ଅନୁଗୋଳ ଜିନ୍ଦଲ ପରିସରରେ ୨୭୦ ବେଡେଡ଼ ଅକ୍ସୀଜେନ ସଂଯୁକ୍ତ କୋଭିଡ ସେଣ୍ଟର ର ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ (ଏନଟିପି):

ଆଜି ଅନୁଗୋଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଅନୁଗୋଳ ଜିଲ୍ଲା ନିଶା ଠାରେ ଥିବା ଜିନ୍ଦଲଷ୍ଟିଲଏଣ୍ଡପାୱାର ଠାରେ ୨୭୦ଶଯ୍ୟା ବିଶିଷ୍ଟ ଅକ୍ସୀଜେନ ବେଡେଡ଼ ର କୋଭିଡ କେୟାର ସେଣ୍ଟର କୁ ଉଦ୍ ଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଏହି କୋଭିଡ କେୟାର ସେଣ୍ଟରରେ ICU ବେଡ଼ ସହ ଅକ୍ସୀଜେନ ସଂଯୁକ୍ତ ବେଡ଼ ମଧ୍ୟ ରହିଛି।

ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି JSPLପରିସରରେ ଅକ୍ସିଜେନ ସଂଯୁକ୍ତ 270 ବେଡ୍ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପଣ କଲି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ ଏବଂ ଜିନ୍ଦଲ ମୁଖ୍ୟ NaveenJindal ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଏହି କୋଭିଡ୍ କେୟାରରେ 270ଟି ଅକ୍ସିଜେନ୍ ସଂଯୁକ୍ତ ବେଡ଼୍ ଉପଲବ୍ଧ ରହିଥିବା ବେଳେ ପୂର୍ବରୁ ଏଠାରେ 50ଟି ବେଡ୍ ସହ ଭେଣ୍ଟିଲେଟର ଓ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି । ବ୍ୟବସ୍ଥିତ ଥିବା 320ଟି ବେଡ୍ ଅନୁଗୁଳ ଜିଲ୍ଲାର କଣିହାଁ, ତାଳଚେର ଏବଂ ପଡୋଶୀ ଜିଲ୍ଲା ଦେବଗଡ଼ ସମେତ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାରେ ସହାୟକ ହେବ ।

ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ରହିବ ନାହିଁ । ମହାମାରୀ କୋଭିଡକୁ ସାମ୍ନା କରିବା ପାଇଁ କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ଉଦ୍ୟମ ଜାରୀ ରଖିଛନ୍ତି । ଏମସିଏଲ ଓ NALCO_India ଦ୍ୱାରା ତାଳଚେର ଏବଂ ବଳରାମପ୍ରସାଦ ଠାରେ 150ଟି ଲେଖାଁଏ ବେଡ୍ ସହ କୋଭିଡ୍ କେୟାର ହସ୍ପିଟାଲ ପ୍ରତିଷ୍ଠା ହୋଇଛି।ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ୍ ରୋଗୀଙ୍କ ଚିକିତ୍ସା କରିବା ପାଇଁ ହୋଇଥିବା ବ୍ୟବସ୍ଥା ସହ ଜେଏସପିଏଲ, ଏମସିଏଲ ଏବଂ ନାଲକୋ ଦ୍ୱାରା 620ଟି ଅକ୍ସିଜେନ ସଂଯୁକ୍ତ କୋଭିଡ୍ ବେଡ ଏବଂ ଆନୁଷଙ୍ଗିକ ମେଡ଼ିକାଲ ବ୍ୟବସ୍ଥା ଅନୁଗୁଳ ଏବଂ ପଡୋଶୀ ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ରଖିବ ।

ପ୍ରଧାନମନ୍ତ୍ରୀ narendramodi ଜୀଙ୍କ ଆହ୍ୱାନ କ୍ରମେ ଆମକୁ ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦେବା ସହ ଟିକାକରଣର ଦାୟିତ୍ୱ ନେବାକୁ ପଡ଼ିବ । ଭାରତ ସରକାର ରାଜ୍ୟ ଗୁଡ଼ିକୁ ମାଗଣାରେ 50% ଟିକା ଯୋଗାଇ ଦେଉଥିବା ବେଳେ ରାଜ୍ୟ ଦ୍ୱାରା 25% ଏବଂ କର୍ପୋରେଟ୍ ଅନୁଷ୍ଠାନ ଦ୍ୱାରା 25% ଟିକା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି।ଅନୁଗୁଳ ଜିଲ୍ଲା କରୋନାର ଦ୍ୱିତୀୟ ଲହର ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ବେଳେ ଜିଲ୍ଲାରେ କର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକୁ ନିଜ କର୍ମଚାରୀ, ତାଙ୍କ ପରିବାର ଏବଂ ଅନ୍ୟୁନ ଜଣେ ଗରିବ ଲୋକଙ୍କୁ ମଧ୍ୟ ଟିକା ଦେବା ପାଇଁ ଦାୟିତ୍ୱ ନେବାକୁ ପୁଣି ଥରେ ଆହ୍ୱାନ କଲି ।

ବିଗତ 2 ମାସରେ JSPL ଦେଶର ବିଭିନ୍ନ ଅଞ୍ଚଳକୁ 3 ହଜାର ମେଟ୍ରିକ୍ ଟନର ଅମ୍ଲଜାନ ଯୋଗାଇ ଦେଶର ଆବଶ୍ୟକତା ପୂରଣ କରିଥିବାରୁ ଧନ୍ୟବାଦ । ଆଗାମୀ ଦିନରେ ମଧ୍ୟ ରାଜ୍ୟରେ ସମାଜିକ-ଅର୍ଥନୈତିକ ବିକାଶ ଏବଂ ସ୍ୱାସ୍ଥ୍ୟବସ୍ଥାକୁ ମଜବୁତ୍ କରିବାରେ ମଧ୍ୟ ଜେଏସପିଏଲ୍ ଦାୟିତ୍ୱ ନେଉ ।

Follow by Email
WhatsApp