ଅନୁଗୋଳ ମୁସଲିମ ସମାଜ ପକ୍ଷରୁ ଖାଦ୍ୟ ବଣ୍ଟନ

ଅନୁଗୋଳ (ଏନଟିପି):

ଅନୁଗୋଳ ମୁସଲିମ ସମାଜ ପକ୍ଷରୁ ଅସହାୟ ଙ୍କୁ ଖାଦ୍ୟ ବଣ୍ଟନ।କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି।ଗୋଟିଏ ପରେ ଗୋଟିଏ ଦେଶ କୁ ବ୍ୟାପିବାରେ ଲାଗିଛି।କରୋନା ଛଡାଇ ନେଇଛି ଜୀବିକା।କରୋନା ପ୍ରଭାବାରେ ପ୍ରଭାବିତ ଦିନ ମଜୁରିଆ ଲୋକେ।ଅନୁଗୋଳ ଜିଲ୍ଲାର ମୁସଲିମ ସମାଜର ସଦସ୍ୟ ମାନେ ଅନୁଗୋଲର ବିଭିନ୍ନ ଜାଗା ତଥା ଶାବଳଭଙ୍ଗା,ପୁରୁଣା ଗଡ଼,ଶିମିଳିପଡା ଆଦି ଅନାଚଳ ଗୁଡିକର ପ୍ରାୟ ୨୦୦ ରୁ ଅଧିକ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି।ମୁସଲିମ ସମାଜର ସଦସ୍ୟଙ୍କ ଏଭଳି ପ୍ରୟାସ କୁ ସମସ୍ତେ ସ୍ୱାଗତ କରିଛି।କରୋନା ର ମୁକାବିଲା ପାଇଁ ସରକାର ଯେଉଁ ସବୁ ପଦକ୍ଷେପ ନେଉଛନ୍ତି ସମସ୍ତେ ଏହାକୁ ଅନୁପାଳନ କରିବାର ଆଵଶ୍ୟକତା ରହିଛି ବୋଲି କହିଛନ୍ତି ମୁସଲିମ ସମାଜ।

Follow by Email
WhatsApp