୩ ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ

ନୂଆଦିଲ୍ଲୀ,ଏନଟିପି ବ୍ୟୁରୋ: କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୩ ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ନେଇ କେନ୍ଦ୍ର କ୍ୟାବିନେଟ ମାରିଛି ମୋହର । ବୁଧବାର କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ଏହି ମିଶ୍ରଣ ପରେ ଏହା ଦେଶର ତୃତୀୟ ସର୍ବ ବୃହତ ବ୍ୟାଙ୍କରେ ପରିଗଣିତ ହେବ । ଏସବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କ ପରେ ତୃତୀୟ ବୃହତ ବ୍ୟାଙ୍କ ହେବ ।

କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କରିଛନ୍ତି ଯେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସୁଧାର ଆଣିବା ନେଇ ଏହି ପଦକ୍ଷେପ ନିଆଯାଇଛି । ବ୍ୟାଙ୍କ ଅଫ ବରୋଦାକୁ ବିଶ୍ୱ ସ୍ତରର ଋଣ ପ୍ରଦାନକାରୀ ସଂସ୍ଥା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି । ଏହି ମିଶ୍ରଣ ଦ୍ୱାର ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର କର୍ମଚାରୀଙ୍କ ଚାକିରୀ ପ୍ରତି କୌଣସି ବପଦ ନାହିଁ  । ସବୁ କର୍ମଚାରୀଙ୍କୁ ବ୍ୟାଙ୍କ ଅଫ ବରୋଦାକୁ ସ୍ଥାନନ୍ତର କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।   

ସୂଚନାଯୋଗ୍ୟ ଗତ ବର୍ଷ ସେପ୍ଟେମ୍ବରରେ ସରକାର ଏହି ତିନୋଟି ବ୍ୟାଙ୍କ ମିଶ୍ରଣ ନେଇ ଘୋଷଣା କରିଥିଲେ । ଏହି ମିଶ୍ରଣକୁ ବ୍ୟାଙ୍କ କର୍ମଚାରୀ ସଂଗଠନମାନେ ବିରୋଧ କରିଥିଲେ । ୨୬ ଡିସେମ୍ବର ୨୦୧୮ରେ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନ କରିଥିଲେ । ଏହା ପୂର୍ବରୁ ୨୧ ଡିସେମ୍ବର ଦିନ ବ୍ୟାଙ୍କର ଅଧିକାରୀମାନେ ଆନ୍ଦୋଳନ କରିଥିଲେ । ଏହି ମିଶ୍ରଣ ବ୍ୟାଙ୍କ ଏବଂ ତାର ଗ୍ରାହକଙ୍କ ପାଇଁ ହାନିକାରକ ହେବ ବୋଲି ୟୁନାଇଟେଡ ଫୋରମ ଅଫ ୟୁନିୟନ ଦାବି କରିଥିଲା ।

Follow by Email
WhatsApp