ସାମଲ ଇକ୍ୟୁପ ଶୋରୁମ ହେଲା ଉଦଘାଟିତ

ଅନୁଗୋଳ (ଏନଟିପି):


ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ନୂଆହତା ୫୫ନଂ ଜାତୀୟ ରାଜପଥ ପାର୍ଶ୍ଵରେ ସାମଲ ଇକ୍ୟୁପିର ନୂତନ ଶୋରୁମ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ଜେସିବି ଇଣ୍ଡିଆର ଏମ.ଡ଼ି. ତଥା ସି.ଇ.ଓ ସୁବିର କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୋରୁମ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଦୀପକ ସେଠୀ ଏକଜୁକୁଟିଭ ଭି. ପି. ସେଲସ, ଉତ୍ପାଦନ ଡିଲର ଡେଭଲପମେଣ୍ଟ ଭି. ପି. ଜି.ପି. ସିଂ, ଭି.ପି. ରୋହିତ ସୁଦ୍ଧ ଓ ଆଞ୍ଚଳିକ ମହାପ୍ରବନ୍ଧକ ପ୍ରତିମ ଦାସ ଗୁପ୍ତା ଏହି ଉତ୍ସବ ରେ ଯୋଗ ଦେଇଥିଲେ। ସାମଲ ଇକ୍ୟୁପି ର ପରିଚାଳନା ନିର୍ଦ୍ଦେଶକ ଗଙ୍ଗାଧର ସାମଲ ଉଦଘାଟନୀ ଭାଷଣ ଦେଇଥିବା ବେଳେ ଡ଼ାଇରେକ୍ଟର ରମେଶ ସାମଲ ପରିଚୟ ପ୍ରଦାନ କରିଥିଲେ। ଡା. ଅବିନାଶ ସାମଲ, ଡା. କୁମାର ଗୌରବ ସାମଲ ଜେସିବି ର ଉତ୍ତମ କାର୍ଯ୍ୟକାରିତା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ଓ ସାମଲ ଇକ୍ୟୁପି ଅନ୍ୟତମ ସଦସ୍ୟ ସୁଧୀର କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ସାମଲ ଇକ୍ୟୁପି ର ସମସ୍ତ ସଦସ୍ୟ ଓ ସମସ୍ତ ଗ୍ରାହକ ବନ୍ଧୁ ମାନେ ଉପସ୍ଥିତ ଥିଲେ।

Follow by Email
WhatsApp