କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ, ଅନିର୍ଦ୍ଦିଷ୍ଟ କାଳ ପାଇଁ କିସକୁ ଛୁଟି ଘୋଷଣା କଲେ ପ୍ରତିଷ୍ଠାତା Posted on 16/03/202016/03/2020 by NTP Bureau Report ଭୁବନେଶ୍ୱର(ଏନ ଟିପି ): କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ବିପର୍ଯ୍ୟୟ ଘୋଷଣା କରିବା ସହ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶୁକ୍ରବାର ସମସ୍ତ ସ୍କୁଲ, କଲେଜ, ସିନେମା ହଲ, ମଲ୍ ଓ ସଭା ସମିତି ଆଦି ବନ୍ଦ ଘୋଷଣା କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମା ତଥା ଚାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କିସ୍ କର୍ତ୍ତୃପକ୍ଷ ମଧ୍ୟ ଛୁଟି ଘୋଷଣା କରିଛନ୍ତି। କିସ୍ରେ ୩୦ ହଜାର ଛାତ୍ରଛାତ୍ରୀ ଏକାଠି ରହୁଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏବଂ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଅବକାଶର ଯଥେଷ୍ଟ ପୂର୍ବରୁ ଛୁଟି ଘୋଷଣା କରାଯାଇଛି। ଆଜି ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ କରୋନା ସଂପର୍କରେ ସଚେତନ କରାଇବା ସହ ଘରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। କିସ୍ ଇତିହାସରେ ଗତ ୨୮ ବର୍ଷ ମଧ୍ୟରେ ବହୁ ବନ୍ୟା, ବତ୍ୟା, ଝଡ ବର୍ଷା କିମ୍ବା ବଜାରରେ ଖାଦ୍ୟ ସାମଗ୍ରୀର ଅହେତକୁ ଦରବୃଦ୍ଧି ଓ ନିଅଣ୍ଟିଆ ଆଦି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କିସ୍ରେ ଅନିବାର୍ଯ୍ୟ ଛୁଟି ଘୋଷଣା କରାଯାଇ ନଥିଲା। ଏହି ଅବସରରେ ପ୍ରତି ପିଲାଙ୍କୁ ସବୁବେଳେ ହାତ ସଫା ରଖିବା ପାଇଁ ୫ଟି ଲେଖାଏଁ ସାବୁନ ଦିଆଯାଇଛି। ସେମାନେ ଘରେ ପହଞ୍ଚିବା ପରେ ନିଜ ହାତକୁ ସବୁବେଳେ ସଫା ରଖିବା ସହ ପରିବାରର ଅନ୍ୟ ସଦସ୍ୟମାନଙ୍କ ହାତ ସଫା ରଖିବାକୁ ପରାମର୍ଶ ଦିଆଯାଇଛି। Share on FacebookTweetFollow usSave Post Views: 324
Business Odisha Jindal Steel & Power honoured for Best CSR Impact Initiative NTP Bureau Report 08/09/2022 0 Bhubaneswar, 08September 2022; Jindal Steel & Power (JSP) has been honoured with the Best CSR impact initiative Award for its high-impact sustainable social development interventions. […]
Odisha ବଙ୍ଗୀୟ ଯୁବତୀଙ୍କୁ ଗେଷ୍ଟହାଉସରେ ଗଣଦୁଷ୍କର୍ମ ଅଭିଯୋଗ NTP Bureau Report 10/07/2019 0 ଏନଟିପି(ବାଲେଶ୍ୱର): ବଙ୍ଗୀୟ ଯୁବତୀଙ୍କୁ ଗେଷ୍ଟ ହାଉସରେ ଗଣ ଦୁଷ୍କର୍ମ ଅଭିଯୋଗ ।ପୁଣି ଲଜ୍ଜା। ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଥିବା ସୁଭଦ୍ରା ଗେଷ୍ଟ ହାଉସ୍ ରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍ମର୍ମ ଅଭିଯୋଗ । ଗତକାଲି ରାତିରେ […]
Odisha ନିରାପଦ ଖାଦ୍ୟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଆଇନର ଜିଲ୍ଲାସ୍ତରୀୟ କମିଟିର ପୁନର୍ଗଠନ NTP Bureau Report 02/02/2019 0 ଅନୁଗୋଳ(ଏନଟିପି) ଅନୁଗୁଳ ଜିଲ୍ଲାରେ ନିରାପଦ ଓ ଉତମମାନ ର ଖାଦ୍ୟ ଉପଲବ୍ଧି ହେବାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ର ପୁନର୍ଗଠନ କରାଯାଇଛି।ପୂର୍ବରୁ ଖାଦ୍ୟ ଅପମିଶ୍ରଣ […]