ଶାହୀନବାଗରେ ୧୪୪ ଧାରା ଲାଗୁ Posted on 01/03/202001/03/2020 by NTP Bureau Report ନୂଆଦିଲ୍ଲୀ(ଏନଟିପି): ଦେଶର ରାଜଧାନୀ ଦିଲ୍ଲୀର ଶାହୀନବାଗରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନକୁ ଆଜି ହିନ୍ଦୁ ସେନା ବିରୋଧ କରିଛି । ସ୍ଥିତିକୁ ସୁଧାରିବା ପାଇଁ ଦିଲ୍ଲୀ ପୋଲିସ ଶାହୀନବାଗରେ ୧୪୪ ଧାରା ଜାରି କରିଛି । ଦିଲ୍ଲୀରେ ସ୍ଥିତି ଅଣାୟତ ହେବା ଆଶଙ୍କା କରି ସଂପୃକ୍ତ ଅଞ୍ଚଳରେ ଧାରା ପୋଲିସ ୧୪୪ ଲାଗୁ କରିଛି। ହିନ୍ଦୁ ସେନାର ବିଷ୍ଣୁ ଗୁପ୍ତା ଟୁଇଟ୍ କରି କହିଛନ୍ତି, ‘ଶାହୀନବାଗରେ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କୁ ହଟାଇବାରେ ଦିଲ୍ଲୀ ପୋଲିସ ବିଫଳ ହୋଇଛି । ଭାରତର ସମ୍ବିଧାନର ଧାରା ୧୪, ୧୯, ୨୧ ଅନୁଯାୟୀ ଆନ୍ଦୋଳନ ପାଇଁ ସାଧାରଣ ଲୋକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେଉଛି । ତେଣୁ ୧ ମାର୍ଚ୍ଚ ୨୦୨୦ ସକାଳ ୧୦ଟାରେ ଧାରଣାସ୍ଥଳକୁ ଆସିବାକୁ ସିଏଏ ସମର୍ଥକକୁ ନିମନ୍ତ୍ରଣ କରାଯାଉଛି’। ତେବେ ପୋଲିସ କାହାକୁ ମଧ୍ୟ ଏକାଠି ନ କରିବାକୁ ୧୪୪ ଧାରା ଜାରି କରିଛି । ଯଦି କେହି ୧୪୪ ଧାରାକୁ ଉଲ୍ଲଂଘନ କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦକ୍ଷିଣ ପୂର୍ବ ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ପୋଲିସ ୧୪୪ ଧାରା ଲାଗୁ କରି ହିନ୍ଦୁ ସେନାର ଆହ୍ୱାନକୁ ବିଫଳ କରିଛି। ଆଜି ସକାଳେ ମଦନପୁର ଖାଦର ଓ ସରିତା ବିହାର ଲୋକମାନେ ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ବିରୁଦ୍ଧରେ ଶାନ୍ତି ମାର୍ଚ୍ଚ କରିଥିଲେ । ତେବେ ଏହାକୁ ଦେଖି ଦିଲ୍ଲୀ ପୋଲିସ ସରିତା ବିହାର ଓ ଶାହୀନବାଗକୁ ଯୋଗାଯୋଗ କରୁଥିବା ଆଖପାଖ ରାସ୍ତାରେ ବ୍ୟାରିକେଡ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ହିଂସା ପ୍ରଭାବିତ ଅଂଚଳରେ ଧାର୍ମିକ ଗୁରୁ ରବିଶଙ୍କର ପହଂଚି ସ୍ଥିତି ପରଖିବା ସହ ଶାନ୍ତି ପାଇଁ ଅପିଲ କରିଛନ୍ତି । Share on FacebookTweetFollow usSave Post Views: 249
Odisha NATIONAL ଏନଟିପିସିରେ କୋଇଲା ଶଙ୍କଟ,୪ ଟି ୟୁନିଟ ବନ୍ଦ NTP Bureau Report 03/08/2019 0 ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେର MCL ର ଭରତପୁର କୋଇଲାଖଣିରେ ଅଘଟଣ ପରେ ଚାଲିଛି ଖଣିବନ୍ଦ ଆନ୍ଦୋଳନ।୧୧ ଦିନରେ ପହଁଚିଲା ଖଣିବନ୍ଦ ଆନ୍ଦୋଳନ।ଆନ୍ଦୋଳନ ଫଳରେ ତାଳଚେର ର ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ […]
NATIONAL Uttarakhand CM Test As Covid19 Positive NTP Bureau Report 22/03/2021 0 Dehradun(NewsTimePro): Dehradun, 22/3: Uttarakhand Chief Minister Tirath Singh Rawat has tested positive for Covid 19 and is currently under home isolation.“I have isolated myself under […]
NATIONAL Business Odisha Tata Trusts chairman Ratan Tata Donates Rs 500 crore fight COVID-19 NTP Bureau Report 28/03/2020 0 BUREAU REPORT(NEWS TIME PRO) 28TH MARCH2020 The COVID 19 crisis is one of the toughest challenges we will face as a race. The Tata Trusts […]