ତାଳଚେରରେ ହେବ ରେଲୱେ ଅଣ୍ଡର ବ୍ରିଜ

ଅନୁଗୋଳ :

ଅନୁଗୋଳ ଜିଲ୍ଲା ତାଳଚେର ବିମଲାଗଡ଼ ରେଳ ଲାଇନ ପାଇଁ ତାଳଚେର ସହରର ଶର୍ମା ଛକ ଓ ହାଣ୍ଡିଧୁଆ ଛକ ମଧ୍ୟରେ ଓଭର ବ୍ରିଜ ପ୍ରତିଷ୍ଠା ବିରୋଧରେ ଦାବିକୁ ନେଇ ଛଅ ତାରିଖରେ ଅନୁଗୁଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପୂର୍ବ ତଟ ରେଳ ଲାଇନ, ବ୍ୟବସାୟୀ ସଂଘ, ଏମସିଏଲ ଓ ତାଳଚେର ସୁରକ୍ଷା ମଞ୍ଚ କର୍ମକର୍ତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସମସ୍ତଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଶର୍ମା ଛକ ଓ ହାଣ୍ଡିଧୁଆ ଛକ ମଧ୍ୟରେ ଓଭର ବ୍ରିଜ ବଦଳରେ ଅଣ୍ଡର ବ୍ରିଜ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ରେଳ ବିଭାଗ ପୂର୍ତ୍ତ ବିଭାଗ କୁ ବ୍ରିଜର ଡିଜାଇନ ସ୍ଥିର କରିବା ପାଇଁ ସବିଶେଷ ତଥ୍ୟ ସାତ ଦିନ ମଧ୍ୟରେ ଦେବେ ଓ ଚାରି ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପାଦନ ହେବ ଓ ଏଥିପାଇଁ ଏମସିଏଲ ଓ ବ୍ୟବସାୟୀ ସଂଘ ମିଳିତ ଭାବେ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି ନିର୍ମାଣ ସମୟରେ ରେଳ ବିଭାଗ ଏକ ବିକଳ୍ପ ବାଇପାସ ରାସ୍ତା ନିର୍ମାଣ କରିବାକୁ ମଧ୍ୟ ଜିଲ୍ଲାପାଳ କହିଛନ୍ତି।

Follow by Email
WhatsApp