ମାୟାଧର ସାମଲ ଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୋକ


ତାଳଚେର :ତା 14/9: ତାଳଚେର ର ଜଣେ ଜଣାଶୁଣା ପୁରୁଖା ନେତା ସନ୍ଥପଡା ଅଂଚଳ ର ମାୟାଧର ସାମଲ ଙ୍କର ଅକାଳ ବିୟୋଗ ଘଟିଛି |
ତାଙ୍କର ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି |ତାଳଚେର ଅଞ୍ଚଳର ଆମ ଦଳର ବରିଷ୍ଠ ନେତା ମାୟାଧର ସାମଲଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ମୋର ଦୀର୍ଘଦିନର ସମ୍ପର୍କ ଥିଲା ।ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ସ୍ଥାନୀୟ ଅଞ୍ଚଳରେ ଆମ ଦଳର ସଂଗଠନକୁ ମଜଭୁତ୍ କରିବାରେ ତାଙ୍କର ବିଶେଷ ଅବଦାନ ରହିଛି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ କରି ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *

Follow by Email
WhatsApp