ରୋଟାରି ରୟାଲ ଓ IMA ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ଅନୁଗୋଳ (ଏନ ଟି ପି ):

ସଚେତନତା ମାଧ୍ୟମରେ ମଧୁମେହ ସୁନାମିକୁ ରୋକା ଯାଇପରିବ କିମ୍ବା ରୋଟାରୀ ରୟାଲ ଏବଂ IMA ତରଫରୁ ବିଶ୍ୱ ମଧୁମେହ ଦିବସ ପାଳନରୋଟାରୀ କ୍ଲବ ଅନୁଗୋଳ ରୟାଲ୍ ଏବଂ ଭାରତୀୟ ଚିକିତ୍ସକ ସଂଘ,ଅନୁଗୋଳ ଶାଖା ତରଫରୁ ବିଶ୍ବ ମଧୁମେହ ଦିବସ ବନ୍ତଳା ନିକଟସ୍ଥ ବାସଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି।ମଧୁମେହ ବିଶ୍ଵର ଏକ ସର୍ବବ୍ୟାପକ ରୋଗ ଏବଂ ଏଥିରେ ବର୍ତ୍ତମାନ ଭାରତ ବର୍ଷର 10କୋଟି ସମେତ ବିଶ୍ଵର 4୦ କୋଟି ଲୋକ ଆକ୍ରାନ୍ତ ହୋଇସାରିଲେଣି। ଏହି ମାରାତ୍ମକ ରୋଗ ଏକ ବିଶୃଙ୍ଖଳିତ ଜୀବନ ଶୈଳୀ ରୋଗ ହୋଇଥିବା ବେଳେ ଏହାକୁ ବଂଶଗତ ରୋଗ ଭାବେ ଚିକିତ୍ସା ବିଜ୍ଞାନ ବିବେଚନା କରିଛି।ମଧୁମେହ ଆକ୍ରାନ୍ତ ରୋଗୀ କିପରି ଡାକ୍ତରଙ୍କ ପାଖରେ ପହଂଚି ନିଜର ଉପଚାର ଏବଂ ଗ୍ରାମରେ ସଚେତନତା ମାଧ୍ୟମରେ ରୋଗୀଙ୍କୁ ଅବଗତ କରି ଆକ୍ରାନ୍ତ ଥିବା ବ୍ୟକ୍ତି କିପରି ଆରୋଗ୍ୟ ଲାଭ କରିପାରିବ ମୁଖ୍ୟ ଅତିଥି ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ସଭାପତି ଡାକ୍ତର ପ୍ରଭାତ କୁମାର ପଣ୍ଡା କହିଛନ୍ତି । ଭାରତ ବର୍ଷର ଲୋକମାନେ ପାଶ୍ଚାତ୍ୟ ଦେଶକୁ ଅନୁକରଣ କରିବା ସହିତ ନିଜର ସଂସ୍କୃତି, ଶିକ୍ଷା,ସ୍ୱାସ୍ଥ୍ୟ ପ୍ରଭୃତି ଭୁଲିଯିବା ଯୋଗୁଁ ମଧୁମେହ ରୋଗ ସୁନାମି ପରି ମାଡ଼ିଆସିଲାଣି ବୋଲି ଉଦବେଗର ସହ ପ୍ରକାଶ କରିବା ସହ ଏଥିରୁ ରକ୍ଷା ପାଇଁ ସମସ୍ତବର୍ଗରେ ସଚେତନତାର ଅତ୍ୟନ୍ତ ଆବଶ୍ୟକ ରହିଛି ବୋଲି ଡାକ୍ତର କୁମାର ସୌମ୍ୟକାନ୍ତ ବିଶୋଇ କହିଛନ୍ତି|ଗ୍ରାମ ମାନଙ୍କରେ ସଚେତନତାର ଅଭାବ ହି ମଧୁମେହ ବୃଦ୍ଧିର ପ୍ରମୁଖ କାରଣ ବୋଲି IMA ଅନୁଗୁଳ ଶାଖା ସଭାପତି ଡାକ୍ତର ତରୁଣ କୁମାର ସାହୁ ଅନୁଷ୍ଠିତ ସଚେତନତା ଶିବିରରେ ସୂଚନା ପ୍ରଦାନ କରିଛନ୍ତି।।ବିଶ୍ବ ମଧୁମେହ ପାଳନ ଅବସରରେ ରୋଟାରୀ କ୍ଲବ ଅନୁଗୋଳ ରୟାଲ ଏବଂ ଭାରତୀୟ ଚିକିତ୍ସକ ସଂଘ ଅନୁଗୋଳ ଶାଖାର ପୋଷ୍ୟଗ୍ରାମ ବସଲାରେ ସଚେତନତାର ବାର୍ତ୍ତା ନେଇ ଏକ ୱାକାଥନ୍ ରାଲି ଆୟୋଜନ କରାଯାଇଥିଲା। କ୍ଲବର ସଭାପତି ରୋଟରିୟାନ ଡ଼ଃ ମାଈକେଲ ଜନ ଆଗାମୀ ଦିନରେ କ୍ଳବ ତରଫରୁ ଆଖପାଖ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ |କାର୍ଯ୍ୟକ୍ରମରେ ସମ୍ପାଦକ କୈଳାଶ ଚନ୍ଦ୍ର ଅଗ୍ରୱାଲ,ବିଶ୍ୱଜିତ ପଟନାୟକ,ହରଗୋବିନ୍ଦ ମହାପାତ୍ର, ଅଶୋକ ମଣ୍ଡୋଠିଆ,ମଧୁ ଗୁପ୍ତା,ମୁରାରୀ ଲାଲ ଅଗ୍ରୱାଲ, ଅମ୍ବିକା ପ୍ରସାଦ ସାହୁ,ଅନିଲ ଗୁପ୍ତା,ନିହାର ରଞ୍ଜନ ପ୍ରସାଦ,ଏବଂ IMA ତରଫରୁ ଡ଼ଃ ପ୍ରଫୁଲ କୁମାର ସାହୁ, ଡ଼ଃ ବିଶ୍ୱଜିତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ! ଜିଲ୍ଲା ମୁଖ୍ୟ ଚି଼କିତ୍ସାଧିକାରୀ ଡ଼ଃ ଶିବାନନ୍ଦ ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ରୋଟାରୀ କ୍ଳବ ଏବଂ IMA କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ |ବସଲା ଗ୍ରାମର ସରପଞ୍ଚ ଚନ୍ଦନ କୁମାର ସାହୁ, MBK ବବିତା ସାହୁ, କିଶନ ବେହେରା, ଦେବାଶିଷ ସାହୁ, ଆଲୋକ ସାହୁ,ଆଶାକର୍ମୀ,ମିଶନ ଶକ୍ତି କାର୍ଯ୍ୟକର୍ତ୍ତା ଏବଂ ମେଡ଼ିସିନ ରିପରେଜେନଟାଟିଭ ସହଯୋଗ କରିଥଲେ।355 ଗ୍ରାମବାସୀଙ୍କ ନିଃଶୁଳ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା|ସର୍ବଶେଷରେ କ୍ଳବ ତରଫରୁ ମିଲନ କୁମାର ଅଗ୍ରୱାଲ ଧନ୍ୟବାଦ ଜ୍ଞାପନ କରିଥିଲେ |

Follow by Email
WhatsApp