ବ୍ରାଉନ୍ ସୁଗାର୍ ବିକ୍ରି ଅଭିଯୋଗରେ ତିନି ଗିରଫ

ଅନୁଗୋଳ(ଏନ ଟି ପି)

ଅନୁଗୁଳ ଜିଲ୍ଲା ସମଲ ଥାନା ପୋଲିସ ବ୍ରାଉନ୍ ସୁଗାର୍ ବିକ୍ରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ତିନି ଜଣ ହେଲେ ପରାବିଲ ଗ୍ରାମର ଦେବାନନ୍ଦ ଦେହୁରୀ (୩୨) , ସିପୁର ଗ୍ରାମର ଗିରିଶ ଚନ୍ଦ୍ର ସାମଲ (୩୫) ଏବଂ ସମଲ ଗ୍ରାମର ରଞ୍ଜନ କୁମାର ବେହେରା (୨୬) । ତିନି ଜଣଙ୍କ ପାଖରୁ ପୋଲିସ ୫.୨୪୦ ମିଲିଗ୍ରାମ ବ୍ରାଉନ୍ ସୁଗାର୍ ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏସଆଇ଼ କମଳାକ୍ଷ ପ୍ରସାଦ ନାୟକ ପେଟ୍ରୋଲିଂ କରୁଥିବା ସମୟରେ ତିନିଜଣଙ୍କୁ ବ୍ରାଉନ୍ ସୁଗାର୍ ସହ କାବୁ କରିବାରେ ସଫଳ ହୋଇଥିଲେ । ତିନି ଜଣଙ୍କୁ ଗିରଫ୍ କରି ପୋଲିସ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ।

Follow by Email
WhatsApp