କମଳା ସ୍ୱାସ୍ଥ୍ୟ ପାଇଁ କେତେ ଫଳପ୍ରଦ……

୧.କମଳାର ସେବନ ପ୍ରତିଦିନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଠିକ୍‌ ରହିବା ସହ ରକ୍ତ ସଞ୍ଚଳାନ ଠିକ୍‌ ଭାବରେ ହୋଇଥାଏ । ଏହା ସହ ଏଥିରେ ଥିବା ଫାଇଟୋକେମିକାଲ ତତ୍ତ୍ୱ ରକ୍ତ ଜମାଟ ବାନ୍ଧିବାକୁ ଦେଇ ନଥାଏ । ଯାହାଦ୍ୱାରା ହୃଦ୍‌ ସମସ୍ୟାର ମଧ୍ୟ ଆଶଙ୍କା କମ ହୋଇଥାଏ ।

୨.କମଳାରେ ନ୍ୟାଚୁରାଲ ସୁଗାର ଥିବାରୁ ଏହା ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଯାହାଦ୍ୱାରା ମଧୁମେହ ଭଳି ରୋଗ ହେବାର ଆଶଙ୍କା କମ ହୋଇଥାଏ । ମଧୁମେହ ରୋଗୀମାନେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ କମଳା ଖାଇ ପାରିବେ ।

୩.ଏଥିରେ ଭିଟାମିନ୍‌ ସି ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଯାହାଦ୍ୱାରା ଆପଣମାନେ ସହଜରେ ରୋଗଗ୍ରସ୍ତ ହୁଅନ୍ତି ନାହିଁ ।

୪.ଏଥିରେ ଭିଟାମିନ୍‌ ସି, ଆଣ୍ଟି-ଅକ୍ସିଡ଼ିାଣ୍ଟ,ଆଣ୍ଟି-ଇନ୍‌ଫ୍ଲେମେଣ୍ଟ୍ରୀ,ବିଟା-କେରୋଟିନ୍‌ ରହିଥାଏ, ଯାହା ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର କରି ତ୍ୱଚାରେ ଚମକ ଆଣିଥାଏ । ତ୍ୱଚାରେ ଚମକ ଆଣିବା ପାଇଁ ଆପଣ ମୁହଁରେ କମଳା ଲଗାଇ ପାରିବେ ।

୫.କମଳା ରେ କେରୋଟିନାଇଡ୍‌ ରହିଥାଏ, ଯାହା ଦୃଷ୍ଟିଶକ୍ତିକୁ ମଜବୁତ୍‌ କରିଥାଏ ।

Follow by Email
WhatsApp