ତାଳଚେର ଥର୍ମାଲରେ 46ତମ ରାଜ୍ୟ ସ୍ତରୀୟ ଜୁନିଅର କବାଡି ଚାମ୍ପିୟନ Posted on 21/12/201921/12/2019 by NTP Bureau Report ତାଳଚେର (ଏନଟିପି): ତାଳଚେର ଥର୍ମାଲ ଶକ୍ତି ଷ୍ଟାଡିୟମରେ 46ତମ ରାଜ୍ୟ ସ୍ତରୀୟ ଜୁନିଅର କବାଡି ର ଶୁଭ ଉଦଘାଟନ ତାଳଚେର ଉପଜିଲ୍ଲାପାଳ ଶ୍ରୀ ପରେଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ହୋଇ ଯାଇ ଅଛି. ଏହି ଉଦଘାଟନ ଉତ୍ସବରେ ଏନ ଟି ପି ସି ର ସି ଜି ଏମ ଶ୍ରୀ ଦେବେନ୍ଦ୍ର ନାଥ ତିୱାରୀ, ଜି ଏମ କେଦାର ରଞ୍ଜନ ପାଣ୍ଡୁ, ଜି ଏମ ଅରିନ୍ଦମ ସିଂହ୍ନl, କବାଡି ଆସୋସିଏସନର ସେକ୍ରେଟାରୀ ଶ୍ରୀ ଅଜୟ କୁମାର ବେହେରା, ଶ୍ରୀ ପେସ୍କାର ଗଡ଼ନାୟକ, ଏ ଜି ଏମ ଶ୍ରୀ ଏଲଇସ ଟୋପନୋ ଓ ସାରା ରାଜ୍ୟର 25ଟି ବାଳକ ଓ 17ଟି ବାଳିକା ଟିମ ଭାଗ ନେଇଛନ୍ତି.।ପ୍ରାରମ୍ଭରେ ମାର୍ଚ୍ଚ ପେଷ୍ଟ, ପତାକା ଉତୋଳନ, ଦୀପ ପ୍ରଜ୍ୱଳନ ଓ ଓଡିଶୀ ନୃତ୍ୟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ସଭାରେ ଉଦବୋଧନ ଦେଇ ଉପ ଜିଲ୍ଲାପାଳ ତାଳଚେର ଥର୍ମାଲର ଏହି ମହନୀୟ କାର୍ଯ୍ୟ ର ଭୁୟସୀ ପ୍ରଶଂସା କରିଥିଲେ. କାର୍ଯ୍ୟକ୍ରମରେ ପ୍ଲାଷ୍ଟିକର ବ୍ୟବହାରରୁ ଦୁରେଇ ରହିବା ପାଇଁ ସି ଜି ଏମ ଶ୍ରୀ ତିୱାରୀ ଗୁରୁତ୍ୱ ଦେଇଥିଲେ।ଖେଳର ପ୍ରାଥମିକ ମ୍ୟାଚରେ ଅନୁଗୁଳ ବାଳକ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ବାଳକ ଟିମ ମଧ୍ୟ୍ୟରେ ହୋଇ ଥିଲା ଯେଉଁ ଥିରେ ରାଉରକେଲା ଟିମ ବିଜୟୀ ହୋଇ ଥିଲେ. ପ୍ରଥମ ବାଳିକା ମ୍ୟାଚ ପୁରୀ ଓ ନୂଆପଡା ମଧ୍ୟ୍ୟରେ ହୋଇ ଥିଲା ଯେଉଁ ଥିରେ ନୂଆପଡା ଦଳ ଜିତି ଥିଲେ. ଶକ୍ତି ଷ୍ଟାଡିୟମର ସୁସଜ୍ଜିତ ରଙ୍ଗୀନ ପରିବେଶଏହି କ୍ରୀଡା ସମାରୋହ ଚାଲିଥିଲା। ତାଳଚେର ଥର୍ମାଲରେ ଆରମ୍ଭ ହୋଇ ଥିବା 46ତମ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତାର 2ୟ ଦିନରେ ସମୁଦାୟ 18ଟି ବାଳିକା ମ୍ୟାଚ ଖେଳା ଯାଇଛି. ଏହି ମ୍ୟାଚରେ ଗଞ୍ଜାମ, ସମ୍ବଲପୁର, ଭୁବନେଶ୍ୱର, କିଟ, ଯାଜପୁର, କଟକ, ପୁରୀ ଓ ଖୋର୍ଦ୍ଧା ଟିମ ପ୍ରି କ୍ୱାଟର ଫାଇନାଲ କୁ ଊର୍ଣ୍ଣିତ ହୋଇ ଛନ୍ତି ।ବାଳକ ବିଭାଗରେ ସମୁଦାୟ 30ଟି ମ୍ୟାଚ ଖେଳାଯାଇଥିଲା। 46ତମ ରାଜ୍ୟ ଜୁନିଅର କବାଡି ଚାମ୍ପିୟନର ଆଜି ଉଦଯାପନ ଉତ୍ସବ ତାଳଚେର ଥର୍ମାଲ ଶକ୍ତି ଷ୍ଟାଡିଅମରେ ବିପୁଳ ଜନ ସମାଗମ ମଧ୍ୟରେ ସମାପ୍ତ ହୋଇଛି।NTPC ତାଳଚେର ଥର୍ମାଲ ର CSR ବିଭାଗ ତରଫରୁ ଏହି କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।ଫାଇନାଲ ମ୍ୟାଚ ରେ ବାଳକ ବିଭାଗ ରେ କଟକ ଟିମ ଜଗତସିଂହପୁର କୁ 46-31ରେ ହରାଇ ଚାମ୍ପିୟନ ଓ ବାଳିକା ବିଭାଗ ରେ ଖୋର୍ଦ୍ଧା ଟିମ KIIT କୁ 39-25ରେ ହରାଇ ଚାମ୍ପିୟନ ହୋଇଛନ୍ତି। ଉଦଯାପନି ସମାରୋହ ରେ ଅନୁଗୁଳ ଜିଲ୍ଲା ଅତିରିକ୍ତ SP ଶ୍ରୀ ଯଦୁନାଥ ହାଁସଦା ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ TTPS ର CGM ଶ୍ରୀ D. N. Tiwari, GM(o&m)ଅନିରୁଦ୍ଧ sinha, GM(T/S)ଶ୍ରୀ K. R. Pandu, ଜିଲ୍ଲା କବାଡି ଆସୋସିଏସନ ର ସଭାପତି ଓ ଅନେକ ଗଣ୍ୟ ମାନ୍ୟb ଅତିଥି ଯୋଗ ଦେଇ ଥିଲେ ।ମଞ୍ଚ ସଂଚାଳନ କରିଥିଲେ ଶ୍ରୀ SMPadhi ଓ Sipa Sutapa . ଶେଷରେ AGMHR) ଶ୍ରୀ ଏଲଇସ ଟୋପନୋ ଧନ୍ୟବାଦ ଦେଇଥିଲେ। Share on FacebookTweetFollow usSave Post Views: 453
Business ସାମଲ ଇକ୍ୟୁପ ଶୋରୁମ ହେଲା ଉଦଘାଟିତ NTP Bureau Report 22/11/2019 0 ଅନୁଗୋଳ (ଏନଟିପି): ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ନୂଆହତା ୫୫ନଂ ଜାତୀୟ ରାଜପଥ ପାର୍ଶ୍ଵରେ ସାମଲ ଇକ୍ୟୁପିର ନୂତନ ଶୋରୁମ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ଜେସିବି ଇଣ୍ଡିଆର ଏମ.ଡ଼ି. ତଥା ସି.ଇ.ଓ ସୁବିର […]
Business Jindal Steel & Power Observes 8th International Day of Yoga Smrutilipi 22/06/2022 0 Angul(NewsTimePro): Jindal Steel & Power (JSP) and its Social Arm JSPL Foundation observed the 8th International Day of Yoga at its Plant premises and at […]
CORPORATE INTERVIEW ଶୀତ ଋତୁରେ ଶରୀରର ଯତ୍ନ ନେବେ କିପରି… Smrutilipi 06/01/2019 0 ଶୀତ ଦିନ ଆସିଲେ ଲୋକମାନେ ଶୀତ ପାଇଁ ଯେତିକି ଚିନ୍ତିତ ନୁହଁନ୍ତି, ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ହୋଇପଡନ୍ତି । ଅନ୍ୟ ଋତୁ ଅପେକ୍ଷା ଶୀତଋତୁରେ ତ୍ୱଚା ଅଧିକ ଶୁଷ୍କ ଏବଂ ରୁଖା […]