ଟିଭି ଦେଖିବା ପଡିବକି ମହଙ୍ଗା….

ଏନଟିପି::ଫେବ୍ରୁଆରୀ ୧ରୁ ବଦଳିଯିବ ଟିଭି ଚ୍ୟାନେଲର ଦର! ସର୍ବନିମ୍ନ ୧୩୦ ଟଙ୍କା ସହ ଲାଗିବ ଜିଏସଟି।ଦର୍ଶକଙ୍କୁ ମନ ପସନ୍ଦର ଚ୍ୟାନେଲରୁ ବଂଚିତ କରିପାରିବେ ନାହିଁ କେବୁଲ ଅପରେଟର । ଫେବୃୟାରୀ ୧ରୁ ବଦଳିଯିବ ଟିଭି ଚ୍ୟାନେଲର ଦର । ଗ୍ରାହକ, ଯେତିକି ଦେଖିବେ, ସେତିକି ଟଙ୍କା ଦେବେ । ଟ୍ରାଇର ନୂଆ ନିୟମ ଅନୁଯାୟୀ ଗ୍ରାହକଙ୍କୁ ସର୍ବନିମ୍ନ ୧୩୦ଟଙ୍କା ସହ ୧୮ପ୍ରତିଶତ ଜିଏସଟି ଦେବାକୁ ପଡିବ । ଏଥିରେ ଗ୍ରାହକ ୧୦୦ଟି ଏଫଟିଏ ବା ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିପାରିବେ ।ଏଣିକି ଅଧିକ ଟଙ୍କାର ପ୍ୟାକେଜ ନେଇ ଚ୍ୟାନେଲ ଦେଖିବାକୁ ପଡିବନାହିଁ । ଯେଉଁ ଚ୍ୟାନେଲ ଚାହିଁବେ କେବଳ ସେହି ଚ୍ୟାନେଲକୁ ହିଁ ଦେଖିବେ । ଏଭଳି ନୂତନ ନିୟମ ଲାଗୁ କରିବାକୁ ଯାଉଛି ଟ୍ରାଇ ବା ଟେଲିକମ ରେଗୁଲେଟରୀ ଅଥୋରିଟି ଅଫ ଇଣ୍ଡିଆ । ଏହି ନିୟମକୁ ଆଗାମୀ ଫେବୃଆରୀ ଏକ ତାରିଖରୁ ଲାଗୁ କରାଯିବ ବୋଲି ଟ୍ରାଇ ଘୋଷଣା କରିଛି ।ଏନେଇ ଗ୍ରାହକକୁ ଟ୍ରାଇର ନିୟମ ଅନୁଯାୟୀ ୧୩୦ଟଙ୍କା ଏବଂ ୧୮ପ୍ରତିଶତ ଜିଏସଟି ଦେବାକୁ ପଡିବ । ଏଥିରେ ଗ୍ରାହକ ୧୦୦ଟି ଏଫଟିଏ ବା ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିପାରିବେ । ଏହାବାଦ ଗ୍ରାହକ ନିଜ ମନପସନ୍ଦର ଚ୍ୟାନେଲ ଚାହୁଁଥିଲେ ପ୍ରତିଟି ଚ୍ୟାନେଲ ପାଇଁ ନିର୍ଦ୍ଧାରିତ ଦେୟ ଦେଇ ସେହି ଚ୍ୟାନେଲକୁ ଦେଖିପାରିବେ । ଚ୍ୟାନେଲ ଗୁଡିକର ମୂଲ୍ୟ ନିଜେ ଚ୍ୟାନେଲ ନିର୍ଦ୍ଧାରଣ କରିବେ ଏବଂ ଏହା ୧୦ପଇସାରୁ ୧୯ଟଙ୍କା ମଧ୍ୟରେ ରହିବ ।ଡିଷ୍ଟ୍ରିବ୍ୟୁଟର ମାନେ ସେମାନଙ୍କର ଏକାଧିକ ଚ୍ୟାନେଲକୁ ଏକାଠି କରି କମ ଟଙ୍କାରେ ଉପଲବ୍ଧ କରିପାରିବେ । ଯଦି ଜଣେ ଗ୍ରାହକ ନିଜର ଆଂଚଳିକ ଚ୍ୟାନେଲକୁ ଏଫଟିଏ ମାଧ୍ୟମରେ ଦେଖିବାକୁ ଚାହୁଁଛନ୍ତି ତେବେ ସେ ନିଜ ସର୍ଭିସ ପ୍ରୋଭାଇଡରକୁ କହି ବଦଳାଇପାରିବ ଏବଂ ପ୍ରୋଭାଇଡର ଉକ୍ତ ଚ୍ୟାନେଲକୁ ଦେଖାଇବାକୁ ବାଧ୍ୟ । ନିଜ ସର୍ଭିସ ପ୍ରୋଭାଇଡରର ୱେବସାଇଟ ବା କଷ୍ଟମର କେୟାରରେ ନିଜ ପସନ୍ଦର ଚ୍ୟାନେଲକୁ ଆକଟିଭେଟ କରିପାରିବେ ଗ୍ରାହକ । ଉଭୟ ଡିଟିଏଚ ଓ କେବୁଲ ଗ୍ରାହକ ଏହି ବ୍ୟବସ୍ଥାକୁ ଜାନୁଆରୀ ୩୧ ତାରିଖ ମଧ୍ୟରେ ଆକ୍ଟିଭେଟ କରିବାକୁ ପଡିବ ।ଟ୍ରାଇର ଏହି ନିୟମ ସାଧାରଣ ଲୋକଙ୍କ ପାଇଁ ବେଶ ଉପଯୋଗୀ ହେବ । ଅନାବଶ୍ୟକ ଚ୍ୟାନେଲଗୁଡିକୁ ଅଯଥାରେ ଦେୟ ଦେଇ ଦେଖୁଥିବା ଗ୍ରାହକ ଏଥିରେ ଉପକୃତ ହୋଇପାରିବେ । ଲୋକପ୍ରିୟ ଚ୍ୟାନେଲଗୁଡିକର ଅଧିକା ଦର 

Follow by Email
WhatsApp