ସରକାରଙ୍କ 5T ଛାଟରେ ୩ ଦୁର୍ନୀତି ଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର Posted on 10/10/201910/10/2019 by NTP Bureau Report ଭୁବନେଶ୍ୱର(ଏନଟିପି): ଦୁର୍ନୀତି ଖୋର ଅଫିସର ସାବଧାନ।ଲାଂଚଖୋର ମନୋବୃତି ଛାଡି ସରକାରୀ କାମରେ ମନ ଦିଅନ୍ତୁ ନେହେଲେ ପଡିବ 5T ଛାଟ।ଦୁର୍ନୀତିଖୋର ଅଫିସରଙ୍କୁ ରାଜ୍ୟସରକାରଙ୍କ 5T ଛାଟ । ଗୋଟିଏ ଦିନରେ ଆଜି ୩ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଜଣେ ଓଏଫ୍ଏସ୍ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ପୂର୍ତ୍ତ ବିଭାଗର ଦୁଇ ଅଫିସରଙ୍କୁ ଚାକିରି ସରିବା ଆଗରୁ ଅବସର ଦିଆଯାଇଛି। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ପୂର୍ତ୍ତ ବିଭାଗର ଦୁଇ ଅଧିକାରୀ ହେଲେ ପ୍ରାଣକୃଷ୍ଣ ପ୍ରସାଦ ଓ ଉମେଶ ଚନ୍ଦ୍ର ତ୍ରିପାଠୀ। ପ୍ରାଣକୃଷ୍ଣ ପ୍ରସାଦ ବର୍ତ୍ତମାନ ଅନୁଗୁଳ Rural Works Quality Control Divisionର Executive Engineerରେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ପ୍ରସାଦ ଉପରେ ପୂର୍ବରୁ ଦୁଇ ଦୁଇଥର ଭିଜିଲାନ୍ସ ଚଢ଼ାଉ କରିଥିଲେ। ତାଙ୍କ ନାଁରେ ରହିଛି ଦୁଇଟି ଭିଜିଲାନ୍ସ ମାମଲା। ୨୦୧୫ ଓ ୨୦୧୮ରେ ଲାଞ୍ଚ ନେବା ବେଳେ ଦୁଇ ଥର ଧରାପଡ଼ିଥିଲେ ପ୍ରାଣକୃଷ୍ଣ । ସେହିପରି ଉମେଶ ଚନ୍ଦ୍ର ତ୍ରିପାଠୀ ବର୍ତ୍ତମାନ ପୂର୍ତ୍ତ ବିଭାଗ ଅଧୀନରେ ସୁବର୍ଣ୍ଣପୁରରେ ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବରେ କାମ କରୁଛନ୍ତି। ତାଙ୍କ ନାଁରେ ରହିଛି ଚାରିଟି ଭିଜିଲାନ୍ସ ମାମଲା। ପ୍ରାଣକୃଷ୍ଣ ଓ ଉମେଶ ଚନ୍ଦ୍ରଙ୍କୁ ପୂର୍ତ୍ତ ବିଭାଗରେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଫିସର ବୋଲି କୁହାଯାଇଛି।ସରକାରଙ୍କ 5T ଛାଟ ରୁ ବର୍ତ୍ତିବା ପାଇଁ ଦୁର୍ନୀତିଖୋର ଅଧିକାରୀ ଚଳାଇଛନ୍ତି ପ୍ରୟାସ ବୋଲି ଚର୍ଚ୍ଚା ହେଉଛି।ଦେଖାଯାଉ ରାଜ୍ୟ ସରକାର ଆଗାମୀ ଦିନରେ ଆଉ କେତେଜଣ ଙ୍କ ଉପରେ ନେଉଛନ୍ତି ପଦକ୍ଷେପ ତାକୁ ହିଁ ଅପେକ୍ଷା। Share on FacebookTweetFollow usSave Post Views: 313
Odisha ସୌଭାଗ୍ୟ ପ୍ରାପ୍ତି ପାଇଁ ମକର ସଂକ୍ରାନ୍ତିରେ କରନ୍ତୁ ଏହି କାର୍ଯ୍ୟ NTP Bureau Report 11/01/2019 0 ଏନ ଟି ପି (ସ୍ମୃତିଲିପିଙ୍କ ରିପୋର୍ଟ) ସୌଭାଗ୍ୟ ପ୍ରାପ୍ତି ପାଇଁ ମକର ସଂକ୍ରାନ୍ତିରେ କରନ୍ତୁ ଏହି କାର୍ଯ୍ୟ। ଭଗବାନ ସୂର୍ଯ୍ୟ ଦେବ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟ […]
Odisha କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ହାଇକୋର୍ଟରେ ଶୁଣାଣିି, ତଦନ୍ତ ସାରିବାକୁ ସରକାରଙ୍କୁ ୧ ମାସ ସମୟ ଦେଲେ କୋର୍ଟ NTP Bureau Report 02/08/2019 0 ଏନଟିପି :(କଟକ) କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣିି । ତଦନ୍ତ ସାରିବାକୁ ସରକାରଙ୍କୁ ଆଉ ଏକ ମାସ ସମୟ ଦେଲେ କୋର୍ଟ । ଏକ ମାସ ପରେ ପୁଣି ଥରେ […]
Odisha ଅଲଇଣ୍ଡିଆ ପବିତ୍ରନଗର କପ 2024 ଉଦଘାଟିତ NTP Bureau Report 03/01/2024 0 ଅନୁଗୋଳ(ଏନ ଟି ପି ): ସର୍ବଭାରତୀୟ ପବିତ୍ରନଗର କ୍ରିକେଟ କପ ଉଦଘାଟିତ ||ଅନୁଗୋଳ ଜିଲ୍ଲା ପବିତ୍ରନଗର ଷ୍ଟାଡିୟମ ପଡିଆରେ ସର୍ବ ଭାରତୀୟ ପବିତ୍ର ନଗର କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି || ଏହି […]