ନିଆରା ଢଙ୍ଗରେ ଝିଅର ଜନ୍ମଦିନ ପାଳନ, ରକ୍ତଦାନ ଶିବିର ସହ ଔଷଧିୟ ଚାରା ବାଣ୍ଟି ଉଦାହରଣ ସାଜିଲେ ସାମ୍ବାଦିକ


ଅନୁଗୋଳ :
ନିଆରା ଢଙ୍ଗରେ ଝିଅର ଜନ୍ମଦିନ ପାଳି ଉଦାହରଣ ସାଜିଲେ ସାମ୍ୱାଦିକ |
ଝିଅର ଜନ୍ମଦିନ ଉପଲକ୍ଷେ ମାତା, ପିତା ଆୟୋଜନ କଲେ ରକ୍ତଦାନ ଶିବିର | ଅନୁଗୋଳ କଳିଙ୍ଗ ଟିଭି ର ସାମ୍ବାଦିକ ମାନସ ମିଶ୍ର ଓ ତାଙ୍କ ପତ୍ନୀ ସ୍ମୃତିଲିପି ମିଶ୍ର ଙ୍କ କନ୍ୟା ସିଦ୍ଧି ସମ୍ୟୁକ୍ତା ମିଶ୍ର ଙ୍କ ଜନ୍ମଦିନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ |ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର | ରକ୍ତଦାତାଙ୍କୁ ମଧ୍ୟ ଔଷଧିୟ ବୃକ୍ଷ ଚରା ପ୍ରଦାନ
କରାଯାଇଥିଲା

ରକ୍ତଦାନ ଏକ ମହତ କାର୍ଯ୍ୟ ତଥା, ଜୀବନ ରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତିପୋଷଣ କ୍ଷେତ୍ରରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସାମାଜିକ ବାର୍ତ୍ତା ସହିତ ଏହାର ଗୁରୁତ୍ୱକୁ ଉପଲବ୍ଧ କରି, , ସଦା ସର୍ବଦା ଆଗକୁ ମଧ୍ୟ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଜାରି ରହିବାର ଯୋଜନା ଅଛି ବୋଲି କହିଛନ୍ତି |

ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଉଦୟ ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତୀମୟ, ନଗରପାଳ ଅକ୍ଷୟ ସାମନ୍ତ,
ରୋଟାରି କ୍ଲବ ସଭାପତି ଡଃ ମାଇକେଲ ଜନ,ଯୋଗ ଗୁରୁ ଅଭୟ ରାୟ,ବିଜେଡି ନେତା ଅରୁଣାଭ ସିଂ,ସମାଜସେବୀ କ୍ଷୀରୋଦ ସାହୁ, ମହେଶ ଭୋମରାଜ, ବିଜୟ ଦେ, ଶୁଭ୍ରଜିତ ସ୍ୱାଇଁ,ପ୍ରତାପ ମହାପାତ୍ର, ପର୍ଶୁରାମ ଦାସ, ସମାଜସେବୀ ପ୍ରଫୁଲ୍ଲ ମିଶ୍ର,ବ୍ରହ୍ମଜ୍ୟୋତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ |

ରକ୍ତଦାନ ସହ ପ୍ରତେକ ରକ୍ତଦାତା ଙ୍କୁ ଔଷଧୀୟ ବୃକ୍ଷ ଚାରା ବଣ୍ଟନ କରିଥିଲେ | ଏହି ରକ୍ତଦାନ ଶିବିରରେ 25 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ଶିଳ୍ପ ନଗରୀ ଅନୁଗୋଳ ରେ ପ୍ରଦୂଷଣର ମାତ୍ରା ଅଧିକ | ପ୍ରଦୂଷଣ ର ମାତ୍ରା କମାଇବାକୁ ହେଲେ ବୃକ୍ଷ ର ଆବଶ୍ୟକତା ରହିଛି | ଏହାକୁ ଉପଲବ୍ଧି କରି ରକ୍ତଦାନ ଶିବିର ସହ ପ୍ରତେକ ରକ୍ତଦାତା ଙ୍କୁ ଔଷଧୀୟ ବୃକ୍ଷ ପ୍ରଦାନ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥିଲେ ସାମ୍ବାଦିକ ଶ୍ରୀ ମିଶ୍ର | ତାଙ୍କର ଏଭଳି ପ୍ରୟାସ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି |

Follow by Email
WhatsApp