ମାଡି ଆସୁଛି ପାବୁକ,କଣ କରିବ କ୍ଷତି….

ଭୁବନେଶ୍ବର: (ଏନଟିପି)ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟରୁ ତ୍ରାହି ନାହିଁ । ପେଥାଇ ପରେ ଏବେ ପୁଣି ମାଡ଼ି ଆସୁଛି ବାତ୍ୟା ‘ପାବୁକ’ । ଭାରତୀୟ ପାଣିପାଗର ଯାହା ସୂଚନା ମିଳୁଛି ବାତ୍ୟା ପାବୁକ ଓଡ଼ିଶାରେ ବିଶେଷ ପ୍ରଭାବ ପକାଇବ । ଏଥିରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରଭାବ ପଡ଼ିବ । ଏଥିନେଇ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

ତିତଲି ଓ ପେଥାଇ ପରେ ଏବେ ମାଡି ଆସୁଛି ବାତ୍ୟା ପାବୁକ। ଆଣ୍ଡାମାନର ପୋର୍ଟବ୍ଲେୟାର ଠାରୁ ଏହା ପ୍ରାୟ ୧୫୦୦ କି.ମି. ଦୂରରେ ରହିଛି। ଜାନୁଆରୀ ୬ରେ ଏହା ଆଣ୍ଡାମାନ ଦେଇ ମିଆଁମାର ଆଡକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ୭ଟି ଜିଲାର ଜିଲାପାଳମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ପାବୁକ ମିଆଁମାର ଓ ଆଣ୍ଡାମାନ ମଧ୍ୟରେ ବଙ୍ଗୋପସାଗର ଉପକୂଳରେ ସ୍ଥଳଭାଗକୁ ଛୁଇଁବ ବୋଲି ଅନୁମାନ କରାଯାଉଛି। 

Follow by Email
WhatsApp