ଲକଡାଉନରେ ରୋଜଗାର ଯୋଗାଉଛି ବରିଡା ଶାଗ Posted on 23/04/202023/04/2020 by NTP Bureau Report କନ୍ଧମାଳ(ଏନଟିପି): ବରିଡା ଶାଗର ସ୍ବାଦ ନିଆରା। ଏହାର ଚାହିଦା କନ୍ଧମାଳ ଜିଲ୍ଲା ରେ ଅଧିକ ରହିଛି। ଏପ୍ରିଲ ଓ ମେ’ ମାସରେ ବହୁଳ ଭାବେ ଏହାକୁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି ସ୍ଥାନୀୟ ବାସିନ୍ଦା। ଖରା ଦିନେ ଯେଉଁ ବର୍ଷା ହୋଇଥାଏ ସେଥିରେ ବରିଡା ଗଛରେ କଁଅଳିଆ ପତ୍ର ହୋଇଥାଏ। ତାକୁ ସଂଗ୍ରହ କରି ବଜାରରେ ବିକ୍ରି କରା ଯାଇଥାଏ। ଏହାର ସ୍ବତନ୍ତ୍ର ସ୍ବାଦ ପାଇଁ ବେଶ୍ ଚାହିଦା ରହିଥିବାରୁ ଲୋକେ କିଣିବାକୁ ଅପେକ୍ଷା କରି ଥାଆନ୍ତି। ଏହା ସ୍ଥାନୀୟ ଲୋକଙ୍କୁ ସାମୟିକ ରୋଜଗାର ମଧ୍ୟ ଯୋଗାଇଥାଏ। ବର୍ତ୍ତମାନ ପରିସ୍ଥିତିରେ ଲକ୍ଡାଉନ ଯୋଗୁ ଆବଶ୍ୟକୀୟ ପନିପରିବା ବଜାରରେ ମିଳୁ ନଥିଲେ ମଧ୍ୟ ଏହା ବହୁ ମାତ୍ରାରେ ସଂଗ୍ରହ ହେଉ ଥିବାରୁ ଲୋକଙ୍କ ଚାହିଦା ମେଣ୍ଟାଉଛି। ପ୍ରତ୍ୟେକ ଦିନ ସକାଳୁ ଲୋକେ ପରିବା କିଣିବା ସହ ଏହି ଶାଗ କିଣୁଛନ୍ତି। ସୁକାନ୍ତି ପ୍ରଧାନ ନାମକ ଜଣେ ମହିଳା କୁହନ୍ତି, ଏହି ସମୟରେ ସେ ଶାଗ ବିକ୍ରୀ କରି ୮୦ ରୁ ଶହେ ଟଙ୍କା ଦିନକୁ ରୋଜଗାର କରୁଛନ୍ତି। ଏହାଦ୍ବାରା ତାଙ୍କର ହାତ ଖର୍ଚ୍ଚ ମଧ୍ୟ ବାହାରୁଛି ଲକ୍ଡାଉନ ସମୟରେ। ଅନ୍ୟ ପକ୍ଷରେ ଶସ୍ତାରେ ମିଳୁ ଥିବାରୁ ଲୋକେ ମଧ୍ୟ କ୍ରୟ କରୁଛନ୍ତି। Share on FacebookTweetFollow usSave Post Views: 246
Odisha ବିକଶିତ ଭାରତ ଗଠନରେ ଯୁବଶକ୍ତିର ଯୋଗଦାନ ଓ ପ୍ରତିଭାର ପ୍ରଦର୍ଶନକୁ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ NTP Bureau Report 22/10/2022 0 ଭୁବନେଶ୍ୱର , ତା.୨୨ / ୧୦ : ବିକଶିତ ଭାରତ ଗଠନରେ ଯୁବଶକ୍ତିର ଯୋଗଦାନ ଓ ପ୍ରତିଭାର ପ୍ରଦର୍ଶନ ନିହାତି ଜରୁରୀ ଏବଂ ଏହାକୁ ଭଲ ଭାବେ ଉପଲବ୍ଧ କରି କାର୍ଯ୍ୟ କରୁଛନ୍ତି ଦେଶର […]
Odisha ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ପ୍ରସୂତି ମହିଳାଙ୍କ ହାତ ଭିତରେ ଛୁଞ୍ଚି ରହିଗଲା: ଚିକିତ୍ସାରେ ଅବହେଳା ଅଭିଯୋଗ NTP Bureau Report 08/05/2020 0 କନ୍ଧମାଳ(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଥିବା ପ୍ରସୂତି ବିଭାଗ ଚିକିତ୍ସାରେ ଅବହେଳା ଅଭିଯୋଗ । ପ୍ରସୂତୀ ମହିଳାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରସୂତୀ ମହିଳାଙ୍କ ସ୍ବାମୀ । ସୂଚନା […]
Odisha ମହାଯାତ୍ରାରେ ମହାରଥୀ,ସ୍ୱର୍ଗଦ୍ୱାରରେ ହେବ ଶେଷ କୃତ୍ୟ NTP Bureau Report 04/10/2020 0 ଭୁବନେଶ୍ୱର(ଏନଟିପି): ପରଲୋକରେ ପୂର୍ବତନ ମନ୍ତ୍ରୀ, ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । କରୋନା ପଜିଟିଭ ପରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟ ହୋଇଟଥିବା ସୂଚନା […]