ଧନତେରାସ କଣ ?କାହିଁକି ଆମେ ଧନତେରାସ ପାଳନ କରନ୍ତି ?ଧନତେରାସକୁ ନେଇ କେତେ ରହିଛି ବିଶ୍ୱାସ

ବ୍ୟୁରୋ(ଏନ ଟି ପି):

ଆଜି ଧନତେରସ୍ | ଆଜିର ଦିନରେ ସୁନାରୂପା କିମ୍ବା ଅନ୍ୟ କେତେକ ଧାତୁ କିଣିଲେ ଶୁଭ ବୋଲି ବିଶ୍ୱାସ କରାଯାଏ | କେତେକ ଲୋକ ଏହି ଦିନରେ ନୂଆ ବାସନକୁସନ କିଣିଥାନ୍ତି | ଧନତେରାସର ଦିନ ଜିନିଷ କିଣାକିଣିରେ ବାସ୍ତୁର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।

କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତୃତୀୟା ତିଥି ଅର୍ଥାତ୍ ଚଳିତ ବର୍ଷ ୨୨ ଅକ୍ଟୋବର ୨୦୨୨ ରେ ଧନତେରାସ ଉତ୍ସବ ପାଳନ କରାଯିବ ।
ଏହି ଦିନ କୁବେର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନେରାସରେ ସୁନା ଓ ରୂପା, ବାସନ, ଅଳଙ୍କାର, ଜମି କିଣିବା ଶୁଭ ବୋଲି ବିବେଚନା କରାଯାଏ । ଧନତେରାସରେ ନୂଆ ଜିନିଷ କିଣିବାର ପ୍ରଥା ରହିଛି । ମାନ୍ୟତା ରହିଛି ଯେ, ଧନତେରାସ ଦିନ କିଣାଯାଇଥିବା ପ୍ରତ୍ୟେକଟି ଜିନିଷ ବର୍ଷ ତମାମ ଶୁଭ ଫଳ ଦେଇଥାଏ ।

ଆଜି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ। ଆଜିର ତିଥିରେ ପାଳନ ହୋଇଥାଏ ଧନତେରାସ୍‌। ଆୟୁର୍ବେଦର ରଚୟିତା ଭଗବାନ ଧନ୍ଵନ୍ତରୀଙ୍କୁ ଆଜି ପୂଜା କରାଯାଏ। ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ। ଧନତେରାସ୍‌ ଅବସରରେ ଭଗବାନ ଧନ୍ବନ୍ତରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହାକୁ ପାଳନ କରାଯାଏ । ଏହି ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ଗୃହର ମୁଖ୍ୟ ଦ୍ବାରକୁ ସୁସଜ୍ଜିତ କରି ମାଙ୍କୁ ସ୍ବାଗତ କରାଯାଏ । ଏଥି ସହିତ ବିଶ୍ବାସ ଅନୁଯାୟୀ ଏହି ଦିନରେ ସୁନା ଅଳଙ୍କାର କିଣିଲେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଥାନ୍ତି। ଏଥି ସହିତ ପରିବାରର ସୁଖ ସମୃଦ୍ଧି ଆସିଥାଏ। ଏହି ଦିନ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।

ଧନତେରାସ 2022
ଏଥର ଧନତେରାସ ୨୨ ଅକ୍ଟୋବର ୨୦୨୨ ସନ୍ଧ୍ୟା ୦୬.୦୩ ରେ ଆରମ୍ଭ ହେବ ଏବଂ ୨୩ ଅକ୍ଟୋବର ୨୦୨୨ ରେ ୦୬.୦୪ ରେ ଶେଷ ହେବ। ଏଭଳି ପରିସ୍ଥିତିରେ ଉଭୟ ଦିନ ନୂତନ ଜିନିଷ କିଣିପାରିବେ । ଧନତେରାସ ସୁନା ଓ ରୂପା କିଣିବାର ଶୁଭ ମୂହୁର୍ତ୍ତ ହେଉଛି ୨୨ ଅକ୍ଟୋବର ୨୦୨୨ ୦୬.୦୩ ରୁ ୨୩ ଅକ୍ଟୋବର ୨୦୨୨ ସନ୍ଧ୍ୟା ୬.୦୩ ।

ଧନତେରାସରେ କେଉଁ କେଉଁ ଜିନିଷ କିଣିଲେ ମିଳିବ ଶୁଭ ଫଳ :


ଧନତେରାସ ଦିନ ସୁନା, ରୂପା, ତମ୍ବା, ପିତ୍ତଳ ପରି ଧାତୁରେ ନିର୍ମିତ ଜିନିଷ କିଣିବା ଅତ୍ୟନ୍ତ ଶୁଭ ଅଟେ । ଏହି ଦିନ ବାସନ କିଣିବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ମାନ୍ୟତା ରହିଛି , ଧନତେରାସ ଉପରେ ଭଗବାନ ଧନଭନ୍ତରୀ ତାଙ୍କ ହାତରେ ଏକ ଅମୃତଭଣ୍ଡା ଧରି ଆସିଥିଲେ । ଶୁଭ ସମୟରେ ଜିନିଷ କିଣିବା ଦ୍ୱାରା ଦେବୀ ଲକ୍ଷ୍ମୀ ସ୍ଥାୟୀ ଭାବରେ ଘରେ ରୁହନ୍ତି, କୁବେର ମଧ୍ୟ ଖୁସି ହୋଇ ବ୍ୟକ୍ତିଙ୍କ ଉପରେ ଧନ ବର୍ଷା କରାନ୍ତି ଏବଂ ଭଗବାନ ଧନଭନ୍ତରୀଙ୍କ କୃପା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ 

ଧନତେରସ୍ ଓ ଦିପାବଳୀ ନେଇ ଲୋକଙ୍କ ବିଶ୍ୱାସ
– ଧନ୍‌ତେରସ୍‌ରେ ମାଟି ଦୀପ ଘରେ ଜଳାନ୍ତୁ | ଏହା ସମୃଦ୍ଧିର ପ୍ରତୀକ ବୋଲି ଏକ ବିଶ୍ୱାସ ରହିଛି |
– ଦୀପାବଳିରେ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପୂଜାର ବିଧି ରହିଛି | ଧନ୍‌ତେରସ୍‌ ଦିନ ଗଣେଷ ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତି ଆଣି ଘରେ ପୂଜା କରନ୍ତୁ |
– ଧନତେରସରେ ରୁପା ବସ୍ତୁ କିଣିଲେ ଘରେ ସୁଖ, ସମୃଦ୍ଧି ବୃଦ୍ଧି ହେଉଥିବାର ବିଶ୍ୱାସ ରହିଛି |

ଝାଡୁ
ଧନତେରାସ ଦିନ ଝାଡୁ କିଣିବା ଉଚିତ୍ କାରଣ ଝାଡୁକୁ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନେ କରାଯାଏ । ମାନ୍ୟତା ରହିଛି ଯେ, ଏହି ଦିନ ଝାଡୁ କିଣିବା ଦ୍ୱାରା ଘରେ ମାଆ ଲକ୍ଷ୍ମୀଙ୍କ ଆବାହନ ହୋଇଥାଏ । ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଧନତେରାସ ଦିନ ନିଶ୍ଚୟ ଝାଡ଼ୁ କିଣନ୍ତୁ । ଝାଡୁକୁ ଘରର ସୁଖ ସମୃଦ୍ଧିର କାରକ ବୋଲି ମଧ୍ୟ ମନେ କରାଯାଏ ।

ବାସନ
ଧାନତେରାସ ଦିନ ବାସନ କିଣିବାର ଏକ ପରମ୍ପରା ରହିଆସିଛି । ପିତ୍ତଳ ବାସନ କିଣନ୍ତୁ ଏବଂ ଏହାକୁ ଆପଣଙ୍କ ଘରର ପୂର୍ବ ଦିଗରେ ରଖନ୍ତୁ ।

ସୁନା-ରୂପା ମୁଦ୍ରା
ଧନତେରାସ ଦିନ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଥିବା ସୁନା କିମ୍ବା ରୂପା ମୁଦ୍ରା କିଣନ୍ତୁ । ଏବଂ ଏହି ଦିନ ମୁଦ୍ରାକୁ ପୂଜାରେ ମଧ୍ୟ ବ୍ୟବହାର କରିପାରିବେ । କାହାକୁ ଉପହାର ଦେବା ପାଇଁ ରୂପା ମୁଦ୍ରା ମଧ୍ୟ ଏକ ଭଲ ବିକଳ୍ପ । ଏହା ଛଡା ଆପଣ ଯେକୌଣସି ପ୍ରକାରର ଅଳଙ୍କାର, ବିଶେଷତଃ ସୁନା ଏବଂ ରୂପା ଅଳଙ୍କାର କିଣିବା ପାଇଁ ଧାନଟେରସ୍ହେ ଉଛି ସବୁଠାରୁ ଶୁଭ ସମୟ ।

ଇଲେକଟ୍ରୋନିକ୍ସ ଜିନିଷ
ଧନତେରାସ ଦିନ ଇଲେକଟ୍ରୋନିକ୍ସ ଜିନିଷ ଯଥା ଫ୍ରିଜ, ଓଭେନ, ମୋବାଇଲ ଫୋନ, ଲାପଟପ୍ ଇତ୍ୟାଦି ମଧ୍ୟ କିଣିପାରିବେ । ଏହି ସମସ୍ତ ଜିନିଷ ଘରର ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ୍ ।

ତେବେ ଧନତେରାସରେ କେବେବି କିଣନ୍ତୁନି ଏହି ସବୁ ଜିନିଷ

  • ଯେହେତୁ ଧନ ତେରାସ ଶୁଭ ଦିନ, କଣ୍ଟା, ଛୁରୀ ଏବଂ ପିନ ପରି ତୀକ୍ଷ୍ଣ ଜିନିଷ କିଣିବା, ପରିବାର ପାଇଁ ଦୁର୍ଭାଗ୍ୟ ଆଣିଥାଏ ବୋଲି ବିଶ୍ୱାସ କରାଯାଏ | ଜ୍ୟୋତିଷମାନେ କହିଛନ୍ତି ଯେ ଲୋକମାନେ ଲୁହାରେ ନିର୍ମିତ ଜିନିଷ କିଣିବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍। ବିଶ୍ୱାସ କରାଯାଏ ଯେ ଧନର ଦେବତା ପ୍ରଭୁ କୁବେର ଏହି ଦିନ ଯେଉଁମାନେ ଲୁହା ଦ୍ରବ୍ୟ କ୍ରୟ କରନ୍ତି ସେମାନଙ୍କ ଉପରେ ଆଶୀର୍ବାଦ କରନ୍ତି ନାହିଁ।
  • ଧନତେରସ୍ ସମୟରେ ଦୋକାନୀମାନେ ଆଲୁମିନିୟମ୍ ଏବଂ ପ୍ଲାଷ୍ଟିକ୍ ଉତ୍ପାଦଠାରୁ ଦୂରରେ ରହିବା ଉଚିତ୍ | ଏହା ପରିବର୍ତ୍ତେ, ଧାତୁରେ ନିର୍ମିତ କିଛି ଜିନିଷ କିଣିବା ଭଲ |
  • ସେହିପରି କଳା ରଙ୍ଗରେ କିଛି କିଣିବା ଉଚିତ୍ ନୁହେଁ, କାରଣ ଏହା ଦୁର୍ଭାଗ୍ୟ ସହିତ ଜଡିତ |
  • ଗ୍ଲାସୱେୟାର କିମ୍ବା ଗ୍ଲାସରେ ନିର୍ମିତ ଜିନିଷଗୁଡ଼ିକ ମଧ୍ୟ କିଣିବା କଥା ନୁହେଁ |
  • ଏହି ଦିନ ତେଲ ଏବଂ ଘିଅ କିଣିବାର ଏକ ପ୍ରଥା ଅଛି | କିନ୍ତୁ ପର୍ବ ସମୟରେ ଆବଶ୍ୟକ ହେଉଥିବା ଏକ ପ୍ରମୁଖ ଜିନିଷ ତେଲ ହୋଇଥିବାରୁ ଏହି ପର୍ବ ଆସିବା ପୂର୍ବରୁ ଘରେ ତେଲ ରଖିବାକୁ କରିବାକୁ ପରାମର୍ଶ ଦିଆଯାଏ |

ଏହି ରିପୋର୍ଟକୁ ପ୍ରସ୍ତୁତ କରିଛନ୍ତି ଆମ ଗ୍ରୁପ ଏଡିଟର ସ୍ମୃତିଲିପି ମିଶ୍ର

Follow by Email
WhatsApp