କଣିହାଁ ବଡ଼ଗୁଣ୍ଡୁରି ସ୍ଥିତ ମାଉସୀ ମା’ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଦର୍ଶନ କରି ମୁଁ ସୌଭାଗ୍ୟ ବୋଲି କହିଲେ
• ମୋଦି ସରକାରଙ୍କ ସୁଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ପଦଯାତ୍ରାରେ ସାମିଲ ହେଲେ
• କେନ୍ଦ୍ରମନ୍ତ୍ରୀଙ୍କୁ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ସ୍ୱାଗତ ଜଣାଇଲେ ସ୍ଥାନୀୟ ନାଗରିକ
• ସ୍ଥାନୀୟ ଗୁରୁଜନ ଓ ମା’ ମାନେ ଦେଇଥିବା ମମତା ଓ ସ୍ନେହର ଆଶୀର୍ବାଦ ମୋତେ ଆଗକୁ ବଢିବା ପାଇଁ ପ୍ରେରଣା ଦେବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

କଣିହାଁ, ଜୁନ ୨୫ – ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହାଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ଅନୁଗୋଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କଣିହାଁ ବ୍ଲକ ବଡ଼ଗୁଣ୍ଡୁରି ସ୍ଥିତ ମାଉସୀ ମା’ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଦର୍ଶନ କରି ମୁଁ ସୌଭାଗ୍ୟ । ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି । ଏହି ଅବସରରେ ପ୍ରତିକୂଳ ପାଗ ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ଆତିଥ୍ୟ ଓ ଭଲ ପାଇବା ପାଇଁ ଧନ୍ୟବାଦ । ସ୍ଥାନୀୟ ଗୁରୁଜନ ଓ ମା’ ମାନେ ଦେଇଥିବା ମମତା ଓ ସ୍ନେହର ଆଶୀର୍ବାଦ ମୋତେ ଆଗକୁ ବଢିବା ପାଇଁ ପ୍ରେରଣା ଦେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ଦେଶରେ ପୁନର୍ବାର ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ଜନସାଧାରଣଙ୍କ ଠାରୁ ଆଶୀର୍ବାଦ ଲୋଡିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ବଡ଼ଗୁଣ୍ଡୁରି ଠାରେ ମୋଦି ସରକାରଙ୍କ ସୁଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇଥିଲେ । ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକଙ୍କ ଦ୍ଵାରା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ସ୍ୱାଗତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ବିଧାନସଭା ପ୍ରଭାରୀ ସୁଦିପ ଗଡ଼ନାୟକ, କଣିହାଁ ମଣ୍ଡଳ ପ୍ରଭାରୀ ପର୍ଶୁରାମ ବାରିକ, ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ, ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, କଣିହାଁ ମଣ୍ଡଳ ସଂଯୋଜକ ଲୋକନାଥ ସାହୁ ଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ |

Follow by Email
WhatsApp