ଢେଙ୍କାନାଳ ଟାଟାଷ୍ଟିଲ ବି ଏସ ଲ ପ୍ଲାଣ୍ଟ ନିକଟରେ ଥିବା ଦୁଇ ବିଦ୍ୟାଳୟ ର ଶ୍ରେଣୀ ଗୃହ ଉଦ୍ ଘାଟିତ

ଢେଙ୍କାନାଳ (ଏନ ଟି ପି):

ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ନିକଟସ୍ଥ ଏହାର ପ୍ଲାଣ୍ଟ ନିକଚରେ ଦୁଇଟି ବିଦ୍ୟାଳୟରେ ଶ୍ରେଣୀ ଗୃହକୁ ଟାଟା ଷ୍ଟିଲ ବିଏସଏଲ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗ କରିଛି। କଂପାନିର ଚିଫ୍ ଅପରେଟିଂ ଅଫିସର ଶ୍ରୀ ସୁବୋଧ ପାଣ୍ଡେ ସରପା-ରଘୁନାଠପୁର ପ୍ରାଇମେରୀ ସ୍କୁଲରେ ପୁନର୍ନିମିତ ଓ କୋଚିଳାମାଡ ପ୍ରାଥମିକ ବିଦ୍ୟାଳୟରେ ନୂତନଭାବେ ଟାଟା ଷ୍ଟିଲ ବିଏସଲ ଦ୍ବାରା ନିର୍ମିତ ଶ୍ରେଣୀଗ୍ରୁର ଉଦଘାଟନ କରିଥିଳେ।ଅନ୍ୟମାନଙ୍କ ମଧ୍ୟରେ ସରପା ଗ୍ରାମ୍ୟ କମିଟି ସଭାପତି ଶ୍ରୀ ନିତ୍ୟାନନ୍ଦ ସେନାପତି, ଶିବପୁର ପଞ୍ଚୟାତ ସରପଞ୍ଚ ଶ୍ରୀମତୀ ଦେବଶ୍ରୀ ବେହେରା, ଟାଟା ଷ୍ଚିଲ ବିଏଏସଲର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଇଡି ଶ୍ରୀ ଏ କେ ସାକ୍ସେନା, କର୍ପୋରେଟ ସେବା ବିଭାଗ ମୁଖ୍ୟ ଶ୍ରୀ ମଣିକାନ୍ତ ନାୟକ, ପରିବେଶ ବିଭାଗ ମୁଖ୍ୟ ଶ୍ରୀ ସରୋଜ ବାନାର୍ଜୀ, ସିଏସଆର ବିଭାଗ ମୁଖ୍ୟ ଶ୍ରୀ ଦିବ୍ୟାହାସ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଇଲେକ୍ଚିକ ସାମଗ୍ରୀ, ପାଣି ସୁବିଧା ଥାଇ ନୂତନ ନିର୍ମିତ ଶ୍ରେଣୀ ଗୃହ ଗ୍ରାମ୍ୟ ପରିଚାଳନା କମିଟିକୁ ହସ୍ତାନ୍ତର କରାଯାଇଥିଲା।ନିଜର ପ୍ରକଳ୍ପ ପାର୍ଶବର୍ତ୍ତୀ ଅଂଚଳରେ ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମୀ ବିକାଶ କରିବା ଲକ୍ଷରେ ଟାଟା ଷ୍ଚିଲ ବିଏଏସଏଲର ସିଏସଆର ବିଭାଗ ଏହି ପଦକ୍ଷେପ ନେଇଛି। ପ୍ରାୟ 16 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଶ୍ରେଣୀଗୃହ ଦ୍ବାରା ଉଭୟ ସ୍କୁଲର 110ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପକୃତ ହେବେ।ଏହି କାର୍ଯ୍ୟକ୍ରମ ସମୟରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସ୍ଥାନୀୟ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।

Follow by Email
WhatsApp