ଆଇନ ଠୁ ଉର୍ଧ୍ୱରେ ପଞ୍ଚାୟତ ବିଧି ବ୍ୟବସ୍ଥା।ପୋଲିସ ସାମ୍ନାରେ ଦୋଷୀ କୁ କି ଶାସ୍ତି ଦେଲେ ଲୋକେ,କେଉଁଠି ଘଟିଛି ଏମିତି ଘଟଣା ପଢନ୍ତୁ ପୁରା ରିପୋର୍ଟ।

ବିହାରରେ ପୋଲିସ ର ଭାଲ୍ୟୁ zero | ବିହାରରେ ପୋଲିସ ପଂଚାୟତର ସମସ୍ତ ନିଷ୍ପତ୍ତିକୁ ଲାଙ୍ଗୁଡ଼ ହଲାଇ ସହମତି ଜଣାଇଥାଏ | କୌଣସି ଅଭିଯୁକ୍ତକୁ ଗିରଫ କରିବା ବଦଳରେ ତାକୁ ଛେପ ଚଟେଇ ଉଠ ବସ କରେଇଥାଏ | ଏମିତି ଏକ ଅମାନୁଷିକ ଘଟଣା ଘଟିଛି ବିହାର ବେଗୁସରାଇରେ, ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ସୂଚନାଯୋଗ୍ୟ ଯେ, ସମ୍ସତିପୁର ବିଥାନ ଥାନା ଅନ୍ତର୍ଗତ ପଛରୁଖିର ଶିକ୍ଷକ ରମେଶ କୁମାର ଯାଦବ ହସାନପୁର ବଜାରରେ ଏକ କୋଚିଂ ସେଣ୍ଟର ଚଳାନ୍ତି | ବେଗୁସରାଇର ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରୁଥିବାବେଳେ ଶିକ୍ଷକ ଧରା ପଡିଥିବା ଜଣାପଡିଥିଲା | ଯେଉଁଥିପାଇଁ ଛାତ୍ରୀ ଜଣକ କୋଚିଂ ଯିବା ବନ୍ଦ କରିଦେଇଥିଲେ | ଛାତ୍ରୀ କୋଚିଂ ସେଣ୍ଟର ନ ଆସିବାରୁ ଶିକ୍ଷକ ଛାତ୍ରୀଙ୍କ ଘରେ ପହଁଚିଯାଇଥିଲେ | ଛାତ୍ରୀଙ୍କ ଘରେ ଯାଇ ସେ ତାଙ୍କୁ ଭଲ ପାଉଥିବା କହିଥିଲେ | ଏତିକିବେଳେ ଛାତ୍ରୀଙ୍କ ଘରଲୋକେ ପହଁଚିଯାଇଥିଲେ | ଏହାପରେ ଗାଁରେ ବସିଲା ପଂଚାୟତ |

ଗାଁଲୋକେ ଶିକ୍ଷକକୁ ଘୋଷାଡ଼ି ନେଇଥିଲେ ପଂଚାୟତକୁ | ସ୍ଥାନୀୟଲୋକେ ଏହାପରେ ଶିକ୍ଷକକୁ ନିରଧୂମ ଛେଚିଥିଲେ | ପଂଚାୟତରେ ଗାଁର ସରପଂଚ ଏବଂ ପୋଲିସ ମଧ୍ୟ ଉପସ୍ଥିତ ଥିଲେ | ଏହାପରେ ଶିକ୍ଷକଙ୍କୁ ଛେପ ଚଟେଇଥିଲେ ଗାଁଲୋକେ | କେବଳ ସେତିକି ନୁହେଁ ଶିକ୍ଷକକୁ ଉଠବସ ମଧ୍ୟ କରିଥିଲେ | ଆଉ ଏସବୁ ଘଟଣା ଘଟିଥିଲା ପୋଲିସ ଉପସ୍ଥିତିରେ | ଆଉ ପୋଲିସ ଚୁପଚାପ ଛିଡା ହୋଇ ସବୁର ମଜା ନେଇଥିଲା | କିନ୍ତୁ ଗାଁ ଲୋକଙ୍କୁ ବିରୋଧ କରିନଥିଲା | ବରଂ ଥାନା ଅଧିକାରୀ ନିଜେ ଶିକ୍ଷକଙ୍କୁ ୪ ଚାପୁଡ଼ା ମାରିଥିଲେ | ତା’ପରେ ଶିକ୍ଷକଙ୍କୁ ଚଡି ଦେଇଥିଲେ | ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

Follow by Email
WhatsApp