ଚିକେନ୍ ଓ ମଟନ ଶରୀର ପାଇଁ କେତେ ଭଲ କେତେ ଖରାପ….

ଚିକେନ୍ ଏବଂ ମଟନ୍ ଶରୀର ପାଇଁ କ୍ଷତିକାରକ ଯାହାର କାରଣ ରୋଗ ଦାଉରୁ ଛେଳି,କୁକୁଡାଙ୍କୁ ଦିଆଯାଉଥିବା ଆଣ୍ଟିବାୟୋଟିକ୍ । ଯେତେବେଳେ ଛେଳି,କୁକୁଡାଙ୍କୁ ରୋଗ ହୋଇଯାଏ ତାଙ୍କ ଦେହରେ ବ୍ୟାକ୍ଟେରିଆ ଘର କରିଥାନ୍ତି । ଏଥିରୁ ବଞ୍ଚାଇବା ପାଇଁ ତାଙ୍କୁ ଆଣ୍ଟିବାୟୋଟିକ୍ ଦିଆଯାଏ । କିନ୍ତୁ ଏହି ଆଣ୍ଟିବାୟୋଟିକର ବ୍ୟାକ୍ଟେରିଆ ଉପରେ କୌଣସି ପ୍ରଭାବ ପଡିନଥାଏ । ଯେତେବେଳେ ଲୋକ ଏହି ମାଂସକୁ ଖାଇଥାନ୍ତି ତାଙ୍କ ଶରୀରରେ ଏହି ବ୍ୟାକ୍ଟେରିଆ ପ୍ରବେଶ କରେ ଏବଂ ତାଙ୍କ ଉପରେ ଆଣ୍ଟିବାୟୋଟିକ୍ ର ପ୍ରଭାବ ପଡିନଥାଏ ।

ବଜାରରେ ମିଳୁଥିବା ଚିକେନ୍ ଏବଂ ମଟନ୍ କୁ ରୋଗ ଦାଉରୁ ସୁରକ୍ଷିତ ରଖିବା ପାଇଁ ଆଣ୍ଟିବାୟୋଟିକ୍ ର ବ୍ୟବହାର କରାଯାଇଥାଏ । ଏହାର ଅଧିକ ସେବନ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଏହି ବ୍ୟାକ୍ଟେରିଆ ଆପଣଙ୍କ ଶରୀରରେ ପ୍ରବେଶ କରିଯାଏ । ବଜାରରେ ମିଳୁଥିବା ବଇଲର୍ କୁକୁଡାରେ ଏହି ରୋଗ ଅଧିକ ଦେଖାଯାଏ ତେଣୁ ଯେତେ ସମ୍ଭବ କମ୍ ମାଂସ ଖାଇବାକୁ ଚେଷ୍ଟା କରନ୍ତୁ ନଚେତ୍ ଦେଶୀ କୁକୁଡା ମାଂସ ଖାଆନ୍ତୁ । ଏହାର କାରଣ ଏଥିରେ ବଇଲର୍ ଠାରୁ କମ୍ ମାତ୍ରାରେ ଆଣ୍ଟିବାୟୋଟିକ୍ ତଥା ମେଡିସିନ୍ ର ବ୍ୟବହାର ହୋଇଥାଏ

Follow by Email
WhatsApp