ନବ ଦାସ ହତ୍ୟା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାରେ ମୁଖ୍ୟମନ୍ତ୍ରୀ ବିଶ୍ୱାସଘାତକତା କରିବେ ନାହିଁ ତ ?
: ମନୋଜ ମହାପାତ୍ର

ଭୁବନେଶ୍ୱର(ଏନଟିପି):

 ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଓଡିଶାବାସୀ ଆତଙ୍କିତ ଥିବାବେଳେ ଆଶ୍ୱସ୍ଥି ପ୍ରଦାନ କରିବା ପରିବର୍ତେ “ଦୋଷାରୋପ ର ଖେଳ” ଆରମ୍ଭ କରିଦେଇଛି ଶାସକ ବିଜେଡି
 ବିରୋଧୀ ଦଳ ଭାବେ ବିଜେପି ପ୍ରଶ୍ନ ପଚାରିଲେ ଶାସକ ବିଜେଡିକୁ କଷ୍ଟ ହେଉଛି
 ପ୍ରଶ୍ନର ଜବାବ୍ ଦେବା ବଦଳରେ ଶାସକ ବିଜେଡିର ନେତା ଓ ପ୍ରବକ୍ତାମାନେ କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କ ସମେତ ବିଜେପିର ନେତୃବୃନ୍ଦଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହିତ ମୁଳ ପ୍ରସଙ୍ଗରୁ ଓହରି ଯାଇ କୁତ୍ସାରଟନା କରିବାକୁ ପଛାଉନାହାନ୍ତି
 ନୀତି, ନୈତିକତା, ଆଦର୍ଶ ଓ ଦାୟୀତ୍ୱକୁ ପଛରେ ପକାଇ ବାରମ୍ବାର ଆଇନର ବାଟ ଓଗାଳୁଥିବା ବିଜେଡିର ନେତା ଓ ପ୍ରବକ୍ତାମାନେ ପ୍ରଶ୍ନର ଜବାବ୍ ରଖିବା ପରିବର୍ତେ ଆଇନର ପାଠ ପଢାଇବା ଅତ୍ୟନ୍ତ ଲଜ୍ଜାଜନକ
 ରାଜ୍ୟ ରାଜନୀତିରେ ଅପରାଧିକରଣର ଅଧ୍ୟାୟ କନ୍ଧମାଳରୁ ଆରମ୍ଭ ହୋଇଥିଲା
 ୨୦୦୭ ମସିହାରେ ଘଟିଥିବା ଏହି ଘଟଣାର ତଦନ୍ତ କରିଥିବା ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀ କମିଶନ ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ସତ୍ୱେ ଏହାକୁ ସାର୍ବଜନୀନ କରାଗଲା ନାହିଁ ଏବଂ ଏହାକୁ ରାଜ୍ୟ ସରକାର କାହିଁକି ଚାପି ରଖିଛନ୍ତି?
 ୨୦୧୩ ମସିହାରେ “ବେଇମାନ୍ ଲିଗାସୀ ଇନ୍ ନବୀନ୍‌ସ ବିଜେଡି” ଶୀର୍ଷକ ଲେଖାରେ ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ବେଇମାନ ଭଳି ଅପଶବ୍ଦର ଆଖ୍ୟା କରିଛନ୍ତି
 ଯୋଜନାବଦ୍ଧ ଭାବେ ମିଛ କେସ୍ କରି ଅଭିଯୁକ୍ତ କରାଇଥିବା ବିଜେପି ନେତାଙ୍କ ବିରୋଧରେ ଆରୋପ ଲଗାଇବା ପୂର୍ବରୁ ଶ୍ରୀ ପାତ୍ର ତାଙ୍କ ଦଳ ବିଜେଡିର ନେତା ଓ ମନ୍ତ୍ରୀଙ୍କ ବିଷୟରେ ନିହାତି ଜାଣିବା ଉଚିତ୍‌
 ମୁଖ୍ୟମନ୍ତ୍ରୀଙ୍କ ସତସାହସ ଥିଲେ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାନ୍ତୁ

: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଓଡିଶାବାସୀ ଆତଙ୍କିତ । ଓଡିଶାବାସୀଙ୍କୁ ଆଶ୍ୱସ୍ଥି ପ୍ରଦାନ କରିବା ପରିବର୍ତେ “ଦୋଷାରୋପ ର ଖେଳ” ଆରମ୍ଭ କରିଦେଇଛି ଶାସକ ବିଜେଡି । ବିଶେଷ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସୁରକ୍ଷା ଦାୟୀତ୍ୱରେ ଥିବା ପୋଲିସ ଅଧିକାରୀ ଜଣକ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କରିବା ପରେ ରାଜ୍ୟ ପୋଲିସ ଓ ଗୃହ ବିଭାଗର ପୋଲ ଖୋଲିଯାଇଛି । ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ପ୍ରକ୍ରିୟା ସଠିକ ଭାବେ ନିଶ୍ଚିତ ହେବା ଉଚିତ୍ । କିନ୍ତୁ ଏହା ହେଉନଥିବାର ସାଧାରଣରେ ଚର୍ଚ୍ଚା ହେଉଛି ଏବଂ ତଦନ୍ତର ଗତିକୁ ବୁଝିବା କଷ୍ଟକର ହୋଇପଡୁଛି । ବିରୋଧୀ ଦଳ ଭାବେ ବିଜେପି ପ୍ରଶ୍ନ ପଚାରିଲେ ଶାସକ ବିଜେଡିକୁ କଷ୍ଟ ହେଉଛି । ପ୍ରଶ୍ନର ଜବାବ୍ ଦେବା ବଦଳରେ ଶାସକ ବିଜେଡିର ନେତା ଓ ପ୍ରବକ୍ତାମାନେ କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କ ସମେତ ବିଜେପିର ନେତୃବୃନ୍ଦଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହିତ ମୁଳ ପ୍ରସଙ୍ଗରୁ ଓହରି ଯାଇ କୁତ୍ସାରଟନା କରିବାକୁ ପଛାଉନାହାନ୍ତି । ନୀତି, ନୈତିକତା, ଆଦର୍ଶ ଓ ଦାୟୀତ୍ୱକୁ ପଛରେ ପକାଇ ବାରମ୍ବାର ଆଇନର ବାଟ ଓଗାଳୁଥିବା ବିଜେଡିର ନେତା ଓ ପ୍ରବକ୍ତାମାନେ ପ୍ରଶ୍ନର ଜବାବ୍ ରଖିବା ପରିବର୍ତେ ଆଇନର ପାଠ ପଢାଇବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୦୦୭ ମସିହାରେ ଘଟିଥିବା କନ୍ଧମାଳ ଘଟଣାକୁ ବୋଧ ହୁଏ ଶ୍ରୀ ପାତ୍ର ଭୁଲିଯାଇଛନ୍ତି । ରାଜ୍ୟ ରାଜନୀତିରେ ଅପରାଧିକରଣର ଅଧ୍ୟାୟ ଏଇଠୁ ଆରମ୍ଭ ହୋଇଥିଲା । ୨୦୦୭ ମସିହାରେ ଘଟିଥିବା ଏହି ଘଟଣାର ତଦନ୍ତ କରିଥିବା ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀ କମିଶନ ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ସତ୍ୱେ ଏହାକୁ ସାର୍ବଜନୀନ କରାଗଲା ନାହିଁ ଏବଂ ଏହାକୁ ରାଜ୍ୟ ସରକାର କାହିଁକି ଚାପି ରଖିଛନ୍ତି? ଏହାର ଜବାବ୍ ଶ୍ରୀ ପାତ୍ର ପ୍ରଥମେ ରଖିବା ଉଚିତ୍ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ନିଜ ନେତା ତଥା ମୁଖ୍ୟମନ୍ତ୍ରୀ ଏବଂ କିଛି ନିର୍ଦ୍ଧିଷ୍ଟ ପ୍ରଶାସନିକ ଅଧିକାରୀଙ୍କୁ ଖୁସି କରାଇବା ଉଦ୍ଦେଶ୍ୟରେ ଗତ କାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବ୍ୟକ୍ତିଗତ ଆରୋପ ଲଗାଇଥିବା ଶ୍ରୀ ପାତ୍ର ୨୦୧୩ ମସିହାରେ “ବେଇମାନ୍ ଲିଗାସୀ ଇନ୍ ନବୀନ୍‌ସ ବିଜେଡି” ଶୀର୍ଷକ ଲେଖାରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ବେଇମାନ ଭଳି ଅପଶବ୍ଦର ଆଖ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ପ୍ରତି ବେଇମାନୀ କରିଥିବାର ମଧ୍ୟ ଉଲ୍ଲେଖ କରିଛନ୍ତି । ଏପରିକି ସେହି ଲେଖାରେ ତାମିଲନାଡୁର ଜଣେ ବାବୁଙ୍କୁ ଆଗାମୀ ଦିନରେ ‘ବଳି ବୋଦା କରିବେ’ କଥା କହିଥିଲେ ଏବଂ ସେହି ବାବୁ ଜଣକ କିଏ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସର ପକ୍ଷପାତିତା ଏବଂ ନ୍ୟାୟାଳୟର ହସ୍ତକ୍ଷେପ କାରଣରୁ ତଦନ୍ତ ହେଉଥିବାର ଗତ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଉଦାହରଣ ଦେଇଥିବାବେଳେ ଆଜି ଆଉ ଏକ ନୂଆ ଅଧ୍ୟାୟ ଏଥିରେ ଯୋଡି ହୋଇଯାଇଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥୀ ସେଠୀଙ୍କ ବିରୋଧରେ କେସ୍ ରୁଜୁ ହୋଇଛି । ଏହା କଣ ମିଛ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଯୋଜନାବଦ୍ଧ ଭାବେ ମିଛ କେସ୍ କରି ଅଭିଯୁକ୍ତ କରାଇଥିବା ବିଜେପି ନେତାଙ୍କ ବିରୋଧରେ ଆରୋପ ଲଗାଇବା ପୂର୍ବରୁ ଶ୍ରୀ ପାତ୍ର ତାଙ୍କ ଦଳ ବିଜେଡିର ନେତା ଓ ମନ୍ତ୍ରୀଙ୍କ ବିଷୟରେ ନିହାତି ଜାଣିବା ଉଚିତ୍ । ବିଭିନ୍ନ ଅପରାଧୀକ ମାମଲାରେ ଜେଲ ଯାଇଥିବା ପ୍ରଭାତ ବିଶ୍ୱାଳ, ରବିନ୍ଦ୍ର ଜେନା ଭଳି ଅନେକ ବିଜେଡି ନେତା ବର୍ତମାନ ଜେଲରେ ଅଛନ୍ତି । ପଡୋଶୀ ରାଜ୍ୟମାନଙ୍କରେ ପୂର୍ବତନ ମନ୍ତ୍ରୀ ତଥା ବାହୁବଳୀ ବିଜେଡି ବିଧାୟକ ସୁଶ।।ନ୍ତ ସିଂହଙ୍କ ବିରୋଧରେ କେସ୍ ରହିଛି ନା ନାହିଁ ? ଯୁବ ବିଜେଡି ସଭାପତିଙ୍କ ବିରୁଦ୍ଧରେ ଚିଟଫଣ୍ଡରୁ ଗାଡି ନେବାଠାରୁ ଆରମ୍ଭ କରି ଆୟୁଷ ଡାକ୍ତର ପ୍ରସଙ୍ଗରେ କେସ୍ ଅଛି କି ନାହିଁ, ତାର ଜବାବ୍ ଶ୍ରୀ ପାତ୍ର ରଖିବା ଉଚିତ୍ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଭାରତୀୟ ଜନତାପାର୍ଟିର ଆଇନ ଉପରେ ସମ୍ମାନ ଓ ଭରସା ଅଛି । ଭାରତୀୟ ଜନତା ପାର୍ଟିର ନ୍ୟାୟାଳୟ ପ୍ରତି ସମ୍ମାନ ଅଛି ନ୍ୟାୟପାଳିକା ଯେଉଁ ତଦନ୍ତ କରିବ ତା ପ୍ରତି ମଧ୍ୟ ସମ୍ମାନ ଅଛି । କିନ୍ତୁ ନଈ ନଦେଖୁଣୁ ଲଙ୍ଗଳା ନ୍ୟାୟରେ ବିଜୁ ଜନତା ଦଳର ମୁଖପାତ୍ରମାନେ
ଓଡିଶାରେ ନବ ଦାସଙ୍କ ଭଳି ଜଣେ ପ୍ରଭାବଶାଳୀ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । କିଏ ହତ୍ୟା କରିଛି, କିଏ ଷଡଯନ୍ତ୍ରକାରୀ ଏବଂ ହତ୍ୟାର ଅଭିମୁଖ୍ୟ ସମସ୍ତଙ୍କ ଆଗକୁ ଆସିବା ନିହାତି ଦରକାର । ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ୍ ଦ୍ୱାରା ଅତୀତରେ କରାଯାଇଥିବା ଅନେକ ଘଟଣାର ସତ୍ୟାସତ୍ୟ ବର୍ତମାନ ସୁଦ୍ଧା ସାମ୍ନାକୁ ଆସିପାରିଲା ନାହିଁ । ଯୋଜନାବଦ୍ଧ ଭାବରେ ନବ ଦାସଙ୍କୁ ହତ୍ୟା କରାଯାଇ ସମସ୍ତ ପ୍ରମାଣକୁ ନଷ୍ଟ କରି କେବଳ ଗୋପାଳ ଦାସଙ୍କୁ ହତ୍ୟାକାରୀ ଭାବେ ପ୍ରମାଣିତ କରିବାରେ ଲାଗି ପଡିଛି କ୍ରାଇମବ୍ରାଂଚ ଏବଂ ରାଜ୍ୟ ସରକାର । ସସ୍ମିତ ପାତ୍ରଙ୍କ ଅତୀତର ଅଭିଯୋଗ ଅନୁଯାୟୀ ନବ ଦାସ ହତ୍ୟା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାରେ ମୁଖ୍ୟମନ୍ତ୍ରୀ ବିଶ୍ୱାସଘାତକତା କରିବେ ନାହିଁ ତ ବୋଲି ଶ୍ରୀ ପାତ୍ରଙ୍କୁ ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ସତରେ ଯଦି ନବୀନ ବାବୁ ବା ବିଜୁ ଜନତା ଦଳର ସତସାହସ ଅଛି, ତେବେ ଏ କେସର ତଦନ୍ତ ସିବିଆଇ ଦ୍ୱାରା କରାନ୍ତୁ ବୋଲି ଶ୍ରୀ ମହାପାତ୍ର ପୁଣି ଥରେ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଏବଂ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

(

Follow by Email
WhatsApp