ସୋସିଆଲ ମିଡିଆର ବ୍ୟବହାର କରିବା ସମୟରେ କେତେ ସାବଧାନତାର ଆବଶ୍ୟକତା ଜରୁରୀ ତାହା ଏହି ଖବରରୁ ଜାଣିପାରିବେ । କେରଳ ନିବାସୀ ୨୮ ବର୍ଷୀୟ ବିଷ୍ଣୁ ଦେବ ରାଧାକୃଷ୍ଣନଙ୍କୁ ନିଜର ଏକ ଟ୍ୱିଟ ପାଇଁ ୧୦ ବର୍ଷ ଜେଲ୍ ଓ ୨୮ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ । ତାଙ୍କୁ ଡିସେମ୍ବର ୨୦୧୮ରେ ୫ବର୍ଷର ଜେଲ ଦଣ୍ଡ ଦିଆଯାଇଥିଲା, ଯାହାକୁ ଏବେ ବଢ଼ାଇ ୧୦ ବର୍ଷ କରିଦିଆଯାଇଛି । ମାମଲାଟି ସାଉଦି ଆରବ ର । ଏହି ମାମଲାରେ ଏବେ ଯୁବକଙ୍କ ପିତା ସରକାରଙ୍କ ଠାରୁ ସହାୟତା ଲୋଡିଛନ୍ତି ।ସୂଚନାଯୋଗ୍ୟ, ଲଣ୍ଡନରେ ରହୁଥିବା ଜଣେ ମହିଳା ଟ୍ୱିଟରରେ ଭାରତୀୟ ସଂସ୍କୃତି ଓ ହିନ୍ଦୁ ଦେବାଦେବୀଙ୍କ ଆଲୋଚନା କରିଥିଲେ । ଏହାର ଜବାବରେ ବିଷ୍ଣୁ ପେଗମ୍ବର ମୋହମ୍ମଦଙ୍କୁ ନେଇ କିଛି ପ୍ରଶ୍ନ ପଚାରିଲେ । ତାଙ୍କର ଏହି କଥାବାର୍ତ୍ତା ପୁଲିସ ପାଖକୁ ପହଂଚିଗଲା । ବିଷ୍ଣୁଙ୍କ ମାତା ପିତାଙ୍କୁ ବିଦେଶ ମନ୍ତ୍ରାଳୟରୁ ମିଳିଥିବା ସୂଚନା ମୁତାବକ, ବିଷ୍ଣୁଙ୍କୁ ସାଇବର କ୍ରାଇମ୍ ଅଧିନରେ ଦେଶଦ୍ରୋହ ଓ ସୋସିଆଲ ମିଡିଆ ଜରିଆରେ କିଙ୍ଗଡମ୍ ବିରୁଦ୍ଧରେ ସଂନ୍ଦେଶ ପ୍ରସାରିତ କରିବା ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ହେବାର ଦୁଇ ସପ୍ତାହ ପୂର୍ବରୁ ତାଙ୍କ କମ୍ପାନୀ ତାଙ୍କୁ ଭାରତ ପଠାଇବାକୁ ଆଶ୍ୱାସନା ଦେଇଥିଲା । ନିଜ ପୁଅକୁ ଫେରାଇ ଆଣିବାକୁ ବିଷ୍ଣୁଙ୍କ ପିତା ସାଉଦି ଆରବ ସ୍ଥିତ ଭାରତୀୟ ଦୂତାବାସର ଅଧିକାରୀ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ କଂଗ୍ରେସ ସାସଂଦ ଶଶି ଥରୁରଙ୍କୁ ସଂପର୍କ କରିଛନ୍ତି ।
Related Posts
MS Dhoni Retires From International Cricket
- NTP Bureau Report
- 15/08/2020
- 0
NewDelhi(NewsTimePro): Mahendra Singh Dhoni announces retirement from international cricket.Dhoni has not played since India’s semifinal exit from the ODI World Cup last year in July and […]
ଫେସବୁକରେ ଅଜଣା ଯୁବତୀଙ୍କୁ ପ୍ରେମ କରି ବ୍ଲାକମେଲିଂ କରୁଥିବା ଯୁବକକୁ ଗିରଫକଲା କ୍ରାଇମ୍ ବ୍ରାଞ୍ଚ ।
- NTP Bureau Report
- 30/01/2019
- 0
ପ୍ରେମ କରୁଥିବା ଫେକ୍ ପ୍ରେମିକ ହୁସିଆର୍ ।ପଛରେ ବୁଲୁଛି କ୍ରାଇମ୍ ବ୍ରାଞ୍ଚ । ଫେସବୁକରେ ଅଜଣା ଯୁବତୀଙ୍କୁ ପ୍ରେମ କରି ବ୍ଲାକମେଲିଂ କରୁଥିବା ଯୁବକକୁ ଗିରଫକଲା କ୍ରାଇମ୍ ବ୍ରାଞ୍ଚ ।ଆଜିକାଲି ଫେସବୁକରେ ପ୍ରେମ କରିବା […]
୧୧ଦିନରେ ବାବାଙ୍କ ହୁଣ୍ଡିରୁ ମିଳିଲା ୧୪.୫୪ କୋଟି ଟଙ୍କା
- NTP Bureau Report
- 03/01/2019
- 0
ଏନଟିପି:(ଶିରିଡି) ଶିରିଡି ର ସାଇମନ୍ଦିରରୁ ୧୧ଦିନ ଭିତରେ ୧୪.୫୪ଲକ୍ଷ ଟଙ୍କା ହୁଣ୍ଡିରୁ ଦାନ ଆକାରରେ ମିଳିଛି।ଏ କିଛି ନୂଆଁ କଥା ନୁହେଁ।ପୂର୍ବରୁ ମଧ୍ୟ ଅନେକ ଭକ୍ତ ଅନେକ କିଛି ଦାନ କରିଛନ୍ତି।ଗତବର୍ଷ ଡିସେମ୍ବର ୨୨ […]