ଫନିରେ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଲା Posted on 13/05/201913/05/2019 by NTP Bureau Report ଭୁବନେଶ୍ୱର (ଏନଟିପି): ୧୯୯୯ ମହାବାତ୍ୟା ଠୁ ପ୍ରଳୟଙ୍କରୀ ମହାବାତ୍ୟା । ଳୟଙ୍କରୀ ଫନିରେ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି । ପୁରୀରେ ସର୍ବାଧିକ ୩୯ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଖୋର୍ଦ୍ଧାରେ ୯ଜଣ, କଟକରେ ୬ଜଣ, ମୟୂରଭଞ୍ଜରେ ୪ଜଣ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାରେ ୩ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସେପଟେ ବାତ୍ୟା ପ୍ରଭାବିତ ସହାରାଞ୍ଚଳରେ ଧିରେ ଧିରେ ସ୍ୱାଭାବିକ ହେଉଛି ସ୍ଥିତି । ଯୁଦ୍ଧକାଳୀନ ଭିତରେ ଚାଲିଛି ପୁନରୁଦ୍ଧାର କାମ । ଭୁବନେଶ୍ୱରର ସମସ୍ତ ଅଂଚଳକୁ ୧୦୦% ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । କଟକରେ ମଧ୍ୟ ସମସ୍ତ ଅଂଚଳକୁ ବିଜୁଳି ସରବରାହ ସ୍ୱାଭାବିକ ହୋଇଛି । ସେପଟେ ପୁରୀ, ନିମାପଡା ଓ କୋଣାର୍କରେ ୧୫ ତାରିଖ ସୁଦ୍ଧା ବିଦ୍ୟୁତ ସେବା ସ୍ୱାଭାବିକ ହେବ । ସେହିପରି ଟେଲିଫୋନ ଓ ମୋବାଇଲ ସେବାକୁ ସ୍ୱାଭାବିକ କରିବାକୁ ଯୋରସୋରରେ କାମ ଚାଲିିଛି । ଭୁବନେଶ୍ୱରରେ ୫୬ ପ୍ରତିଶତ, କଟକରେ ୭୦, ପୁରୀରେ ୧୮ ପ୍ରତିଶତ ମୋବାଇଲ ଟାଓ୍ଵାର କାର୍ଯ୍ୟକ୍ଷମ ହୋଇଛି । ୫୦ ପ୍ରତିଶତ ଗ୍ରାହକଙ୍କୁ ଇଣ୍ଟରନେଟ ସେବା ମିଳି ସାରିଛି । ଏପଟେ ରିଲିଫ ବଣ୍ଟନକୁ ବି ଯୋରଦାର କରାଯାଇଛି । କେନ୍ଦ୍ରାପଡାରେ ୮୭ ପ୍ରତିଶତ, ଖୋର୍ଦ୍ଧାରେ ୭୪ ଦଶମିକ ୪ ପ୍ରତିଶତ ଲୋକଙ୍କ ପାଖରେ ରିଲିଫ ପହଞ୍ଚିଛି । ସେହିପରି ଜଗତସିଂହପୁରରେ ୭୫, କଟକରେ ୭୩ ଦଶମିକ ୮୨ ଏବଂ ଭୁବନେଶ୍ୱରରେ ୭୭ ଦଶମିକ ୩୬ ପ୍ରଭାବିତଙ୍କ ପାଖରେ ରିଲିଫ ପହଞ୍ଚିଛି । Share on FacebookTweetFollow usSave Post Views: 307
Odisha ବୈପାରିଗୁଡ଼ାରେ ଗୋଷ୍ଠୀ ସଂଘର୍ଷ NTP Bureau Report 25/04/2019 0 କୋରାପୁଟ (ଏନଟିପି): କୋରାପୁଟ ବୈପାରିଗୁଡାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଉଛନ୍ତି ଚେରେକାର ଗୁପ୍ତ ପୂଜାରୀ। […]
Odisha ମୁଖ୍ୟମନ୍ତ୍ରୀ ଙ୍କ ଦିଲ୍ଲୀ ଗସ୍ତ ବାତିଲ NTP Bureau Report 12/03/2020 0 ଭୁବନେଶ୍ୱର(ଏନଟିପି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପୂର୍ବ ନିର୍ଦ୍ଧାରିତ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ୧୫ତାରିଖରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିଲା। […]
Odisha ଓଡିଶାରେ PM-USHA କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ NTP Bureau Report 31/08/2024 0 ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ଭିତ୍ତିଭୂମି ସହିତ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ଆମର ସଂକଳ୍ପ ପତ୍ର ଅନୁଯାୟୀ ଆମର ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ୱାୟତ୍ତତା ପ୍ରଦାନ କରାଯିବ |ଶିକ୍ଷାର ପରିସର ବ୍ୟାପକ, ଏହା ରାଜନୀତିର […]