କଟକ ବିଜେଡିରେ ଟିକେଟ୍ ଦ୍ୱନ୍ଦ, ଦଳ ଛାଡିବେ ବିଜେଡିର ହେଭିୱେଟ Posted on 15/03/201915/03/2019 by NTP Bureau Report କଟକ ଵ୍ୟୁରୋ:- (News Time Pro)- ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ସରଗରମ ହୋଇପଡୁଛି କଟକ ଜିଲ୍ଲା ବିଜେଡି ରାଜନୀତି । କିଏ କେଉଁ ଆସନରୁ ଟିକେଟ୍ ପାଇବ ଏହାକୁ ନେଇ ବିଜେଡି କର୍ମୀମାନେ ସନ୍ଦିହାନ ହୋଇପଡିଛନ୍ତି । ଦଳର ଅଧିକାଂଶ ବିଧାୟକଙ୍କ ନାଁରେ ବିଭିନ୍ନ ପ୍ରକାର ଅଭିଯୋଗ ଆସିବା ପରେ ଦଳର ଛବି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ ମଳିନ ପଡିଛି । ଦଳ ଏଠି ନିଜର ଛବି ସୁଧାରିବା ପାଇଁ ନୂଆ ମୁହଁ ଦେବାପାଇଁ ପ୍ରୟାସ ଆରମ୍ଭ କରିଛି । ଏପରି ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ଆଠଗଡର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଉଭୟ ନେତାଙ୍କ ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡିର ଗୋଷ୍ଠି କନ୍ଦଳ ଉଗ୍ର ରୂପ ଧାରଣ କରିଥିବା ବେଳେ ଏଠି କିଏ ଟିକେଟ ପାଇବ ତାହାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି । ଏପରିକି ଏହି ଦୁଇ ଆସନରୁ ଟିକେଟ ପାଇବା ପାଇଁ ଏକାଧିକ ନେତା ଆବଦେନ କରିଥିବା ବେଳେ ସେମାନଙ୍କ ଡେରା ଏବେ ନବୀନ ନିବାସରେ ପଡିଛି । ଏପରିକି ଦଳର କିଛି ନେତାଙ୍କୁ ସେଠାରେ କାମ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିବା ଏବେ କଟକ ଜିଲ୍ଲା ବିଜେଡିରେ ଆଲୋଚନା ହେଉଛି । ଏପରିକି ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ଦଳ ନୂଆ ମୁହଁ ଦେବାପାଇଁ ପ୍ରାର୍ଥୀ ଖୋଜୁଥିବା ଚର୍ଚ୍ଚା ହେଉଛି । ଏପରି ସ୍ଥିତିରେ କିଏ ଟିକେଟ ପାଇବ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗିଥିବା ବେଳେ ଏହାକୁ ନେଇ ଏବେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି । ସେପଟେ ଏହି ଖବର ପ୍ରଚାର ହେବା ପରେ ଜିଲ୍ଲାର କିଛି ବରିଷ୍ଠ ନେତା ଅନ୍ୟ ଦଳରେ ମିଶିବା ପାଇଁ ଯୋଗାଯୋଗରେ ରହିଥିବା ଏବେ କଟକ ବିଜେଡିରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି । Share on FacebookTweetFollow usSave Post Views: 1,592
Odisha Political Tadka ମାଘ ପର୍ବରେ ଯୋଗଦେଲେ ବିଧାୟକ NTP Bureau Report 02/03/2020 0 ଅନୁଗୋଳ(ଏନ ଟି ପି): ଅନୁଗୋଳ ଜିଲ୍ଲା ପାଳଲହଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଝାରବେଡା ଗ୍ରାମ ପଞ୍ଚାୟତ ର କଦଳୀବାରି ଠାରେ ମାଘ ପର୍ବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିଧାୟକ ଶ୍ରୀ […]
Political Tadka ୮ ରେ ନବୀନନିବାସ ଘେରିବ ବିଜେପି କୃଷକମୋର୍ଚା NTP Bureau Report 03/01/2019 0 ଏନଟିପି:(ଅନୁଗୁଳ)ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ଅନୁଗୁଳ ଜିଲ୍ଲା ତରଫରୁ ଆସନ୍ତା ୮ ତାରିଖରେ ନବୀନ ନିବାସ ଓ ରାଜ୍ୟ ସଚିବାଳୟ ଘେରାଉ କରାଯିବା ବିଷୟରେ ଆଲୋଚନା କରାଯାଇଥିଲା।ରାଜ୍ୟସରକାର ଙ୍କ କୃଷକ ମାରଣ ନୀତି […]
Political Tadka କିଏ ହାତେଇବ ଯଶିପୁର ? କାହା ସପକ୍ଷରେ ଯିବ ଜନମତ NTP Bureau Report 29/04/2019 0 କାହାର ହେବ ଯଶିପୁର? ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଉଛନ୍ତି ଭୋଟର । ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ମତଦାତା । ଆଉ ୬ଟି ସଂସଦୀୟ କ୍ଷେତ୍ର ସହ ୪୧ଟି ବିଧାନସଭା ଆସନ […]