ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅନୁଗୋଳ ଜିଲ୍ଲାର ବିଧାୟକ

ଅନୁଗୋଳ(ଏନ ଟିପି):

ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃତ ଜଳାଶୟ ସୃଷ୍ଟି ଲାଗି ୨୦୧୯ – ୨୦ ମସିହାରେ ୧୧୭୦୦ କୋଟି ଟଙ୍କା ବ୍ୟୟରେ ” ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପର ଯୋଜନା କରିଛନ୍ତି । ବ୍ରାହ୍ମଣୀ ନଦୀରେ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକର ଖାଲପାଳ ଗ୍ରାମ ନିକଟରେ ଏହି ଯୋଜନାରେ ଏକ ସେତୁ ନିର୍ମାଣ ସହିତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ୨୨୧ କୋଟି ଟଙ୍କା ବିଜୁ ଜନତା ଦଳ ସଭାପତି ତଥା ମାନ୍ୟଳର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଂଜୁର କରିଛନ୍ତି । ପ୍ରକଳ୍ପଟି ତେତିଶ୍ ( ୩୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହି ପ୍ରକଳ୍ପଟି ଦ୍ବାରା ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଳକର ୨୨ଟି ଗ୍ରାମ , ପରଜଙ୍ଗ ସହର , ସରାଙ୍ଗ ଏବଂ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକର ୨୩ଟି ଗ୍ରାମ , ଡେରା , T.T.P.S. , F.C.I. ଓ ତାଳଚେର ସହରର ଲୋକମାନଙ୍କୁ ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ମିଳିବ । ମାଛ ଚାଷ , ପଶୁ ପାଳନ ସହିତ ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ଏହା ସହାୟକ ହେବ । ଆଜି ଅନୁଗୋଳ ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ,ଅନୁଗୋଳ ବିଧାୟକ ଙ୍କ ପ୍ରତିନିଧି ଅରୁଣାଭ ସିଂ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ଆଠମଲ୍ଲିକ ବିଧାୟକ ରମେଶ ସାଏ,ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା,ଅନୁଗୋଳ ପୌରପାଳିକ ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ ,ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ ନାଥ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି

Follow by Email
WhatsApp