ଯୁବତୀଙ୍କ ଆତ୍ମହତ୍ୟା ପଛର କାରଣ ଅଶ୍ଳୀଳ ଭିଡ଼ିଓ ଭାଇରାଲ

ଅନୁଗୋଳ (ଏନଟିପି)

ଅନୁଗୋଳ ବନ୍ତଳା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି।ବନ୍ତଳା ଅନ୍ତର୍ଗତ ଏକ ଗାଁରେ ଲୋକଲଜ୍ଜ୍ୟା ସହିନପାରି ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଳଚେର ଅଞ୍ଚଳର କୁହାଯାଉଥିବା ପ୍ରେମିକ ଜଣଙ୍କ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରଲ କରିବା ଯୋଗୁଁ ଯୁବତୀ ଜଣକ ମର୍ମାହତ ହୋଇ ପଡ଼ିଥିଲେ। ଶେଷରେ କୌଣସି ଉପାୟ ନପାଇ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଅଣା ଯାଇଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଯୁବତୀଙ୍କ ପରିବାର ଲୋକେ ଯୁବକ ବିରୁଦ୍ଧରେ ବନ୍ତଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ୧୮/୨୦୧୯ ରେଏକ ମକଦମା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତ ଯୁବତୀଙ୍କ ପ୍ରେମିକଙ୍କ ସହ ଯୁବତୀ ଜଣକ ଭିଡ଼ିଓ କଲ କରି ପ୍ରେମିକ ସହ କଥା ହେଉଥିଲେ। ଶରୀରର ଆପତ୍ତି ଜନକ ଅଙ୍ଗ ପ୍ରଦର୍ଶନ କରୁଥିଲେ। ସେହି ମୁହୂର୍ତ୍ତର ଚିତ୍ର ରେକଡିଂ କରି ପ୍ରେମିକ ଭାଇରଲ କରିଥିଲା।ଶେଷରେ ନିରୀହ ଝିଅ ଟି ଲୋକ ଲଜ୍ଜ୍ୟା କୁ ସହି ନପାରି କରିଛି ଆତ୍ମହତ୍ୟା।

Follow by Email
WhatsApp