ଶିଶୁ କନ୍ୟାଙ୍କୁ ସୁରକ୍ଷା ଆମର ଲକ୍ଷ ;ଜିଲ୍ଲାପାଳ

ଅନୁଗୋଳ (ଏନଟିପି)

କନ୍ୟା ଅଟଇ ଅମୁଲ୍ୟ ରତ୍ନ।ଶିଶୁକନ୍ୟାଙ୍କୁ ସୁରକ୍ଷା ଦେବା ଆମାର ପ୍ରଥମ ପ୍ରାଥମିକତା ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅନୁଗୋଳ ଜିଲାପାଳ।ଶିଶୁ କନ୍ୟାର ସୁରକ୍ଷା ପାଇଁ ଅନୁଗୁଳ ଜିଲ୍ଲାରେ ପାଇଲଟ ପ୍ରକଳ୍ପ ଭାବେ ଚାଲୁଥିବା କନ୍ୟା ରତ୍ନ ଯୋଜନା ଯାହା ବିଜୁ କନ୍ୟା ରତ୍ନ ଯୋଜନା ଭାବେ ପରିଚିତ ର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ର କାର୍ଯ୍ୟକାରିତା ନିମନ୍ତେ ୨୪ତମ ଜିଲ୍ଲା ସ୍ତରୀୟ ଟାକ୍ସଫୋର୍ସ କମିଟି ବୈଠକ ଗତ କାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ଯୋଜନାର ସଚେତନତା ଓ କାର୍ଯ୍ୟକ୍ରମ ର ଅଗ୍ରଗତି ଉପରେ ସମୀକ୍ଷା କରାଯାଇଛି ଏବଂ ବିଭିନ୍ନ ଯୋଜନା ଗୁଡିକୁ ସଫଳତାର ସହିତ ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।କନ୍ୟା ରତ୍ନ ମାନଙ୍କର ବିଭିନ୍ନ କ୍ଷେତ୍ରରେ ସଫଳତା କୁ ଉତ୍ସାହିତ କରିବା ପାଇଁ ତିନି ଜଣ ଶିଶୁ କନ୍ୟାଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ।ପ୍ରତ୍ୟେକ ବିଦ୍ୟାଳୟରେ ଜେଣ୍ଡର ଚମ୍ପିୟାନ ଭାବେ ଜଣେ ଜଣେ ଝିଅ ଓ ପୁଅକୁ ରଖାଯିବ ଏବଂ ସେମାନେ କନ୍ୟା ସନ୍ତାନ ର ଗୁରୁତ୍ୱ ଉପରେ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିବେ।ସାହସିକତା ପାଇଁ କନ୍ୟାରତ୍ନ ଙ୍କୁ ମଧ୍ୟ ଜିଲ୍ଲାପାଳ ଅନିଲ ସାମଲ ସମ୍ବର୍ଦ୍ଧିତ କରିଥିଲେ।ଜିଲ୍ଲାପାଳ ଅନିଲ କୁମାର ସାମଲ ଙ୍କ ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ମଧ୍ୟ ଉପସ୍ଥିତ ଥିଲେ।

Follow by Email
WhatsApp