ଚୋରା କୋଇଲା ରାକେଟର ପର୍ଦ୍ଧାଫାସ କଲା ସମଲ ପୋଲିସ Posted on 29/01/201929/01/2019 by NTP Bureau Report ଅନୁଗୋଳ (ଏନଟିପି) ଅନୁଗୁଳ ଜିଲ୍ଳା ସମଲ ଥାନା ପୋଲିସ ଏକ ବଡ଼ ଧରଣର ଚୋରା ଚାଲାଣ କୋଇଲା ରାକେଟର ପର୍ଦାଫାସ୍ କରିଛି।ସୂଚନା ଅନୁଯାୟୀ ଏକ ସ୍ୱତନ୍ତ୍ର ପୋଲିସ ସ୍କ୍ୱାର୍ଡ ଓ ସମଲ ଥାନା ଅଧିକାରୀ ସୁନୀଲ କର ବିଶେଷ ସୂତ୍ରରୁ ଖବର ପାଇ ପବିତ୍ର ନଗର ଅଂଚଳରେ ଜଗିରହିଥିଲେ। ଭୋର ୪ ଟା ସମୟରେ ସମାକୋଇ ପୋଲ ନିକଟରେ ଠାବ କରି ୭ ଟି ଦଶ ଚକିଆ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରି ଥାନାକୁ ଆଣିଥିଲେ। ଥାନାରେ ସମ୍ପୃକ୍ତ ଟ୍ରକର ଚାଳକ ଓ ହେଲପରଙ୍କୁ ପଚରାଉଚରା କରବା ପରେ ଏଥିରେ ଏକ ବଡ଼ ଧରଣର ଚୋରା ରାକେଟ୍ କାମ କରୁଥିବାର ପୋଲିସ ସନ୍ଦେହ କରୁଛି ଏବଂ ଗାଡ଼ିର ଚାଳକ ଓ ହେଲପର ସମେତ ୧୧ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରାଉଲକେଲା ଅଞ୍ଚଳର ସମରେନ୍ଦ୍ର ସାମଲ(୪୬),ସୁନୀଲ ଯାଦବ(୩୦),ତାଳଚେର ଥାନା କନ୍ଧବେରେଣୀର ଗୋୖର ବେହେରା(୨୭), ବଳିଆ ଭୋଇ(୧୯), ଖମାର ଥାନା ଅଞ୍ଚଳର ରଞ୍ଜିତ ପଲ୍ଲେଇ(୨୨), ଗୁରୁ ଚରଣ ସିଧୁ(୨୫), ଇନ୍ଦ୍ରମଣି ପ୍ରଧାନ(୩୨), ଟୁନା ଦାସ(୨୭), ରୋହିତ ନାଏକ(୨୪), କେଉଁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଯୁଗଳ ନାଏକ(୩୨), ରାଜୁ ନାଏକ(୧୯) ବୋଲି ପୋଲିସ ପ୍ରକାଶ କରିଛି। ତଦନ୍ତ ଶେଷ ହେଲାପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେବା ସହ ଏ ଘଟଣାରେ ଅନେକ ସମ୍ପୃକ୍ତ ଅଛନ୍ତି ବୋଲି ପୋଲିସ ଅନୁମାନ କରୁଛି। ଏ ନେଇ କେଶ୍ ନଂ ୧୮/୧୯ ରେ ମାମଲା ରୁଜୁ କରି ଅଭିଯୁକ୍ତ ୧୧ ଜଣଙ୍କୁ ଆଈପିସି ଧାରା ୩୭୯,୩୪ରେ କୋର୍ଟ ଚାଲାଣ କରିଛି।ଜବତ କୋଇଲା ୧୪୦ ଟନ୍ ହେବ ବୋଲି ସମଲ ଥାନା ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମଲ ଥାନା ଅଞ୍ଚଳରେ ଏହା ଏକ ବଡ ଧରଣର ଚୋରା କୋଇଲା ର ଚଢ଼ାଉ ବୋଲି ଜଣାପଡିଛି।ପୋଲିସ ପକ୍ଷରୁ ମଧ୍ୟ ଆଗାମୀ ଦିନରେ ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛି ପୋଲିସ। Share on FacebookTweetFollow usSave Post Views: 202
Odisha ଲକଡାଉନରେ ରୋଜଗାର ଯୋଗାଉଛି ବରିଡା ଶାଗ NTP Bureau Report 23/04/2020 0 କନ୍ଧମାଳ(ଏନଟିପି): ବରିଡା ଶାଗର ସ୍ବାଦ ନିଆରା। ଏହାର ଚାହିଦା କନ୍ଧମାଳ ଜିଲ୍ଲା ରେ ଅଧିକ ରହିଛି। ଏପ୍ରିଲ ଓ ମେ’ ମାସରେ ବହୁଳ ଭାବେ ଏହାକୁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି ସ୍ଥାନୀୟ ବାସିନ୍ଦା। ଖରା […]
Odisha ବଲାଙ୍ଗୀର ମାଟି ଐତିହ୍ୟ ସମ୍ପର୍ଣ୍ଣ ମାଟି :ଧର୍ମେନ୍ଦ୍ର ପ୍ରଧାନ NTP Bureau Report 15/01/2019 0 ଏନଟିପି: ବଲାଙ୍ଗୀରର ମାଟି ଐତିହ୍ୟସମ୍ପନ୍ନ, ସଂସ୍କୃତିଭରା ଓ ପରମ୍ପରାର ମାଟି । ଏ ମାଟି କେବଳ ଇତିହାସକୁ ମନେପକାଏ ନାହିଁ, ସମୟର ଆବଶ୍ୟକତାକୁ ପୂରଣା କରିବା ପାଇଁ ଆହ୍ୱାନକୁ ବି ସ୍ୱୀକାର କରେ ବୋଲି […]
Business Odisha Best Matriculates Felicitated By NALCO CMD Smrutilipi 21/08/2022 0 Angul , 21.08.2022 : (NEWS TIME PRO) National Aluminium Company Limited ( NALCO ) , a Navratna PSU under Ministry of Mines , Government of […]