ନାଲକୋରେ ସାମୁହିକ ବ୍ରତୋପନୟନ

ଅନୁଗୋଳ(ଏନଟିପି)

ନାଲକୋନଗର ମନ୍ଦିର କମିଟି ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ମନ୍ଦିର ପ୍ରାଙ୍ଗଣ ରେ ସାମୂହିକ ବ୍ରତପନୟନ କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି।ନାଲକୋ ମନ୍ଦିର କମିଟି ର ସଭାପତି ରାଜ କିଶୋର ମିଶ୍ରଙ୍କ ତତ୍ୟବଧାନ ରେ ଏଭଳି ସାମୁହିକ ବ୍ରତ ଆୟୋଜନ କରାଯାଇଛି।ଅନଗୁଳ ଜିଲ୍ଲାର ବଳରାମ ପ୍ରସାଦ ଗ୍ରାମର କେନ୍ଦୁଢିପ ସାହି, ଖମାର, ହୁଲୁରୁସିଂଘା, ବେନ୍ତପୁର, ହିନ୍ଦୋଳ, ଢେଙ୍କାନାଳ ଜିଲ୍ଲାର କଳିଙ୍ଗା ନନ୍ଦପୁର, ଦୁଦୁରୁ କୋର୍ଟ, ପବିତାଆ ସାହି ଢେଙ୍କାନାଳ,ସିଆଲଖଣ୍ଡହଥା ବରଗଡ଼ ଆଦି ବିଭିନ୍ନ ଅଞ୍ଚଳରେ ଥିବା ୧୨ଜଣ ଗରିବ ବ୍ରାମଃଣ ପିଲ ଙ୍କ ର ବିନା ଖର୍ଚ୍ଚ ରେ ବ୍ରତପନୟ କରାଯିବାର ବ୍ୟବସ୍ଥା କରାଯାଇଛି।ଏଥିଲାଗି ମନ୍ଦିର ପ୍ରାଙ୍ଗଣ ପଡ଼ିଆ ରେ ସ୍ୱତନ୍ତ୍ର ଭାବେ ୧୨ଟି ବେଦୀ ରେ ଏକା ସାଙ୍ଗରେ ୧୨ଜଣ ବ୍ରତ ହେବାର ବ୍ୟବସ୍ଥା କରାଯାଇଛିଥିଲା।ବ୍ରତ ର ସମସ୍ତ ଖର୍ଚ୍ଚ ନାଲକୋ ମନ୍ଦିର ପ୍ରଶାସନ ତରଫରୁ ନିଆଯାଇଛି।ଗୁରୁବାର ସକାଳ ଠାରୁ ଆରମ୍ଭ କରି ଚାରି କର୍ମ, ବ୍ରତ କର୍ମ, ମୁଣ୍ଡନ, ପଞ୍ଚ ଗ୍ରାସ ଭିକ୍ଷା ଗ୍ରହଣ, ମନ୍ଦିର ପରିସର ରୁ ବ୍ରମଃଚାରୀ ରୋଷଣୀ ତାରିଣୀ ମନ୍ଦିର ଛକ ଦେଇ କୋଲୋନୀ ପରିକ୍ରମା କରି ମନ୍ଦିର ନିକଟ କୁ ଆସିଥିଲେ।ଛତିଆବଟ ରୁ ଆସିଥିବା ମୁଖ୍ୟ ପୁରୋହିତ ତାପସ ରଞ୍ଜନ ଶତପଥୀ ଙ୍କ ନେତୃତ୍ୱରେ ୧୩ଜଣ ପୁରୋହିତ ମଣ୍ଡଳି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।ରଶ୍ମି ରଞ୍ଜନ ପାଣି ଉକ୍ତ ବ୍ରତ ପାଳନ ରେ ପୁସ୍ତକ କା ଚାର୍ୟ୍ଯ କାର୍ଯ୍ୟ ସମ୍ପାଦନ କରିଥିଲେ।ପ୍ରତ୍ୟେକ ବ୍ରତ ହେଉଥିବା ପରିବାର ର ସମ୍ପରିକୀୟ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା। ମନ୍ଦିର କମିଟିର କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦାସ,ଉପସଭାପତି ପୀତବାସ ସାହୁ,ନୃସିଂହ ପାତ୍ର, ପ୍ରଭାତ କୁମାର ପାଢୀ, ପୃଥ୍ୱୀରାଜ ତ୍ରିପାଠୀ, ନରୋତମ ସ୍ବାଇଁ, ନିର୍ମଳ ଶତପଥୀ,ନିର୍ମଳ ବାରିକ୍, ସଞ୍ଜୟ ପ୍ରଧାନ, ମୃତୁଞ୍ଜୟ କର ଙ୍କ ସମେତ ମନ୍ଦିର କମିଟିର ସମସ୍ତ ସଦସ୍ୟ ପୂର୍ଣ୍ଣମାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Follow by Email
WhatsApp