ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅନୁଗୋଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ସମଲ ନଦୀବନ୍ଧ ଯୋଜନା କୁ ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ।ପ୍ରକଳ୍ପର ମୁଖ୍ୟ ଲକ୍ଷଥିଲା ତଳ ଅଂଚଳର ଲୋକଙ୍କୁ ବନ୍ୟା ଦାଉରୁ ରକ୍ଷାକରିବା ଓ କେନାଲ ମାଧ୍ୟମରେ ଚାଷ ଜମିକୁ ଜଳସେଚନ କରାଯିବା,୧୯୭୮ ମସିହାରେ ସମଲ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ହୋଇ ୧୯୯୦ ମସିହାରେ ଜଳପ୍ରକଳ୍ପରେ ଜଳ ସଂଗୃହିତ କରାଯାଇଥିଲା।ପ୍ରକଳ୍ପ ପାଇଁ ସାତପରୁଷ ଭିଟା ମାଟି ହରାଇଥିଲେ ଚାରି ଖଣ୍ଡ ଗ୍ରାମ ସଗଡିପାଳ,ଲାଙ୍ଗୁଆବେଡା,ବଲାଂଗୀ ଓ ବିଜିଗୋଳ ପାଟଣାର ଅଧିବାସୀ ଙ୍କ ବଳିଦାନରେ ଛିଡା ହୋଇଛି ସମଲ ବ୍ୟାରେଜ ପ୍ରକଳ୍ପ।ଯାହାଙ୍କର ବଳିଦାନରେ ଏହି ପ୍ରକଳ୍ପ ଛିଡାହୋଇଛି ରାଜ୍ୟ ସରକାର କିପରି ସମ୍ପୃକ୍ତ କ୍ଷତିଗ୍ରସ୍ତଙ୍କୁ ଭୁଲିଗଲେ ତାହାହିଁ ସବୁଠୁ ବଡ଼ ପ୍ରଶ୍ନବାଚୀ ଛିଡା ହୋଇଛି।
ଜାହାପାଇଁ ପ୍ରକଳ୍ପ ତାକୁ ଏଠି ଅଣଦେଖା:
ଜମିହରା ପ୍ରଜାଙ୍କୁ ସାଗମାଛ ଦରରେ ଜମିନେଇ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରକଳ୍ପ ତ ନିର୍ମାଣ ହେଲା କିନ୍ତୁ ଏଯାବତ ୩୦ ବର୍ଷରରୁ ଅଧିକ ବର୍ଷ ବିତି ଯାଇଥିଲେ ମଧ୍ୟ କିନ୍ତୁ ବସ୍ଥାପିତଙ୍କ ସମସ୍ୟା ସମାଧାନ କରିପାରିଲେ ନାହିଁ ରାଜ୍ୟସରକାର।ଦିର୍ଘ ୧୯ ବର୍ଷର ସ୍ୱଚ୍ଛ ଓ ନିର୍ମଳ ଶାସନର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ କାହିଁକି ବିସ୍ଥାପିତଙ୍କ ସମସ୍ୟା ପ୍ରତି ଆଖି ବୁଜିଲେ ତାଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।ପ୍ରକଳ୍ପ ଦ୍ବାରା ସମ୍ପୂର୍ଣ ବାସଚ୍ୟୁତ ହୋଇଥିବା ୪ ଖଣ୍ଡ ଗ୍ରାମ ଲୋକଙ୍କୁ ନା ସରକାରୀ ନିୟମ ମୁତାବକ ୫୦ ଭାଗ ନିଯୁକ୍ତିର ନିୟମ ଥିଲେ ମଧ୍ୟ ଏଥିରୁ ସମ୍ପୂର୍ଣ ବିସ୍ତାପିତ ପରିବାରଙ୍କୁ ବାଦ ଦିଆଯିବା ଚାକିରୀକୁ ସ୍ଥାୟୀ କରାନଯିବା ବକେୟା ପ୍ରାପ୍ୟ ପ୍ରଦାନ କରାନଯିବା ଓ ଥଇଥାନ ନୀତି ନିୟମ ଅନୁଯାୟୀ ତାଙ୍କୁ ସଠିକ ଭାବେ ଥଇଥାନ ନକାରାଯିବା ଏ ସଂକ୍ରାନ୍ତରେ ଦାବି ଉପସ୍ଥାପନ କି ଆନ୍ଦୋଳନ କଲେ କ୍ଷତିଗ୍ରସ୍ତ ପ୍ରଜା ମାଲକାନଗିରି କିମ୍ବା କୋରାପୁଟ ବଦଳି କରିବାର ଭୟ ଦେଖାଇ ଆନ୍ଦୋଳନ କାରୀଙ୍କ କଣ୍ଠରୋଧ କରାଯାଉଥିବା ଅଭିଯୋଗ ହେଉଛି।
ନ୍ୟାୟ ମାଗିଲେ ଏଠି କରାଯାଏ ବଦଳି :
ଅନୁଗୋଳ ଜିଲ୍ଲା ସମଲବ୍ୟାରେଜ ପ୍ରକଳ୍ପ ଦ୍ବାରା କ୍ଷ୍ୟତିଗ୍ରସ୍ତ ୪ ଖଣ୍ଡ ଗାଁ ର ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ କଲେ ଏଠିକାର ପ୍ରକଳ୍ପ ଅଧିକାରୀ ବଦଳି କରିବା ସହ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯିବା କଥା ମଧ୍ୟ ନଜରରେ ଆସିଛି।ଗଣତନ୍ତ୍ରରେ ନ୍ୟାୟ ମାଗିବାର ଅଧିକାର ଅଛି। ନ୍ୟାୟ ମାଗିଲେ ମିଳେ ବଦଳି ଆଦେଶ।ବିସ୍ଥାପିତପ୍ରଜାଙ୍କୁ ଅଧିକାରୀ ହଇରାଣ କରୁଥିବା କଥା ମଧ୍ୟ ନଜରକୁ ଆସେ। ଏ ଘଟଣାର ତଦନ୍ତ ମଧ୍ୟ ଦାବି କରିଛନ୍ତି ପ୍ରଜା
ନିର୍ବଚନ ଆସିଲେ ମନେପଡେ ବିସ୍ଥାପିତଙ୍କ କଥା !
ନିର୍ବାଚନ ପରେ ନିର୍ବାଚନ ଆସୁଛି ଭୋଟ ହାତେଇବା ପାଇଁ ଚେଷ୍ଟା ଚଳାଉଛନ୍ତି ନେତା ନିର୍ବାଚିତ ପ୍ରତିନିଧି ମାନେ ବିସ୍ତାପିତ ପ୍ରଜାଙ୍କୁ ଅସ୍ତ୍ର କରି ନିର୍ବାଚନୀ ବୈତରଣୀ ପାର ହୁଅନ୍ତି।ନିର୍ବାଚିତ ହେଲା ପରେ ପ୍ରତିନିଧି ଙ୍କର ନା ମନେପଡେ ବିସ୍ଥାପିତଙ୍କ ଦୁଃଖ ନା ଉଠେ ଥଇଥାନ କଥା କେବଳ ମିଳେ ତୁଚ୍ଛା ପ୍ରତିଶୃତି ଆଉ ବିସ୍ତାପିତ ପ୍ରଜା ଟିଏ ଦିନ ପରେ ଦିନ ଗଣୁ ଥାଏ କେବେ ହଟିବ ତାର ଦୁଃଖ।
ପ୍ରକଳ୍ପ ପାଇଁ ଜମି ନେଇ ପ୍ରକଳ୍ପରୁ କମ୍ପାନୀକୁ ବିକ୍ରି ଚାଲିଛି ପାଣି :
ଯେଉଁ ପ୍ରକଳ୍ପ ପାଇଁ ସେ ନିଜର ଭିଟା ମାଟିକୁ ଛାଡି ଥିଲା ସେହି ଭିଟା ମାଟିକୁ ବିକି ଏହି ପ୍ରକଳ୍ପରୁ ବିଭିନ କମ୍ପାନୀ କୁ ୧୨ କୋଟି ଟଙ୍କାରେ ବିକ୍ରି କରନ୍ତି ଜଳ କିନ୍ତୁ ଭୁଲି ଯାଆନ୍ତି ବିସ୍ଥାପିତଙ୍କ କଥା।ବିସ୍ତାପିତ ପ୍ରଜା ଟିଏ ନିଜର ହକ ପାଇଁ ଆନ୍ଦୋଳନକୁ ଓଲହାଇ ବା ପରେ କେବଳ ପ୍ରକଳ୍ପ ଅଧିକାରୀ ଉପରିସ୍ତ ଅଧିକାରୀଙ୍କ ସହ ଆଲୋଚନା ହେବା ନେଇ ଆଳ ଦେଖାଇ ଭୁଆଁ ବୁଲାନ୍ତି।ଆଜି ସମଲ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ୪ ଖଣ୍ଡ ଗ୍ରାମର ସପୂର୍ଣ ବାସଚ୍ୟୁତ ଶ୍ରମିକ ଓ ୩୯ ଖଣ୍ଡ ଗ୍ରାମର ଆଂଶିକ କ୍ଷତିଗ୍ରସ୍ତ ପ୍ରଜାମାନେ ଦୁଇ ଘଣ୍ଟା ଧରି ଧାରଣା ଦେଇଥିଲେ।ରାଜ୍ୟ ସରକାର ଯେଉଁ ପ୍ରକଳ୍ପ ରୁ ମାସକୁ କୋଟିକୋଟି ଟଙ୍କା ରାଜସ୍ୱ ପାଉଛନ୍ତି କିନ୍ତୁ ପ୍ରକଳ୍ପ ଦ୍ବାରା ବିସ୍ତାପିତ ହୋଇଥିବା ୪ ଖଣ୍ଡ ଗ୍ରାମର ବାସଚ୍ୟୁତ ଶ୍ରମିକଙ୍କ ପ୍ରତି ସତରେ କଣ ଆଖି ବୁଜି ଦେଇଛନ୍ତି ରାଜ୍ୟସରକାର।JSPL, NTPC, JITPL ଓ OPCL କୁ ପ୍ରକଳ୍ପରୁ ପାଣି ବିକ୍ରି କରୁଛନ୍ତି ସରକାର କିନ୍ତୁ ବିସ୍ଥାପିତଙ୍କ ସମସ୍ୟା ସମାଧାନ ଦିଗରେ ଧ୍ୟାନ ପଡୁନି କାହିଁକି
ଦୁଇ ନିର୍ବାଚନ ମଣ୍ଡଳୀର ବିସ୍ଥାପିତ ୪ ଖଣ୍ଡ ଗ୍ରାମ ଜିଲ୍ଲା ମାନଚିତ୍ରରେ ନାଁ ନାହିଁ:
ଅନୁଗୋଳ ଜିଲ୍ଲାର ପାଲଲହଡା ନିର୍ବାଚନମଣ୍ଡଳୀ ର ୩ ଟି ଗାଁ ଓ ତାଳଚେର ନିର୍ବାଚନ ମଣ୍ଡଳୀ ର ଗୋଟିଏ ଗାଁ ନା ଅଛି ଜିଲ୍ଲା ମାନଚିତ୍ରରେ ନା ନାହିଁ।ସତେଯେମିତି ଏହି ଗାଁ ଗୁଡିକ ସରକାର ବିସ୍ଥାପିତ କରିବା ସାଙ୍ଗେ ସାଙ୍ଗେ ମାନଚିତ୍ରରୁ ନା ଲିଭାଇ ମୃତ ଘୋଷଣା କରିଛନ୍ତି ମନେ ହୁଏ।ବାରମ୍ବାର ରାଜନେତା ଓ ସରକାରୀ ବାବୁ ପ୍ରତିଶୃତି ଦିଅନ୍ତି କିନ୍ତୁ ତାହା ପରବର୍ତୀ ସମୟରେ ଭୁଲିଯାନ୍ତି।ଉଭୟ ନେତା ୫ ବର୍ଷ ଭିତରେ କେବେ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିନାହାନ୍ତି ସମାଧାନର ବାଟ ଖୋଜିଛନ୍ତି।ବିଧାୟକ ମାନେ କେବଳ ନିର୍ବାଚନ ଆସିଲେ ପୁଣି ଫେରନ୍ତି ଆଉ ପ୍ରତିଶୃତି ରେ ପୋତିପକାନ୍ତି।ଆଶାକରାଯାଉଛି ବିଧାୟକ ମାନେ ଲୋକଙ୍କ ସମସ୍ୟା ସମାଧାନ କରିବା ସହ ନ୍ୟାୟ ପାଇବା ଆଶା ନେଇ ବଂଚିଛି ବିସ୍ଥାପିତ।
ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ପହଞ୍ଚୁନିକି ସମଲ ସମ୍ପୂର୍ଣ୍ଣ ବିସ୍ଥାପିତଙ୍କ ଦୁଃଖ !
ଅନୁଗୋଳ ଜିଲ୍ଲା ସମଲବ୍ୟାରେଜ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ୪ ଖଣ୍ଡ ଗାଁ ର ସମ୍ପୂର୍ଣ ବିସ୍ଥାପିତଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀ ଙ୍କ କାନରେ ପଡୁନି ବୋଲି ସନ୍ଦେହ।ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ କାଳିଆ,ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଯୋଜନା କିନ୍ତୁ ଏହି ଭିଟାମାଟି ହରାଇ ସର୍ବସ୍ବ ବଳିଦାନ ଦେଇଥିବା ଏହି ବିସ୍ଥାପିତଙ୍କ ପ୍ରତି ବେଦରଦି ମନୋଭାଵ କାହିଁକି।ସତରେ ନ୍ୟାୟ ପାଇବେ ଏହି ବିସ୍ଥାପିତ।କେବେ ହଟିବ ଏହି ବିସ୍ଥାପିତଙ୍କ ଦୁଃଖ।ଆଉ ଏମାନେ ପାଇବେ ସ୍ୱାଧୀନତାର ସ୍ୱାଦ।ତୁରନ୍ତ ମୁଖ୍ୟମନ୍ତ୍ରୀ ଏହାର ହସ୍ତକ୍ଷେପ କରି ବିସ୍ଥାପିତଙ୍କ ନ୍ୟାୟ ପାଇଁ ଦାବି କରିଛନ୍ତି।ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବା ଦାବି ହେଉଛି
ନେତାଙ୍କ ପାଇଁ କଣ୍ଟା ହେବ କି ସମଲ ବିସ୍ଥାପିତଙ୍କ ସମସ୍ୟା
ସମଲବ୍ୟାରେଜ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହୋଇଥିବା ସମ୍ପୂର୍ଣ୍ଣ ୪ ଖଣ୍ଡ ଗ୍ରାମ ଓ ଆଂଶିକ ୩୯ ଖଣ୍ଡର ଗ୍ରାମର ସମସ୍ୟା ସମାଧାନ ନହେଲେ ଜୋରଦାର ହେବ ଆନ୍ଦୋଳନ।ଏହା ସିଧାସଳଖ ପାଲଲହଡା ଓ ତାଳଚେର ନିର୍ବାଚନ ମଣ୍ଡଳୀ ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ଚାଲିଛି।ନେତାଙ୍କ ପାଇଁ ଏହି ସମସ୍ୟା ନିର୍ବଚନ ବୈତରଣୀ ପର ହେବାରେ ଏକ ପ୍ରକାର ବାଧକ ମଧ୍ୟ ଉପଜିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ହେଉଛି।ଦାବି ପୂରଣ ନହେଲେ ଭୟାବହ ହେବ ଆନ୍ଦୋଳ ଓ ଅଫିସ କାର୍ଯ୍ୟ ଅଚଳ ହେବ ବୋଲି ମଧ୍ୟ ଚେତାବନୀ ।
