ମହାକାଶକୁ ଯିବେ ୩ ଭାରତୀୟ ! ୨୦୨୨ ସୁଦ୍ଧା ମହାକାଶରେ ପହଞ୍ଚିବାକୁ ଲକ୍ଷ୍ୟ …

ଏନଟିପି ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାକାଶ ଗବେଷଣା କ୍ଷେତ୍ରରେ ଏକ ବଡ ଘୋଷଣା କରାଯାଇଛି । ଏହି ଗଗନଯାନ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଟଙ୍କା ମଞ୍ଜୁରୀ ଦେଇଛି କେନ୍ଦ୍ରୀୟ କ୍ୟାବିନେଟ୍ । ଆସନ୍ତା ୨୦୨୨ ସୁଦ୍ଧା ୩ ଜଣ ଭାରତୀୟ ମହାକାଶକୁ ପଠାଯିବାର ଲକ୍ଷ୍ୟ ରଖାଯାଇଛି । ଆଉ ଏହି ଗଗନଯାନ ଅଭିଯାନର ସଫଳ ହେଲେ ଏକ ଅଦ୍ଭୂତପୂର୍ବ ସ୍ତରରେ ପହଂଚିବ ଭାରତୀୟ ମହାକାଶ ଗବେଷଣା । ଏହି ମହାକାଶ ଅଭିଯାନ ସମୟରେ ମାଇକ୍ରୋ ବାଇଲଜିକାଲ ଗବେଷଣା କରାଯିବ । ଏହି ଅଭିଯାନ ପୂର୍ବରୁ ୨୦୨୦ ଓ ୨୦୨୧ରେ ଦୁଇ ଥର ବିନା ମହାକାଶଚାରୀରେ ଦୁଇଟି ଅଭିଯାନ କରିବ ଇସ୍ରୋ । ତେବେ ମାର୍ଚ୍ଚ ୨୦୧୯ ସୁଦ୍ଧା ଇସ୍ରୋ ପ୍ରାୟ ୧୯ଟି ପ୍ରକଳ୍ପ ଶେଷ କରିବାର ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପ ପାଇଁ ୧୦ ହଜାର କୋଟିର ଖର୍ଚ୍ଚ ପାଇଁ ଅନୁମତି ପ୍ରଦାନ କରିଛି କେନ୍ଦ୍ର କ୍ୟାବିନେଟ । ଗଗନଯାନ ଅଭିଯାନର ସଫଳତା ବିଶ୍ୱରେ ଏକ ନୂତନ ପରିଚୟ ସୃଷ୍ଟି କରିବ ।

Follow by Email
WhatsApp