କେଉଁ ପ୍ରସଙ୍ଗରେ ଲୋକଙ୍କ ମନ ଜିତିବ ବିଜେପି !କଣ ରହିଛି ବିଜେପିର ଇସ୍ତାହାର…

ଭୁବନେଶ୍ୱର (ଏନ ଟି ପି):
୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅନୁମୋଦନ କ୍ରମେ ଆଜି ରାଜ୍ୟ ସଂକଳ୍ପପତ୍ର ସମିତି ଘୋଷଣା କରାଯାଇଛି । ଏହି ସମିତିର ଅଧ୍ୟକ୍ଷ ରୂପେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ସୁଦର୍ଶନ ନାୟକ ଆବାହକ ରୂପେ କାର୍ଯ୍ୟ ସମ୍ପାଦନ କରିବେ ।ଏହି ସମିତିରେ ସଦସ୍ୟ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢୀ, ପ୍ରଦୀପ ନାୟକ, ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ଅବସର ପ୍ରାପ୍ତ ପ୍ରଶାସକ ଅଶୋକ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମାଙ୍କ ସମେତ ଅନ୍ୟ କେତେକ ନେତା ଓ ଶିକ୍ଷାବିତଙ୍କୁ ଦାୟିତ୍ୱ ଦିଆଯାଇଛି ।ତେବେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ଉଷ୍ମତା ସେତିକି ବଢି ବଢି ଚାଲିଛି । କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ମନ ଜିତି ହେବ ସେନେଇ ଆରମ୍ଭ ହୋଇଗଲାଣି ରାଜନୈତିକ ଅଙ୍କକଷା । ଆଉ ଏହି କ୍ରମରେ ଆଜି ବିଜେପି ୨୦୧୯ ସାଧାରଣ ନିର୍ବାଚନ ପାଇଁ ଗଠନ କରିଛି ଇସ୍ତାହାର କମିଟି ।

Follow by Email
WhatsApp