ବିଜୟଙ୍କ ଗତି କୁଆଡେ ?

ଭୁବନେଶ୍ୱର:

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ଅଙ୍କକଷା ଚାଲିଛି । କେଉଁ ଦଳକୁ ସେ ଯିବେ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତା ୧୮ ତାରିଖ ପୂର୍ବରୁ ସେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି କହିଛନ୍ତି । ଗତ ନଭେମ୍ବର ୩୦ରେ ବିଜୟ ମହାପାତ୍ର ବିଜେପି ଛାଡ଼ିଥିଲେ । ବିଜେପି ଛାଡ଼ିବା ପରେ ସେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା । କିଛି ଦିନର ନିରବତା ପରେ ଏବେ ବିଜୟଙ୍କ ଘରେ ବିଭିନ୍ନ ଦଳର ନେତାଙ୍କ ଭିଡ଼ ଲାଗି ରହିଛି ।

ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ବିଜୟ ମହାପାତ୍ର କେଉଁ ଦଳକୁ ଯିବେ, ତାଙ୍କ ନିଷ୍ପତ୍ତି କ’ଣ ହେବ ସେନେଇ ସମସ୍ତଙ୍କ ମନରେ ଉତ୍ସୁକତା ରହିଛି । ଏ ସମ୍ପର୍କରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଜେପି, ବିଜେଡି ଓ କଂଗ୍ରେସ ତାଙ୍କ ସହ ସମ୍ପର୍କରେ ରହିଛନ୍ତି । ଗତ ୨୦ ବର୍ଷ ଧରି ଯେଉଁମାନେ ତାଙ୍କୁ ଭଲପାଆନ୍ତି ଓ ସାଥୀରେ ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରିବେ । କେନ୍ଦ୍ରାପଡ଼ାବାସୀଙ୍କ ସ୍ୱାଭିମାନ ଓ ବିଚାରକୁ ପ୍ରାଧାନ୍ୟ ଦେବି ବୋଲି ସେ କହିଛନ୍ତି । ଯେଉଁମାନେ ସବୁବେଳେ ତାଙ୍କ ଦୁର୍ଦ୍ଧିନରେ ରହିଆସିଛନ୍ତି ସେମାନଙ୍କ ସହ ଆଲୋଚନା କରି ସେ ଖୁବଶୀଘ୍ର ନିଷ୍ପତ୍ତି ଘୋଷଣା କରିବେ ।

Follow by Email
WhatsApp