ସଙ୍ଗୀତ ଦ୍ୱାରା ଶତ୍ରୁ ବି ବନିପାରେ ମିତ୍ର ; ଅତୁଲ୍ୟ ଚମ୍ପତିରାୟ,ପ୍ରକଳ୍ପ ନିର୍ଦେଶକ

ଅନୁଗୋଳ (ଏନଟିପି)

ସପ୍ତମ ଅନୁଗୋଳ ଜିଲ୍ଲା ମହୋତ୍ସବ ଜିଲ୍ଲାବାସୀଙ୍କ ପାଇଁ ତିନିଦିନ ଧରି ଆଣିଦେଇଥିଲା ଢେର ସାରା ଖୁସି।କଳା ,ସଂସ୍କୃତିର,ଐତିହ୍ୟର ଡୋରୀରେ ବାନ୍ଧି ରଖିଥିଲା ସଭିଙ୍କୁ।ମହୋତ୍ସବ ରେ ବିଭିନ୍ନ ନୃତ୍ୟଶିଳ୍ପୀ ଓ ଓଲିଉଡ କଳାକାରଙ୍କ ସଙ୍ଗୀତ ଓ ନୃତ୍ୟ ପରିବେଷଣ ରେ ଫାଟିପଡୁଥିଲା ଅନୁଗୋଳ ଷ୍ଟାଡିୟମ ପରିସର।ଅନୁଗୋଳ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅତୁଲ୍ୟ ଚମ୍ପତିରାୟ ଜଣେ ସରକାରୀ ଅଧିକାରୀ ଭାବେ ତାଙ୍କ ର ରହିଛି ବେଶ ଖ୍ୟାତି।ଲୋକଙ୍କ ସେବା ପାଇଁ oas ରେ ଯୋଗଦେଇ ଲୋକଙ୍କ ସେବା କରିବାର ସୁଜୋଗ ପାଇଲି ବୋଲି କୁହନ୍ତି ଶ୍ରୀ ଚମ୍ପତି ରାୟ।ମହୋତ୍ସବରେ ତାଙ୍କ ଦ୍ୱାରା ପରିବେଷିତ ସଙ୍ଗୀତ ସମସ୍ତଙ୍କୁ ମୁଗ୍ଧ କରି ବାନ୍ଧି ରଖିଥିଲା।ସଙ୍ଗୀତ ଦ୍ୱାରା ସମସ୍ତଙ୍କୁ ବାନ୍ଧି ରଖିହୁଏ।ସଙ୍ଗୀତ ଏମିତି ଏକ କଳା ଯାହା ଦ୍ୱାରା ଶତ୍ରୁ ବି ମିତ୍ର ହୋଇପାରେ ବୋଲି କହିଥିଲେ ପ୍ରକଳ୍ପ ନିର୍ଦେଶକ।
Follow by Email
WhatsApp