ବାଲେଶ୍ୱର(ଏନ. ଟି.ପି.)
ବାଲେଶ୍ୱର ଜିଲ୍ଲା ଜଳେଶ୍ବରର ସୁଗୋ ଗ୍ରାମପଞ୍ଚାୟତ ଠାରେ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ ବ୍ୟାସ କବି ଫକୀର ମୋହନ ଙ୍କ ମାଟିରେ ତାଙ୍କୁ ସମ୍ବୋଧିତ କରାଯାଇଥିବାରୁ ସେ ନିଜକୁ ଗର୍ବ ଅନୁଭବ କରୁଥିବା କହିଛନ୍ତି।ଓଡିଶାକୁ ନୂଆ ଓଡିଶା ବନେଇବାକୁ ହେଲେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ହାତମୁଠାକୁ ଟାଣ କରିବାକୁ ହେଲେ ଆପଣ ମାନଙ୍କର ସହଯୋଗ ଲୋଡ଼ା ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ।ବାଲେଶ୍ୱର କୁ ୧୯ ବର୍ଷର ଶାସନ ମଧ୍ୟରେ ବିଜେଡି ସରକାର ତଳିତଳାନ୍ତ କରିବା ସହ ବିକାଶ ଠୁ ବହୁ ଦୂରରେ ଜଳେଶ୍ବର ବୋଲି କହିଥିଲେ ମନ୍ତ୍ରୀ।ନା ଏଠି ମହିଳାମାନଙ୍କୁ ସୁରକ୍ଷା ଯୋଗାଇଦିଆଯାଉଛି,ନାଁ ଗାଁ ଗାଁ ରେ ପହଁଚିଛି ପିଇବା ପାଣି ସବୁଥିରେ ଫେଲ ମାରିଛି ବିଜେଡି ସରକାର।କେନ୍ଦ୍ରରେ ବିଜେପି ସରକାର ସମୟରେ ବାଲେଶ୍ୱର କୁ ୧୫,୭୭୫ LPG ଗ୍ୟାସ ବଣ୍ଟନ କରାଯାଇଛି ।
