ଟ ଟ୍ରେସିଂ :

ସମ୍ପୃକ୍ତ ମଦ ଦୋକାନରୁ କିଏ କିଏ ମଦ କିଣିଛନ୍ତି।କେମିତି ଜାଣିବ ପ୍ରସାଶନ।ମଦ ଦୋକାନ ସଂସ୍ପର୍ଶରେ ଶହଁ ଶହ ଗ୍ରାହକ ଆସିଛନ୍ତି।କେମିତି କରାଯିବ କଣ୍ଟ୍ରାକ୍ଟ ଟ୍ରେସିଂ ତାକୁ ନେଇ ଚିନ୍ତାରେ ପ୍ରସାଶନ।ମଦ ଦୋକାନର ୩ ଜଣ ସେଲ୍ସମ୍ୟାନ୍‌ ପଜିଟିଭ୍‌ ବାହାରିବା ପରେ ମଦ ଦୋକାନ ମାଲିକଙ୍କ ଠାରୁ ନେଇ ଅନ୍ୟ କର୍ମଚାରୀ ଓ ଅବକାରୀ ବିଭାଗର କର୍ମଚାରୀଙ୍କ ମନରେ ଭୟ ପଶିଥିଲା । ବୁଧବାର ମଦ ଦୋକାନର ଗାଡ଼ି ଚାଳକଙ୍କ ପରିବାର ଲୋକ କରୋନା ପରୀକ୍ଷା କରାଯାଇଥିଲା । ଆଣ୍ଟିଜେନ୍‌ ଟେଷ୍ଟରେ ଚାଳକ ଓ ତାଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ତେବେ ଚାଳକଙ୍କ ପୁଅ ଓ ଝିଅଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଗାଡ଼ି ଚାଳକ ପରିବାର ଅନୁଗୁଳ ପୌରାଞ୍ଚଳରେ ରହୁଥିରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଗାଡ଼ି ଚାଳକ ଓ ମଦ ଦୋକାନ ଲିଙ୍କ୍‌ରୁ ଜିଲ୍ଲା ଅବକାରୀ ବିଭାଗର ୨ ଜଣ ଅଧିକାରୀ ପଜିଟିଭ୍‌ ବାହାରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍‌ ଟେଷ୍ଟରେ ଉଭୟ କରୋନା ସଂକ୍ରମିତ ଜଣାପଡ଼ିଛି । ଏହି ୨ ପଜିଟିଭ୍‌ଙ୍କୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି । କାରଣ ଏହି ଅଧିକାରୀମାନେ ଜିଲ୍ଲା କାର୍ଯ୍ୟାଳୟକୁ ଯାଇଛନ୍ତି । ସେହିପରି ଆକ୍ରାନ୍ତ ଦ୍ୱୟ ନିଜ ଅଫିସ୍‌ରେ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । କେବଳ ଏତିକି ନୁହଁ, ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ମଧ୍ୟ ସେମାନେ ଅନେକଙ୍କ ସହ ମିଶିଛନ୍ତି । ବିଭାଗୀୟ ଅଧିକାରୀମାନେ ମଦ ବ୍ୟବସାୟୀଙ୍କ ଗାଡ଼ିରେ ବସି ରନ୍ତଲେଇ ମଦ ନିଗମ ଯାଇଥିଲେ । ସମ୍ପୃକ୍ତ ମଦ ଦୋକାନର ସେଲ୍ସମ୍ୟାନ୍‌ମାନେ ମଧ୍ୟ ଅବକାରୀ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ ।

କାଉଣ୍ଟରରୁ ଡେଇଁ ଅବକାରୀ ଅଫିସରେ ପଶିଲା କରୋନା :

ଅନୁଗୋଳର ଏକ କାଉଣ୍ଟର ରୁ କ ରୋନା ଡେଇଁ ଏବେ ଅବକାରୀ ଅଫିସରେ ପଶିଛି।ମଦ ବ୍ୟବସାୟୀଙ୍କ ଗାଡ଼ି ଚାଳକ, ତାଙ୍କ ପତ୍ନୀ ଓ ଅବକାରୀ ଅଧିକାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଆକ୍ରାନ୍ତମାନେ ସୁପର୍‌ସ୍ପ୍ରେଡର ସାଜିବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ସମ୍ପୃକ୍ତ ମଦ ଦୋକାନକୁ ଆଜି ଅବକାରୀ ବିଭାଗ ସିଲ୍‌ କରିଛି । ସେହିପରି ମଦ ବ୍ୟବସାୟୀଙ୍କ ଅଫିସ୍‌ ସିଲ୍‌ କରାଯିବା ସହ ତାଙ୍କ ଘର ମଧ୍ୟ ସିଲ୍‌ ହୋଇଛି । ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି । ସେହିପରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଓ ମୋବାଇଲ୍‌ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଆଯାଇଛି ।ଏ ସଂକ୍ରାନ୍ତରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ସଂପୃକ୍ତ ଅବକାରୀ ଅଧିକାରୀ ନିକଟ ଅତୀତରେ ଜିଲ୍ଲା କାର୍ଯ୍ୟାଳୟକୁ ଆସିନାହାନ୍ତି । ବିଭାଗୀୟ କର୍ମଚାରୀ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।ସେପଟେ ଗାନ୍ଧୀ ଛକ ଠାରେ ଥିବା ଏହି ମଦ ଦୋକାନରୁ ମଦ ନେଇଥିବା ଗ୍ରାହକ ଙ୍କ ଅବସ୍ଥା କଣ ହେବ।କଣ୍ଟ୍ରାକ୍ଟ ଟ୍ରେସୀଙ୍ଗ କୁ ନେଇ ଏବେ ଅଡୁଆରେ ପ୍ରସାଶନ।ମଦ ଦୋକାନ ତ ସିଲ ହୋଇଗଲା କିନ୍ତୁ ଭୁତାଣୁ ବାଣ୍ଟିଥିବା ମଦ କାଉଣ୍ଟର ରୁ କିଏ କିଏ ମଦ କିଣିଛନ୍ତି ତାର ଖବର କେମିତି ପାଇବ ପ୍ରସାଶନ ତାକୁ ନେଇ ଚିନ୍ତାରେ।

Follow by Email
WhatsApp