୧୧ଦିନରେ ବାବାଙ୍କ ହୁଣ୍ଡିରୁ ମିଳିଲା ୧୪.୫୪ କୋଟି ଟଙ୍କା

ଏନଟିପି:(ଶିରିଡି) ଶିରିଡି ର ସାଇମନ୍ଦିରରୁ ୧୧ଦିନ ଭିତରେ ୧୪.୫୪ଲକ୍ଷ ଟଙ୍କା ହୁଣ୍ଡିରୁ ଦାନ ଆକାରରେ ମିଳିଛି।ଏ କିଛି ନୂଆଁ କଥା ନୁହେଁ।ପୂର୍ବରୁ ମଧ୍ୟ ଅନେକ ଭକ୍ତ ଅନେକ କିଛି ଦାନ କରିଛନ୍ତି।ଗତବର୍ଷ ଡିସେମ୍ବର ୨୨ ତାରିଖରୁ ଏ ବର୍ଷ ଜାନୁଆରି ପହିଲା- ମାତ୍ର ୧୧ ଦିନରେ ଶିରିଡ଼ି ସାଇ ବାବା ମନ୍ଦିର ଦାନ ବାବଦରେ ସମୁଦାୟ ୧୪. ୫୪ କୋଟି ଟଙ୍କା ପାଇଛି।ଏହି ସମୟ ମଧ୍ୟରେ ଦର୍ଶନ ପାଇଁ ୯. ୫ ଲକ୍ଷ ଭକ୍ତ ଆସିଥିଲେ ବୋଲି ହିସାବରୁ ଜଣାପଡ଼ିଛି। ବଡ଼ଦିନ ଛୁଟି ଥିବାରୁ ଯାତ୍ରୀ ସଂଖ୍ୟା ଅଧିକ ହୋଇଥିଲେ। କିନ୍ତୁ ଗତ ୨୦୧୭/୧୮ ବର୍ଷର ଏହି ସମୟ ସୀମା ମଧ୍ୟରେ ମିଳିଥିବା ଦାନ ଅର୍ଥ ତୁଳନାରେ ଏବର୍ଷର ଦାନ ଅର୍ଥ କମ୍‌।ସମୁଦାୟ ୧୪. ୫୪ କୋଟି ଟଙ୍କାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଅର୍ଥରାଶି ହେଉଛି ବିଭିନ୍ନ ବିଦେଶୀ ମୁଦ୍ରା। ଏହି ସମୟସୀମା ମଧ୍ୟରେ ଦାନବାକ୍ସରୁ ମିଳିଥିବା ଅର୍ଥର ପରିମାଣ ହେଉଛି ୮. ୫ କୋଟି ଟଙ୍କା।  ବିଭିନ୍ନ ଦାନ କାଉଣ୍ଟରରୁ ୩ କୋଟି , ଡିମାଣ୍ଡ୍‌ ଡ୍ରାଫ୍‌ଟ୍‌ ଯୋଗେ ୩ କୋଟି ଟଙ୍କା ମିଳିଛି। କେତେକ ଭକ୍ତ ଡେବିଟ୍‌ କାର୍ଡ ଏବଂ ଚେକ୍‌ ଜରିଆରେ ବି ଦାନ କରିଛନ୍ତି।ଅର୍ଥ ବାଦ ଭକ୍ତମାନେ ୫୦୭ ଗ୍ରାମ୍‌ ସୁନାଏବଂ ୧୬. ୫ କିଲୋ ରୁପା ମଧ୍ୟ ମନ୍ଦିରକୁ ଦାନ କରିଛନ୍ତି।ଜାନୁଆରି ୨ ତାରିଖ ବୁଧବାର ଠାରୁ ଦାନ ଅର୍ଥର ଗଣତି ଆରମ୍ଭ ହୋଇଥିଲା

Follow by Email
WhatsApp