ଏନଟିପିସିରେ କୋଇଲା ଶଙ୍କଟ,୪ ଟି ୟୁନିଟ ବନ୍ଦ

ଅନୁଗୋଳ(ଏନଟିପି):

ଅନୁଗୋଳ ଜିଲ୍ଲା ତାଳଚେର MCL ର ଭରତପୁର କୋଇଲାଖଣିରେ ଅଘଟଣ ପରେ ଚାଲିଛି ଖଣିବନ୍ଦ ଆନ୍ଦୋଳନ।୧୧ ଦିନରେ ପହଁଚିଲା ଖଣିବନ୍ଦ ଆନ୍ଦୋଳନ।ଆନ୍ଦୋଳନ ଫଳରେ ତାଳଚେର ର ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ରେ ବାଧା ସୃଷ୍ଟି ହୋଇଛି। ଖଣି ବନ୍ଦ ଆନ୍ଦୋଳନର ପ୍ରଭାବ ପଡିଛି NTPC ଉପରେ। NTPC ର ୬ ଟି ୟୁନିଟ ରୁ ୩୦୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥାଏ।ଖଣି ବନ୍ଦ ଆନ୍ଦୋଳନ ଫଳରେ NTPC ରେ ଦେଖାଦେଇଛି କୋଇଲା ଶଙ୍କଟ।NTPC ର ୪ ଟି ୟୁନିଟ ବନ୍ଦ ଥିବା ବେଳେ ଆଜି ୨ ଟି ୟୁନିଟ ରୁ ଆଂଶିକ ଭାବେ ୧୦୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି।ଗତକାଲି NTPC କୁ ଇବ ଭ୍ୟାଲି ,ECL ଓ ସିଙ୍ଗରେଣି ରୁ ୧୪୦୦୦ ମେଟ୍ରିକ ଟନ କୋଇଲା ଆସିଥିଲା।ଯାହାଫଳରେ ntpc ର ଷ୍ଟକ ରେ ବର୍ତ୍ତମାନ ୪୦୦୦ ମେଟ୍ରିକ ଟନ କୋଇଲା ଗଛିତ ରହିଛି।NTPC କୁ ଦୈନିକ ୫୫ହଜାର ମେଟ୍ରିକ ଟନ କୋଇଲାର ଆବଶ୍ୟକତା ରହିଛି।

Follow by Email
WhatsApp